ଟିଭିଏସ୍ ଦେଉଛି ଅଫର, ମାତ୍ର ୪,୯୯୯ ଟଙ୍କା ଦେଇ ଘରକୁ ନେଇ ପାରିବେ ବାଇକ୍

Published By : Prameya-News7 Bureau | May 16, 2019 IST

ଦେଶର ଅଗ୍ରଣୀ ମୋଟରସାଇକେଲ ନିର୍ମାତା ଟିଭିଏସ୍ ମୋଟର ସାଇକେଲ ଗ୍ରାହକଙ୍କ ପାଇଁ ଏବେ ଆକର୍ଷଣୀୟ ଅଫର ଦେଉଛି। ଯେଉଁମାନେ ଦୀର୍ଘ ବର୍ଷରୁ ମୋଟର ସାଇକେଲଟିଏ କିଣିବାକୁ ଚାହୁଁଛନ୍ତି ହେଲେ ଅର୍ଥାଭାବରୁ କ୍ରୟ କରିପାରୁନାହାନ୍ତି ସେମାନଙ୍କ ପାଇଁ ଅଫର ଅପୂର୍ବ ସୁଯୋଗ ସୃଷ୍ଟି କରିଛି। ମାତ୍ର ୪ ହଜାର ୯୯୯ ଟଙ୍କା ଡାଉନ ପେମେଣ୍ଟ କରି ଗ୍ରାହକ ଏହି ମୋଟରସାଇକେଲ ଘରକୁ ନେଇ ପାରିବେ। ଆଉ ବକେୟା ରାଶି ମାସିକ ଶରଳ କିସ୍ତିରେ ସୁଝିବାର ସୁଯୋଗ ପାଇପାରିବେ।

{"id":112655,"width":576,"height":406}

ଟିଭିଏସ୍ ଏହି ଅଫର କେବଳ ତାର ଲୋକପ୍ରୀୟ ବାଇକ ସ୍ପୋର୍ଟସ-ଇଏଲଏସ୍ ପାଇଁ ଦେଉଛି। ଏହି ମୋଟର ସାଇକେଲର ନଗଦ ଏକ୍ସ ସୋ-ରୁମ ପ୍ରାଇସ୍ ୩୫ ହଜାର ୩୩୦ ଟଙ୍କା ରହିଛି । ତେବେ ଶରଳ ମାସିକ କିସ୍ତିରେ ନେଲେ ୪ହଜାର ୯୯୯ ଟଙ୍କା ଦେଇ ଏବେ କ୍ରୟ କରିହେବ। ଏଣ୍ଚ୍ରି ଲେବଲ ସେଗମେଣ୍ଟରେ ଟିଭିଏସ୍ ସ୍ପୋର୍ଟସ-ଇଏଲଏସର ବେଶ ଚାହିଦା ରହିଛି । ଏହାର ଫିଚର ମଧ୍ୟ ବେଶ ଆକର୍ଷଣୀୟ। ଏହି ବାଇକର ମାଇଲେଜ୍ ସବୁଠୁ ଅଧିକ । ଅର୍ଥାତ ପ୍ରତି ଲିଟର ପେଟ୍ରାଲରେ ବାଇକ୍ ୟାଉଛି ୯୫ କିଲୋମିଟର ରାସ୍ତା।

{"id":112656}

ସିଙ୍ଗଲ ସିଲିଣ୍ଡର ଏୟାରକୁଲ୍ଡ ଇଞ୍ଜିନ ୯୯.୭ ସିସିର। ବାଇକରେ କମ୍ପାନୀ ଟେଲିସ୍କପିକ ହାଇଡ୍ରଲିକ ସସ୍ପେନସନ ରଖିଥିବା ବେଳେ ପଛପଟେ ୫ ଷ୍ଟେଜ ଆଡଜଷ୍ଚେବଲ ସସପେନସନ ବ୍ୟବହାର କରିଛି । ୧୦୮.୫ କିଲୋଗ୍ରାମ ଓଜନର ଏହି ବାଇକରେ ୧୦ ଲିଟର ଇନ୍ଧନ କ୍ଷମତାର ପେଟ୍ରୋଲ ଟାଙ୍କି ରହିଛି।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.