ରିଲ ଲାଇଫ ‘ରାଧାକୃଷ୍ଣ’ ସୁମେଧ ଏବଂ ମଲ୍ଲିକା ଏବେ ରିୟଲ୍ ଲାଇଫରେ କରୁଛନ୍ତି ଡେଟ୍ : ମଲ୍ଲିକାଙ୍କ ମାଆ ଅସନ୍ତୁଷ୍ଟ

Published By : Prameya-News7 Bureau | June 04, 2019 IST

  ମୁମ୍ବାଇ ୪/୬: ପୈାରାଣିକ ଧାରାବାହିକ ‘ରାଧାକୃଷ୍ଣ’ର ମୁଖ୍ୟ ଅଭିନେତା (କୃଷ୍ଣ) ସୁମେଧ ମୁଦଗଲକର ଏବଂ (ରାଧା) ଅଭିନେତ୍ରୀ ମଲ୍ଲିକା ସିଂହ ବ୍ୟକ୍ତିଗତ ଜୀବନରେ ପରସ୍ପରକୁ ଡେଟ୍ କରିବାର ଖବର ଏବେ ଚର୍ଚ୍ଚା ହେଉଛି। ଯାହା ଫଳରେ ମଲ୍ଲିକାଙ୍କ ମାଆ ଅସନ୍ତୁଷ୍ଟ ଅଛନ୍ତି। ସୂଚନା ଅନୁସାରେ ସୁମେଧ ଏବଂ ମଲ୍ଲିକା ସୁଟିଂ ସେଟରେ କରାଯାଉଥିବା ସୁଟ୍ ସିକ୍ବେନସ୍ ଜରିଆରେ ବାସ୍ତବରେ ପ୍ରପୋଜ କରୁଥିବା ନଜର ଆସୁଛନ୍ତି। ଏହି ଅନସ୍କ୍ରିନ୍ ଯୋଡ଼ି ଏବେ ରିୟଲ ଲାଇଫ ଯୋଡ଼ି ହୋଇସାରିଛନ୍ତି।

{"id":119416,"width":596,"height":447}

ଏବେ ଏପରି ପରିସ୍ଥିତିରେ ସୁମେଧ ଏବଂ ମଲ୍ଲିକାଙ୍କ ସମ୍ପର୍କ ବିଷୟରେ ଜାଣିଥିବା ମଲ୍ଲିକାଙ୍କ ମାଆ ୨୪ଘଣ୍ଟା ସେଟରେ ଉପସ୍ଥିତ ରହୁଛନ୍ତି ଯାହା ଫଳରେ ସେ ନିଜ ଝିଅଙ୍କ ପ୍ରତି ନଜର ରଖିପାରିବେ। କୁହାଯାଉଛି ଯେ ମଲ୍ଲିକାଙ୍କ ମାଆ ଚାହଁନ୍ତି ନାହିଁ ଯେ ତାଙ୍କ ଝିଅ ନିଜ କ୍ୟାରିୟର ଆରମ୍ଭରେ ଏପରି କୈାଣସି ଭୁଲ୍ କରନ୍ତୁ। ମଲ୍ଲିକାଙ୍କୁ କେବଳ ନିଜର କ୍ୟାରିୟର ପ୍ରତି ଧ୍ୟାନ ଦେବା ଆବଶ୍ୟକ।

{"id":119417,"width":595,"height":334}

୨୦୧୪ରେ ଡ୍ୟାନ୍ସ ରିୟଲିଟି ଶୋରେ ସୁମେଧ ପ୍ରତିଯୋଗୀ ଥିଲେ। ଏହା ବ୍ୟତୀତ ସେ ୩ଟି ମରାଠୀ ଫିଲ୍ମରେ କାମ କରି ସାରିଛନ୍ତି। କିନ୍ତୁ ମଲ୍ଲିକାଙ୍କ ଏହା ପ୍ରଥମ ଧାରାବାହିକ।

{"id":119418,"width":595,"height":595}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.