Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଘଟଗାଁରେ ହାତୀ ଆତଙ୍କ, ଘଉଡାଇବାକୁ ବନ ବିଭାଗର କସରତ
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୪ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୫୫୬ କୋଭିଡ୍ ପଜିଟିଭ୍
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୧୩ ହଜାରରୁ ଅଧିକ କରୋନା ପଜିଟିଭ୍, ୧୬୪ ମୃତ
  • ||
  • ରାସ୍ତା ଅତିକ୍ରମ ବେଳେ ଧକ୍କା ଦେଲା ଟ୍ରକ, ଚାଲିଗଲା ଜୀବନ
  • ||
  • ଲଘୁଚାପ ପ୍ରଭାବ : ମଙ୍ଗଳବାର ଯାଏଁ ପ୍ରବଳ ବର୍ଷା, ୫୦ କିମି ବେଗରେ ବହିବ ପବନ
  • ||
  • ନୀଳଗିରିରେ ଭାଲୁ ଆତଙ୍କ, ସାଇକେଲରୁ ଟାଣିନେଇ ଯୁବକଙ୍କୁ ଘାଇଲା କଲେ
  • ||
  • ଅଢେଇ କୋଟି ଟଙ୍କାର ବ୍ରାଉନସୁଗାର ଜବତ, ଡାଇମଣ୍ଡ ହୋଟେଲ ମାଲିକ ଅଟକ
  • ||

ପୁଣି ମହଙ୍ଗା ହୋଲା ଟିଭିଏସ୍‌ ଆପାଚି ୧୬୦ ଏବଂ ଆର୍‌ଟିଆର୍‌ ୧୮୦, ଜାଣନ୍ତୁ କେତେ ରହିଛି ନୂଆ ଦାମ୍‌

17/04/2021 at 8:53 PM

ନୂଆଦିଲ୍ଲୀ, ୧୭/୦୪: ପୁଣି ମହଙ୍ଗା ହୋଲା ଟିଭିଏସ୍‌ ଆପାଚି ୧୬୦ ଏବଂ ଆର୍‌ଟିଆର୍‌ ୧୮୦ । ଟିଭିଏସ୍‌ ମୋଟର କମ୍ପାନୀ ଦ୍ୱାରା ପ୍ରସ୍ତୁତ ଏହି ଲୋକପ୍ରିୟ ବାଇକ୍‌ର ଦାମ୍‌ରେ ପରିବର୍ତ୍ତନ କରାଯାଇଛି । କମ୍ପାନୀ ପୂର୍ବରୁ ଥିବା ଦାମ୍‌ରେ ବୃଦ୍ଧି କରିଛି ।

କମ୍ପାନୀ ଦାମ୍‌ ବଢ଼ାଇବା ଫଳରେ ଆପାଚି ଆର୍‌ଟିଆର୍‌ ୧୬୦ର ପ୍ରାରମ୍ଭିକ ମୂଲ୍ୟ୧,୦୩,୩୬୫ରେ ପହଞ୍ଚିଛି । ପୂର୍ବ ଭାଇଏଣ୍ଟ୍‌ର ଦାମ୍ ୧,୦୨,୦୭୦ ଟଙ୍କା ରହିଥିଲା । ସେହିଭଳି ଏହାର ଡିସ୍କ ବ୍ରେକ୍‌ ଭାରିଏଣ୍ଟ୍‌ର ଦାମ ୧,୦୬,୩୬୫ ହୋଇଯାଇଥିବା ବେଳେ ପୂର୍ବରୁ ଏହା ୧,୦୫,୦୭୦ଟଙ୍କା ରହିଥିଲା ।

ସେହିପରି ୧୮୦ ସିସି ଇଞ୍ଜିନ୍‌ କ୍ଷମତା ବିଶିଷ୍ଟ ଆପାଚି ଆର୍‌ଟିଆର୍‌ କେବଳ ଗୋଟିଏ ଭାରିଏଣ୍ଟ୍‌ରେ ଉପଲବ୍ଧ ହୋଉଛି । ଏହାର ଦାମ୍‌ରେ ମଧ୍ୟ ବୃଦ୍ଧି କରିଛି କମ୍ପାନୀ । ପୂର୍ବରୁ ଏହାର ଦାମ୍‌ ୧,୦୮,୨୭୦ ରହିଥିଲା । କିନ୍ତୁ ଦାମ୍‌ ବଢ଼ିବା ପରେ ଏହା ୧,୦୯,୫୬୫ ଚଙ୍କାରେ ପହଞ୍ଚିଛି । ଦେଖିବାକୁ ଗଲେ ଦୁଇଟି ବାଇକ୍‌ରେ ୧,୨୯୫ ଟଙ୍କା ବୃଦ୍ଧି କରାଯାଇଛି ।

ଏହା କେବେଳ ପ୍ରଥମ ଥର ନୁହେଁ ପୂର୍ବରୁ ମଧ୍ୟ କମ୍ପାନୀ ଏହିର ମୂଳ ଦାମ୍‌ରେ ପରିବର୍ତ୍ତନ କରିଛି । ଗତ ବର୍ଷ ଏହି ଦୁଇ ଭାରିଆଣ୍ଟ୍‌ରେ ୧,୦୫୦ ଟଙ୍କା ବଢ଼ିଥିଲା । ଏହାଛଡ଼ା ଜୁନ୍‌ ୨୦୨୦ରେ ଆପାଚି ୧୮୦ରେ ୨୫୦୦ ଏବଂ ୧୬୦ରେ ୨୦୦୦ ଟଙ୍କା କମ୍ପାନୀ ବୃଦ୍ଧି କରିଥିଲା ।  

ଉଭୟ ବାଇକ୍ ମୂଲ୍ୟରେ ନିର୍ମାଣ ଖର୍ଚ୍ଚ ବ୍ୟତୀତ ଫିଚର୍‌ କିମ୍ବା ଇଞ୍ଜିନରେ କୌଣସି ପରିବର୍ତ୍ତନ ହୋଇନାହିଁ । ଆର୍‌ଟିଆର୍‌ ୧୮୦ ବାଇକ୍‌ରେ ୧୭୭.୪ ସିସି ସିଙ୍ଗଲ୍ ସିଲିଣ୍ଡର, ତେଲ କୁଲ୍ଡ ଇଞ୍ଜିନ୍ ରହିଛି । ଯାହା ୧୬.୩ ଏଚପି ଶକ୍ତି ଏବଂ ୧୫.୫ ଏନ୍‌ଏମ୍‌ଟର୍କ ସୃଷ୍ଟି କରେ । ସେହିଭଳି, ଆପାଚି ଆର୍‌ଟିଆର୍‌ ୧୬୦ ୧୫୯.୭ସିସି କ୍ଷମତା ବିଶିଷ୍ଟ ଗୋଟିଏ ସିଲିଣ୍ଡର ସହିତ ୪ ଟି ଭଲଭ୍ ଇଞ୍ଜିନ୍ ବ୍ୟବହାର କରାଯାଇଛି । ଯାହା ୧୫.୧ ଏଚପି ଶକ୍ତି ଏବଂ ୧୩.୯ ଏନ୍‌ଏମ୍‌ ଟର୍କ ସୃଷ୍ଟି କରିଥାଏ ।

   Related Posts