Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାସନ୍ ଧରି ଫେରୁଥିଲେ, ଓଲଟି ଗଲା ଟ୍ରାକ୍ଟର ଡାଲା, ୨ ମୃତ
  • ||
  • ପୋଲିସର ଅପରେସନ୍ ହାଇଦର : ଚଢାଉ ଜୋରଦାର, ବିଭିନ୍ନ ସ୍ଥାନରେ ଲାଗିଲା ପୋଷ୍ଟର
  • ||
  • ମଙ୍ଗଳବାରଠୁ ଲଗାତାର ୬ ଦିନ ବନ୍ଦ ରହିବ ବ୍ୟାଙ୍କ: ସୋମବାର ସାରି ଦିଅନ୍ତୁ ବ୍ୟାଙ୍କ କାମ
  • ||
  • SCBରୁ ଗ୍ୟାଙ୍ଗଷ୍ଟାର ହାଇଦର୍‌ ଫେରାର ଘଟଣା, ୬ ପୋଲିସ କର୍ମଚାରୀ ସସ୍‌ପେଣ୍ଡ
  • ||
  • ଭଦ୍ରକ : ବସକୁ ପିଟିଲା ଟ୍ରକ୍, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ
  • ||
  • ଚଣ୍ଡିଖୋଲ : ଧକ୍କା ଦେଲା ଟ୍ରକ୍, ଜୀବନ ହାରିଲେ ସ୍ୱାମୀ-ସ୍ତ୍ରୀ, ଝିଅ ଗୁରୁତର
  • ||
  • ମାନିଲେନି କଟକଣା : ଭୁବନେଶ୍ୱର ୪ ନମ୍ୱର ମାର୍କେଟରେ ପୋଲିସର ଚଢାଉ, ଫାଇନ ଦେଲେ ଦୋକାନୀ
  • ||
  • ବଡ଼ବିଲ : ଅଗ୍ନିକାଣ୍ଡରେ ଜଳିଗଲା ୪ଟି ଦୋକାନ, ଲକ୍ଷାଧିକ ଟଙ୍କାର ସମ୍ପତ୍ତି ପୋଡି ପାଉଁଶ
  • ||
  • ତାତିରୁ ମିଳିଛି ତ୍ରାହି, ୧୪ ଯାଏଁ କାଳବୈଶାଖି ବର୍ଷା ସମ୍ଭାବନା
  • ||
  • ଓଡିଶାରେ ସାଙ୍ଘାତିକ ସ୍ଥିତିରେ କରୋନା, ୨୪ ଘଣ୍ଟାରେ ୧୩୭୯ ପଜିଟିଭ୍ ଚିହ୍ନଟ
  • ||

ପୁଣି ଆଉ ଜଣେ ଅଭିନେତ୍ରୀଙ୍କୁ କରୋନା : ସୋସିଆଲ୍ ମିଡିଆରେ ଜଣାଇବା ସହ ହେଲେ ହୋମ୍ କ୍ବାରେଣ୍ଟାଇନ୍

3/08/2020 at 4:53 PM

ମୁମ୍ବାଇ ୩/୮: ଟିଭି ସିରିୟଲ୍ ଖିଚଡ଼ିରେ ଚକ୍କି ଭୂମିକାରେ ଅଭିନୟ କରି ଲୋକପ୍ରିୟତା ହାସଲ କରିଥିବା ଅଭିନେତ୍ରୀ ରିଚା ଭଦ୍ରା କରୋନା ସଂକ୍ରମିତ ହୋଇଛନ୍ତି। ସେ ଇନଷ୍ଟାଗ୍ରାମରେ ଏକ ପୋଷ୍ଟ ଜରିଆରେ ପ୍ରଶଂସକଙ୍କୁ ଏବିଷୟରେ ସୂଚନା ଦେଇଥିଲେ।

ସେ ଇନଷ୍ଟାଗ୍ରାମରେ ନିଜ ଫଟୋ ସେୟାର କରି ଲେଖିଛନ୍ତି,‘ ସେ କରୋନାରେ ସଂକ୍ରମିତ ହୋଇଛନ୍ତି। ବିଏମସିକୁ ଏବିଷୟରେ କହି ଦିଆଯାଇଛି ଏବଂ ଏହି ସମୟରେ ସେ ହୋମ୍ କ୍ବାରେଣ୍ଟାଇନରେ ଅଛନ୍ତି। ତାଙ୍କୁ ସାମାନ୍ୟ ଲକ୍ଷଣ ଦେଖିବାକୁ ମିଳିଛି। ସେ ସେମାନଙ୍କୁ କରୋନା ଟେଷ୍ଟିଂ ପାଇଁ ପରାମର୍ଶ ଦେବାକୁ ଚାହୁଁଛନ୍ତି ଯେଉଁମାନେ କିଛି ଦିନ ହେବ ତାଙ୍କୁ ଭେଟିଥିଲେ। ଦୟା କରି ଆପଣ ନିଜ ପ୍ରାର୍ଥନାରେ ତାଙ୍କୁ ମନେ ରଖିବେ। ସମସ୍ତେ ନିଜ ଧ୍ୟାନ ରଖନ୍ତୁ।’

ସେ କିଛି ଦିନ ହେବ ସ୍ବାମୀଙ୍କ ପାଖରୁ ଉତ୍ତରପ୍ରଦେଶରୁ ଫେରିଛନ୍ତି। କିଛି ଦିନ ହେବ ତାଙ୍କ ଶୁଙ୍ଘିବାର କ୍ଷମତା ପୂରାପୂରି ଚାଲି ଯାଇଥିଲା। ସେ ପରଫ୍ୟୁମ୍ କିମ୍ବା ଖାଇବା ଜିନିଷ ଗନ୍ଧ ବାରି ପାରୁନଥିଲେ।

ତାଙ୍କୁ ଥଣ୍ଡା,କାଶ ମଧ୍ୟ ହୋଇଥିଲା। ଏହି କାରଣ ଯୋଗୁଁ ସେ ଟେଷ୍ଟିଂ କରିଥିଲେ।

   Related Posts