#boycottmadeinchinaର ସମର୍ଥନରେ ଆଗକୁ ଆସିଲେ ଅଭିନେତ୍ରୀ ନିୟତି ଫତନାନି : ଟିକଟକ୍‌କୁ କହିଲେ ଅଲବିଦା

Published By : Prameya-News7 Bureau | June 04, 2020 IST

ମୁମ୍ବାଇ ୩/୬: ନଜର ଧାରାବାହିକର ଅଭିନେତ୍ରୀ ପିୟା ଓରଫ ନିୟତି ଫତନାନି ନିଜ ଶେଷ ଟିକଟକ୍ ଭିଡିଓ କରି ଟିକଟକ୍ ଆକାଉଣ୍ଟକୁ ଡିଲିଟ୍ କରି ଦେଇଛନ୍ତି। ପ୍ରକୃତରେ ସେ ଚାଇନା ଆପ୍ ଡିଲିଯ୍ କ୍ୟାମ୍ପେନକୁ ସପୋର୍ଟ କରି ଏହା କରିଛନ୍ତି।

wp:core-embed/instagram {"url":"https://www.instagram.com/p/CA9gZKShzK3/?utm_source=ig_embed","type":"rich","providerNameSlug":"instagram","className":""}
https://www.instagram.com/p/CA9gZKShzK3/?utm_source=ig_embed
/wp:core-embed/instagram

 ନିୟତି କହିଛନ୍ତି ଯେ ସେ ଟିକଟକ୍ ବ୍ୟତୀତ ଚାଇନା ଆପ୍ ବ୍ୟବହାର କରୁନଥିଲେ। ସେ ଟିକଟକ୍ ଆପ୍ ଏଥିପାଇଁ ଛାଡ଼ିଲେ କାରଣ ସେ ଚାହୁଁନଥିଲେ ଯେ ବାହାରର ଆପ୍ ଯୋଗୁଁ ଆମ ଦେଶର ଅର୍ଥବ୍ୟବସ୍ଥା ଖରାପ ହେଉ ଏବଂ ବର୍ଡ଼ରରେ ଯାହା କିଛି ଚାଲୁଛି ତାହାକୁ ଆଖି ଆଗରେ ରଖି ସେ ଏହି ଆପ୍‌କୁ ଡିଲିଟ୍ କରିଦେଇଥିଲେ। ଏହା ଏକ ପପୁଲାର ମିଡିୟମ୍ ଏବଂ ଏହାର ବ୍ୟବହାର ଆଗକୁ ଭବିଷ୍ୟତରେ ପ୍ରମୋସନାଲ୍ ଆକ୍ଟିଭିଟି ପାଇଁ କରାଯାଇପାରିବ। ସେ କେବେ ଏହି ଆପ୍‌କୁ ବ୍ୟବହାର କରିବେ ନାହିଁ।

{"id":280908,"sizeSlug":"large"}

ଟିକଟକ୍‌ରେ ଶେଷ ଭିଡିଓ ଦେଖିବା ଯୋଗୁଁ ପ୍ରଶଂସକ ତାଙ୍କୁ ବହୁତ ମିସ୍ କରୁଛନ୍ତି। ଏବିଷୟରେ କଥା କହି ନିୟତି କହିଛନ୍ତି- ହଁ,ତାଙ୍କର ବହୁତ ଟିକଟକ୍ ଷ୍ଟାର୍ ଥିଲେ। ଏବେ ସେ ଏତେ ଲୋକଙ୍କୁ ଏକାଠି ଏହି ପ୍ଲାଟଫର୍ମ ଛାଡ଼ିବାକୁ କହିପାରିବେ ନାହିଁ।

{"id":280909,"sizeSlug":"large"}

ନିୟତି ଫତନାନି ‘ଭୋକାଲ୍ ଫର୍ ଲୋକାଲ୍’କୁ ସପୋର୍ଟ କରି କହିଛନ୍ତି ଯେ ତାଙ୍କୁ ସବୁବେଳେ ଏହି କ୍ୟାମ୍ପେନ୍ ଉପରେ ଭରସା ରହିଛି। ମୋଦି ଜୀ ଆମକୁ ଏହାକୁ ସମର୍ଥନ କରିବାକୁ କହିଛନ୍ତି। ତେଣୁ ଏବେ ସେ ଭାରତୀୟ ଜିନିଷ କିଣିବାକୁ ଉଦ୍ୟମ କରିବେ।

{"id":280910,"sizeSlug":"large"}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.