‘ମୋଟୋ ସୋଲ-୨୦୧୯’ରେ ଲଞ୍ଚ ହେଲା ଟିଭିଏସ୍ ର ରେସିଂ ପରଫରମାନ୍ସ ଗିୟର

Published By : Prameya-News7 Bureau | October 21, 2019 IST

ଦେଶର ଅଗ୍ରଣୀ ଟୁ ହ୍ୱିଲର ଓ ଥ୍ରୀ ହ୍ୱିଲର ନିର୍ମାତା ଟିଭିଏସ୍ ମୋଟର କମ୍ପାନୀ ରେସିଂ ପ୍ରେମୀଙ୍କ ଲାଗି ନିଜର ବାର୍ଷିକ କାର୍ଯ୍ୟକ୍ରମ ‘ମୋଟୋ ସୋଲ-୨୦୧୯’ରେ ଟିଭିଏସ୍ ରେସିଂ ପରଫରମାନ୍ସ ଗିୟର ଲଞ୍ଚ କରିଛନ୍ତି। ଫିନେଷ୍ଟ କ୍ୱାଲିଟି ଓ ଅତ୍ୟାଧୁନିକ ଡିଜାଇନର ଏହି ରେସିଂ ଗିୟର ମୋଟରିଷ୍ଟଙ୍କ ଉତ୍ସାହ ବୃଦ୍ଧିରେ ବେଶ ସହାୟକ ହେବ ବୋଲି ଆଶା କରାଯାଉଛି। ଚଳିତବର୍ଷ ମୋଟୋ ସୋଲରେ ୨ ହଜାର ୫ଶହରୁ ଅଧିକ ଲୋକେ ଯୋଗଦେଇଥିଲେ।

{"id":172764}

୨ ଦିବସୀୟ ଏହି କାର୍ଯ୍ୟକ୍ରମକୁ ସମ୍ବୋଧିତ କରି ଟିଭିଏସ ମୋଟର କମ୍ପାନୀର ଯୁଗ୍ମ ନିର୍ଦ୍ଦେଶକ ସୁଦର୍ଶନ ବେଣୁ ୧୯୮୨ ମସିହାରୁ ଟିଭିଏସ୍ ରେସିଂ ଡିଏନଏ ଅନୁରୂପ ଯୁବ ବର୍ଗଙ୍କ ଲାଗି ସେମାନଙ୍କ ରେସିଂ ଆବଶ୍ୟକତା ପୁରଣ କରିଆସୁଥିବା କହିଛନ୍ତି। କେବଳ ରେସିଂ ଗିୟର ନୁହେଁ ଯୁବ ବର୍ଗଙ୍କ ମଧ୍ୟରେ ଉତ୍ସାହ ବୃଦ୍ଧି ଲାଗି ଟିଭିଏସ୍ ରେସିଂ ପ୍ରେରଣାଦାୟୀ  ବ୍ରାଣ୍ଡ ଟିଭିଏସ୍ ଆପାଚେ ସିରିଜ୍ ଓ ଟିଭିଏସ୍ ଏନଟିଓଆରକ୍ୟୁ -୧୨୫ ଲଞ୍ଚ କରି ବେଶ ଲୋକପ୍ରୀୟତା ହାସଲ କରିଥିବା ବେଣୁ କହିଛନ୍ତି।

{"id":172765}

ତେବେ ଟିଭିଏସ ରେସିଂ ପରଫରମାନ୍ସ ଗିୟର ୟୁବ ରାଇଡରମାନଙ୍କୁ ବାହନ ଚଳାଇବା ବେଳେ ଅଧିକ ଦାୟିତ୍ୱବାନ କରିଥାଏ ବୋଲି କହିଛନ୍ତି ବେଣୁ ।  ଅର୍ବାନ ୱେର ରେଞ୍ଜ ସହରାଞ୍ଚଳର ଯୁବବର୍ଗଙ୍କ ଆବଶ୍ୟକତାକୁ ପୁରଣ କରିବ ବୋଲି ଯୁଗ୍ମ ପରିଚାଳନା ନିର୍ଦ୍ଦେଶକ ଆଶାବ୍ୟକ୍ତ କରିଛନ୍ତି। ତେବେ ଗତ ୩ ଦଶକ ଧରି ରେସିଂ ଗିୟର ଉପଲବ୍ଧ କରିଆସିବା ଟିଭିଏସ ଲାଗି ନିଶ୍ଚିତ ରୂପେ ଉଲ୍ଲେଖନୀୟ ବୋଲି କୁହାଯାଇପାରେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.