ଲିଭ ଇନ୍ ରେ ରହୁଛନ୍ତି ଏହିସବୁ ଷ୍ଟାର, ଶୀଘ୍ର ହୋଇପାରେ ବାହାଘର
6/02/2019 at 3:25 PM

ମୁମ୍ବାଇ ୬|୨: ବଲିଉଡ ଏବଂ ଟିଭି ଇଂଣ୍ଡଷ୍ଟ୍ରିରେ ଷ୍ଟାର ମାନେ ବିବାହ ପୂର୍ବରୁ ପରସ୍ପରଙ୍କୁ ଗୋଟେ ବର୍ଷ ପର୍ଯ୍ୟନ୍ତ ଡେଟ୍ କରିବା ଏକ ସାଧାରଣ ଘଟଣା। ବିବାହ ପୂର୍ବରୁ କିଛି ଜଣ ଲିଭ ଇନରେ ମଧ୍ୟ ରୁହନ୍ତି। ଲିଭ ଇନରେ ରହିଲାପରେ କିଛି ବିବାହ କରନ୍ତି ତ କିଛି ଅଲଗା ହୋଇଯାଆନ୍ତି। ଏବେ ଟିଭି ଇଣ୍ଡଷ୍ଟ୍ରିର ଅନେକ ଷ୍ଟାର ଲିଭ ଇନରେ ଅଛନ୍ତି ଓ ଖୁବ ଶୀଘ୍ର ବିବାହ ମଧ୍ୟ କରିବାକୁ ଯାଉଛନ୍ତି।

ହିନା ଖାନ ଓ ରକି ଜୟସ୍ୱାଲ
‘ୟେ ରିସ୍ତା କ୍ୟା କେହଲାତା ହେ’ ଧାରାବାହିକର ଅଭିନେତ୍ରୀ ହିନା ଖାନଙ୍କ ଲଭ ଷ୍ଟୋରି ବେଶ ଚର୍ଚ୍ଚିତ। ହିନା ଖାନ ଓ ରକି ଜେୟସ୍ୱାଲ ପରସ୍ପରଙ୍କୁ ଡେଟ୍ କରୁଛନ୍ତି। ସୂଚନାଯୋଗ୍ୟ ଯେ ମୁମ୍ୱାଇରେ ହିନା, ବୟଫ୍ରେଣ୍ଡ ରକିଙ୍କ ସହ ଲିଭ ଇନରେ ରୁହନ୍ତି। ଉଭୟଙ୍କ ବିବାହର ପ୍ରସ୍ତୁତି ଜୋର ସୋରରେ ଚାଲିଚି। ଖୁବ୍ ଶିଘ୍ର ବିବାହ ବନ୍ଧନରେ ଦୁହିଁଙ୍କୁ ଦେଖିବାକୁ ମିଳିବ।
ଆଶା ନେଗୀ ଓ ଋତ୍ବିକ୍ ଧନଜାନୀ
‘ପବିତ୍ର ରିସ୍ତା’ ଧାରାବାହିକର ଫେମସ କପଲ ଆଶା ନେଗୀ ଓ ଋତ୍ବିକ୍ ଧନଯାନୀ ରିୟଲ ଲାଇଫରେ ମଧ୍ୟ ଉଭୟଙ୍କୁ ଡେଟ୍ କରୁଛନ୍ତି। ୬ ବର୍ଷରୁ ରିଲେସେନଶିପରେ ଅଛନ୍ତି ଆଶା ଓ ଋତ୍ବିକ୍। ରିପୋର୍ଟ ଅନୁସାରେ ଏହି କପଲ ଚଳିତ ବର୍ଷ ବିବାହ କରିବେ।

ଶିୱାଙ୍ଗି ଯୋଶି ଓ ମୋହସିନ୍ ଖାନ
ଷ୍ଟାର ପ୍ଲସରେ ପ୍ରସାରିତ ହେଉଥିବା ‘ୟେ ରିସ୍ତା କ୍ୟା କେହଲାତା ହେ’ ଧାରାବାହିକରେ ଶିୱାଙ୍ଗି ଯୋଶି ଓ ମୋହସିନ୍ ଖାନ କାମ କରନ୍ତି। ମୁଖ୍ୟ ଭୂମିକାରେ ଅଭିନୟ କରୁଥିବା ଶିୱାଙ୍ଗି ଓ ମୋହସିନ୍ଙ୍କ ଲଭ ଷ୍ଟୋରି ଶୁଟିଂ ସେଟରୁ ଆରମ୍ଭ ହୋଇଥିଲା। ଦୁହେଁ ଲିଭ ଇନରେ ରହୁଛନ୍ତି। ସୁଚନାଯୋଗ୍ୟ ଯେ ଉଭୟଙ୍କ ବିବାହ ଚଳିତ ବର୍ଷରେ ଖୁବ୍ ଶୀଘ୍ର ହେବ।

ପୂଜା ଗୋର ଓ ରାଜ ସିଂହ ଅରୋରା
ହରର୍ ସୋ’ ‘କୋଇ ଆନେ କୋ ହେ’ ସେଟରେ ପୂଜା ଗୋର ଓ ରାଜ ସିଂହ ଅରୋରା ପ୍ରଥମ ଥର ପାଇଁ ପରସ୍ପରଙ୍କୁ ଭେଟିଥିଲେ। ବନ୍ଧୁତା ସଂପର୍କରୁ ଉଭୟଙ୍କ ମଧ୍ୟରେ ପ୍ରେମର ଆରମ୍ଭ ହୋଇଥିଲା । କିଛି ଦିନ ପୂର୍ବରୁ ଦୁହେଁ ଲିଭ ଇନକୁ ସିଫ୍ଟ ହୋଇଛନ୍ତି।
Related Posts
ଦୃଶ୍ୟମ୍-୨ ରେ ପୁଣି ନଜର ଆସିବେ ଅଜୟ ଦେବଗନ୍-ତବୁ, ଆରମ୍ଭ ହେବ ସୁଟିଂ
25 February 2021