ଏହି ଇଲେକ୍ଟ୍ରିକ୍‌ ସ୍କୁଟର ଆଗରେ ଫିକା ପଡୁଛି ବଜାଜ ଚେତକ୍‌ : ବଢିଛି ବିକ୍ରି, ରହିଛି ଦମଦାର ଫିଚର୍ସ

Published By : Prameya-News7 Bureau | October 25, 2021 IST

ନୂଆଦିଲ୍ଲୀ ୨୫/୧୦ : ଦେଶର ଦୁଇ ଅଗ୍ରଣୀ ବାଇକ୍‌ ନିର୍ମାତା ଟିଭିଏସ୍ ମୋଟର୍ସ ଏବଂ ବଜାଜ ଅଟୋ ଘରୋଇ ବଜାରରେ ସେମାନଙ୍କର ପ୍ରଥମ ବୈଦ୍ୟୁତିକ ସ୍କୁଟର ବଜାଜ ଚେତକ୍‌ ଏବଂ TVS iQube ଲଞ୍ଚ କରିଥିଲେ। ସ୍କୁଟରର ଦୁଇଟିର ବଜାର ପ୍ରବେଶ ପରେ ହିଁ ଆରମ୍ଭ ହୋଇଯାଇଥିଲା ପ୍ରତିଯୋଗିତା । କିନ୍ତୁ ଗତ ସେପ୍ଟେମ୍ବର ମାସରେ TVS iQube ପୁଣି ଥରେ ବଜାଜ ଚେତକ୍ ଇଲେକ୍ଟ୍ରିକ୍ ସ୍କୁଟରକୁ ଅତିକ୍ରମ କରିଯାଇଛି । ଅର୍ଥାତ ଟିଭିଏସ୍‌ର ଇଲେକ୍ଟ୍ରିକ୍ ସ୍କୁଟର ବିକ୍ରି ଅହେତୁକ ବୃଦ୍ଧିପାଇଛି ।

ସେପ୍ଟେମ୍ବର ମାସରେ ବାଜାଜ୍‌ ଅଟୋ ଚେତକ୍‌ ସ୍କୁଟର ବିକ୍ରି ୬୪୨ ୟୁନିଟ୍‌ ରହିଥିବା ବେଳେ TVS iQube ବ୍ରକ୍ରି ହୋଇଛି ୭୬୬ ୟୁନିଟି । ଗତବର୍ଷ ସେପ୍ଟେମ୍ବର ମାସରେ ବଜାଜ୍‌ ମୋଟ ୨୮୮ ୟୁନିଟ୍‌ ସ୍କୁଟର ବିକ୍ରି କରିଥିବା ବେଳେ ଟିଭିଏସ୍‌ ମାତ୍ର ୭ଟି ବିକ୍ରି କରିଥିଲା । ଦାମ ଏବଂ ଡ୍ରାଇଭିଂ ରେଞ୍ଜ ଉଭୟକୁ ଦେଖିବାକୁ ଗଲେ ଉଭୟ କମ୍ପାନୀ କଡା ଟକ୍କର ଦେଉଛନ୍ତି ।

TVS iQube :

ଏହି ସ୍କୁଟରରେ 4.4kW କ୍ଷମତା ବିଶିଷ୍ଟ ଇଲେକ୍ଟ୍ରିକ୍‌ ମୋଟର ଲାଗିଛି । ଏହା ଥରେ ଚାର୍ଜ ହେଲେ ୭୫ କିମି ଯାଏଁ ଯାଇପାରିବାର କ୍ଷମତା ରଖିଛି । ଏହି ସ୍କୁଟରର ଟପ୍‌ ସ୍ପିଡ୍‌ ୭୮ କିଲୋମିଟର ପ୍ରତି ଘଣ୍ଟା ରହିଥିବା ବେଳେ ମାତ୍ର ୪.୦ ସେକେଣ୍ଡରେ ୪୦ କିମି ବେଗ ଛୁଇଁ ପାରିବାର କ୍ଷମତା ରଖିଛି । ଏଥିରେ 2.25kWhର ଲିଥିୟମ୍‌ ବ୍ୟାଟେରୀ ଲାଗିଛି ଏବଂ ଦାମ ରହିଛି ୧ ଲକ୍ଷ ଟଙ୍କା ।

Bajaj Chetak :

ଏହି ସ୍କୁଟରରେ 4kW କ୍ଷମତା ବିଶିଷ୍ଟ ଇଲେକ୍ଟ୍ରିକ୍‌ ମୋଟର ଲାଗିଛି । ଏହା ଥରେ ଚାର୍ଜ ହେଲେ ୯୫ କିମି ଯାଏଁ ଯାଇପାରିବାର କ୍ଷମତା ରଖିଛି । ଏହି ସ୍କୁଟରର ଟପ୍‌ ସ୍ପିଡ୍‌ ୮୫ କିଲୋମିଟର ପ୍ରତି ଘଣ୍ଟା ରହିଛି । ଏଥିରେ 3kWhର ଲିଥିୟମ୍‌-ଆୟନ୍‌ ବ୍ୟାଟେରୀ ଲାଗିଛି । ଫୁଲ ଚାର୍ଜ ହେବା ପାଇଁ ବଜାଜ ଚେତକ୍‌ ୫ଘଣ୍ଟା ସମୟ ନେଇଥାଏ । ଏହାର ଦାମ ରହିଛି ୧.୧୫ ଲକ୍ଷ ଟଙ୍କା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.