ଭାରତୀୟ ବଜାରରେ କେଉଁ ସ୍କୁଟିର ଚାହିଦା ଅଧିକ ରହିଛି ? ପଞ୍ଚମ ସ୍ଥାନରେ ରହିଛି TVS Ntorq

Published By : Prameya-News7 Bureau | November 22, 2020 IST

ନୂଆଦିଲ୍ଲୀ ୨୨/୧୧: ପୂର୍ବରୁ ଧାରଣା ଥିଲା ରାସ୍ତା ଭଲ ଥିଲେ ସ୍କୁଟର(ସ୍କୁଟି) ଚଲାଇବା ସହଜ। କିନ୍ତୁ ଏବେ ଭାରତୀୟ ବଜାରରେ ସ୍କୁଟିର ଚାହିଦା ବଢ଼ିବାରେ ଲାଗିଛି। ବିଶେ​‌ଷ କରି ଗ୍ରାମୀଣ ଅଞ୍ଚଳରେ ସ୍କୁଟିର ଚାହିଦା ବଢ଼ୁଥିବା ଜଣାପଡ଼ିଛି।

ଭାରତରେ ଅନକେ ସ୍କୁଟି ନିର୍ମାତା କମ୍ପାନୀ ଅଛନ୍ତି। କିନ୍ତୁ ଖୁବ୍‌ କମ୍ପାନୀ ଲୋକଙ୍କ ଭରସା ଜିତିବାରେ ସଫଳ ହେଉଛନ୍ତି। ତେଣୁ ଅକ୍ଟୋବର ମାସରେ ଅଧିକ ବିକ୍ରି ହୋଇଥିବା ୫ ସ୍କୁଟର ସମ୍ପର୍କରେ କହିବାକୁ ଯାଉଛୁ ଯାହା ଆପଣଙ୍କ ବଜେଟ୍‌କୁ ସୁହାଇବ।

ହୋଣ୍ଡା ଆକ୍ଟିଭା: ଭାରତୀୟ ବଜାରରେ ହୋଣ୍ଡା ଆକ୍ଟିଭା ନମ୍ବର ଓ୍ବାନ ସ୍ଥାନ ଅକ୍ତିଆର କରିଛି। ଅକ୍ଟୋବରରେ ୨,୩୯୫୭୦ ୟୁନିଟ୍‌ ହୋଣ୍ଡା ଆକ୍ଟିଭା ବିକ୍ରି ହୋଇଛି। କିନ୍ତୁ ୨୦୧୯ ଅକ୍ଟୋବର ଅପେକ୍ଷା ଚଳିତ ବର୍ଷ ଏଥିରେ କମି ନଜର ଆସିଛି। ଦିଲ୍ଲୀରେ ଏହାର ମୂଲ୍ୟ ୬୫,୮୯୨ ଟଙ୍କା ରହିଛି।

ଟିଭିଏସ୍‌ ଜୁପିଟର: ଜବରଦସ୍ତ ଲୁକ୍‌ ଯୋଗୁ ଟିଭିଏସ୍‌ ଜୁପିଟର ଭାରତୀୟ ବଜାରରେ ଲୋକପ୍ରିୟତା ହାସଲ କରିଛି। ଅକ୍ଟୋବରରେ ମୋଟ ୭୪,୧୫୯ ୟୁନିଟସ୍‌ ବିକ୍ରି ହୋଇଛି। ଏହାର ମୂଲ୍ୟ ୬୩,୮୫୨ ରହିଛି।

ସୁଜୁକି ଆକ୍ସେସ୍‌: ଏବେ ସୁଜୁକି ଆକ୍ସେସ୍‌ର ଭଲ ଚାହିଦା ରହିଛି। ପୂର୍ବ ମାସରେ ମୋଟ ୫୨,୪୪୧ ୟୁନିଟସ୍‌ ବିକ୍ରି ହୋଇଥିବା ବେଳେ ଅଧିକ ବିକ୍ରି ହେଉଥିବା ସ୍କୁଟର ଲିଷ୍ଟରେ ତୃତୀୟରେ ରହିଛି। ସୁଜୁକି ଆକ୍ସେସ୍‌ ଏକ୍ସ ସୋରୁମ୍‌ ମୂଲ୍ୟ ୭୦,୫୦୦ ଟଙ୍କା ରହିଛି।

ହୋଣ୍ଡା ଡିଓ: ଅକ୍ଟୋବର ମାସରେ ସ୍କୁଟର ବିକ୍ରି ମାମଲାରେ ହୋଣ୍ଡା ଡିଓ ଚତୁର୍ଥ ସ୍ଥାନରେ ରହିଛି। ଅକ୍ଟୋବରରେ ୪୪, ୦୪୬ ୟୁନିଟ୍‌ସ୍‌ ବିକ୍ରି ହୋଇଛି ଏହି ସ୍କୁଟର। ଏହାର ଏକ୍ସ ସୋରୁମ୍‌ ମୂଲ୍ୟ ୬୧,୯୭୦ ରହିଛି।

ଟିଭିଏସ୍‌ Ntorq: ଟିଭିଏସ୍‌ର ଅନ୍ୟ ଏକ ମଡେଲ୍‌ ପୂର୍ବ ମାସରେ ଭଲ ବିକ୍ରି ହୋଇଛି। ଅକ୍ଟୋବରରେ Ntorqର ୩୧,୫୨୪ ୟୁନିଟ୍‌ସ୍‌ ବିକ୍ରି ହୋଇଛି। ଭାରତରେ ଉପଲବ୍ଧ ସ୍କୁଟର ମଧ୍ୟରେ ଏହା ହାଇଟେକ୍‌ ସ୍କୁଟର। ତେବେ ଏହାର ଏକ୍ସ ସୋରୁମ୍‌ ମୂଲ୍ୟ ୬୮,୮୮୫ ରହିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.