Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପୁଣି ଆଉ ଜଣେ ଅଭିନେତାଙ୍କ ଆତ୍ମହତ୍ୟା : ‘କ୍ୟୁଁ କି ଶାଶ ଭି କଭି ବହୂ ଥି’ରେ କରିଥିଲେ କାମ

6/08/2020 at 12:28 PM

ମୁମ୍ବାଇ ୬/୮: କରୋନା ସଙ୍କଟ ମଧ୍ୟରେ ବଲିଉଡ ଏବଂ ଛୋଟ ପରଦାର ଷ୍ଟାରଙ୍କ ଆତ୍ମହତ୍ୟା କରିବାର ମାମଲା ଜାରି ରହିଛି। ସୂଚନା ମିଳିଛି ଯେ ଅଭିନେତା ସମୀର ଶର୍ମା ଆତ୍ମହତ୍ୟା କରିଦେଇଛନ୍ତି। ସେ ମୁମ୍ବାଇରେ ଆତ୍ମହତ୍ୟା କରିଛନ୍ତି। ସମୀର ଶର୍ମା ‘କ୍ୟୁଁ କି ଶାଶ ଭି କଭି ବହୂ ଥୀ’ଧାରାବାହିକରେ କାମ କରି ସାରିଛନ୍ତି।

୪୪ବର୍ଷ ବୟସ୍କ ସମୀର ଶର୍ମା ବୁଧବାର ରାତିରେ ପଶ୍ଚିମ ମଲାଡ ସ୍ଥିତ ନେହା ସିଏଚଏସ ବିଲଡିଂରେ ନିଜ ଘରେ ଫାଶୀ ଦେଇ ଆତ୍ମହତ୍ୟା କରିଛନ୍ତି। ମଲାଡ ପୋଲିସ କହିବା ଅନୁସାରେ,ସମୀର ଏବର୍ଷ ଫେବୃୟାରୀରେ ଆପାର୍ଟମେଣ୍ଟରେ ଭଡ଼ା ନେଇଥିଲେ। ରାତି ଡ୍ୟୁଟି ସମୟରେ ଜଗୁଆଳ ସମୀର ଶର୍ମାଙ୍କ ଶବ ଝୁଲନ୍ତା ଅବସ୍ଥାରେ ଦେଖିଥିଲେ।

   Related Posts