Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କେନ୍ଦ୍ରକୁ ଓଡ଼ିଶା ମାଗିଲା ଅଗଷ୍ଟ ବର୍ଷା-ବନ୍ୟାର ସହାୟତା, ଦାବି କଲା ୧୫୬୯.୫୦ କୋଟି ଟଙ୍କା
  • ||
  • ରାଜ୍ୟରେ ଆଉ ୧୬ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ରାଜ୍ୟରେ ୧୬୩୩ କରୋନା ସଂକ୍ରମିତ ଚିହ୍ନଟ
  • ||
  • ଟ୍ରକକୁ ପଛ ପଟୁ ପିଟିଲା ଟ୍ରଲର, ୨ ମୃତ
  • ||
  • ଡ଼କାୟତି ଯୋଜନା ପଣ୍ଡ, ବାଇପାସ କଡ଼ରୁ ୬ ଡକାୟତ ଗିରଫ
  • ||

ବଜାରକୁ ଆସିଲା TVS BS6 ଆପାଚୀ RR-୩୧୦, ରହିଛି ଦମ୍‌ଦାର ଫିଚର୍ସ

1/02/2020 at 7:20 PM

ନୂଆଦିଲ୍ଲୀ, ୦୧|୦୨: ଭାରତୀୟ ବଜାରରେ TVS ବାଇକର ବେଶ ଚାହିଦା ରହିଛି । ବଜାରର ଚାହିଦା ଦେଖି  TVS ନିଜ ସ୍ପୋର୍ଟସ୍ ସେଗମେଣ୍ଟର ନୂଆ ଆପାଚୀ ୩୧୦ RR କୁ ଲଞ୍ଚ କରିଛି। ଏହା ବାଇକ କମ୍ପାନୀର ଏକ ସ୍ପୋର୍ଟସ୍ ବାଇକ ଭାବେ ମଧ୍ୟ ଜଣାଶୁଣା। କମ୍ପାନୀର ଏହି ବାଇକର ବିଏସ-୬ ଇଞ୍ଜିନ ବିଶିଷ୍ଟ ମଡେଲ ଲଞ୍ଚ କରିଛି।

୨୦୨୦ ମଡେଲର ଏହି ବାଇକର ଦାମ ୨,୪୦ ଲକ୍ଷ ଟଙ୍କା ରହିଛି। ୨ଟି ରଙ୍ଗରେ ଏହା ଉପଲବ୍ଧ ରହିଛି । ଏହି ବାଇକରେ ଥ୍ରଟୋଲ ବଡି ମଧ୍ୟ ରହିଛି। ଏଥିରେ ୟୁଆଇ ୟୁଏକ୍ସ ଡିଜାଇନର ୫ ଇଞ୍ଚ୍ ର କଣ୍ଟ୍ରୋଲ କ୍ୟୁବସ୍ ମଧ୍ୟ ରହିଛି। ଏଥିରେ ୪ଟି ରାଇଡ୍ ମୋଚ୍ ରହିଛି। ଅରବାନ୍, ରେନ୍, ସ୍ପୋର୍ଟସ୍ ଓ ଟ୍ରାକ୍ ମୋଡରେ ଆପଣ ଏହାକୁ ଆରାମସେ ଚଲାଇପାରିବେ।

ଏହି ରାଇଡ୍ ମୋଡ୍ ଚାଳକଙ୍କୁ ବିଭିନ୍ନ ପରିସ୍ଥିତିରେ ଗାଡି ଚଳାଇବାରେ ସାହାଯ୍ୟ କରିଥାଏ। ବିଭିନ୍ନ ରାସ୍ତା ଓ ପାଗରେ ଏହାକୁ ମୋଡ୍ ଚେଞ୍ଜ୍ କରି ଆରାମରେ ଚଲାଇ ହେବ। ଆପାଚୀ ଆରଆର୩୧୦ରେ ରିଭର୍ସ୍ ଇନକ୍ଲାଇନଡ୍ ଡିଓଏଚସି ଲିକୁଇଡ୍ କୁଲଡ୍ ଇଞ୍ଜିନ, ୬ ଫିଟ୍ ଗିଅର ବକ୍ସ, ଆରଟି ସ୍ଲିପର୍ କ୍ଲଚ୍, ବାଇ ଏଲଇଡି ଟ୍ୱିନ୍ ପ୍ରୋଜେକ୍ଟର ହେଡ୍ ଲ୍ୟାମ୍ପ୍ ରହିଛି। ଏହା ରେସିଂ ରେଡ୍ ଓ ଟାଇଟାନିୟମ୍ ବ୍ଲାକରେ ଉପଲବ୍ଧ ହେଉଛି।

   Related Posts