Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଡିସେମ୍ବର ୩୧ ଯାଏଁ ଅନ୍ତରାଷ୍ଟ୍ରୀୟ ବିମାନ ସେବା ବନ୍ଦ, କରୋନା ପ୍ରଭାବ
  • ||
  • କଟକ : ବସ୍‌ ଷ୍ଟାଣ୍ଡରେ ଠିଆ ହୋଇଥିବା ବସ୍‌ରେ ଲାଗିଗଲା ନିଆଁ, କେଇ ମିନିଟ୍‌ରେ ଜଳିଗଲା ସମ୍ପୂର୍ଣ୍ଣ ବସ୍
  • ||
  • କନ୍ଧମାଳ : ଜଗାକୁ ଏକା କରି ଚାଲିଗଲା କାଳିଆ, ମା’ ଆଖିରୁ ଶୁଖୁନି ଲୁହ : ମରଶରୀର ପହଞ୍ଚିବା ପରେ ଗାଁରେ ଶୋକାକୂଳ ପରିବେଶ
  • ||
  • କୋରାପୁର : କୋରାପୁର ବସ୍ ଷ୍ଟାଣ୍ଡରୁ ୩ଲକ୍ଷରୁ ଅଧିକ ଟଙ୍କାର ନକଲି ନୋଟ୍ ଜବତ, ଜଣେ ଗିରଫ
  • ||
  • କଟକ : ବାହା ବେଦୀରୁ ବ୍ୟାଙ୍କ୍ ମ୍ୟାନେଜରଙ୍କୁ ଉଠାଇନେଲା ପୋଲିସ, IIFL ଲୁଟ୍ ଘଟଣାରେ ରହିଛି ଲିଙ୍କ୍
  • ||
  • ସୋର : ପାଣିରୁ ଉଦ୍ଧାର ହେଲା ବୃଦ୍ଧଙ୍କ ମୃତଦେହ, ହତ୍ୟା ସନ୍ଦେହ
  • ||
  • ପୁରୀ : ପଞ୍ଚୁକର ଦ୍ବିତୀୟ ଦିନ, ବାଙ୍କଚୁଡା ବେଶରେ ବିଭୂଷିତ ମହାପ୍ରଭୁ
  • ||
  • ଚଣ୍ଡିଖୋଲ : ନିର୍ମାଣଧୀନ ପାଣି ଟାଙ୍କି ଉପରେ ଚଢି ଆତ୍ମହତ୍ୟା ଉଦ୍ୟମ କଲେ ଯୁବକ, ଉଦ୍ଧାର କଲେ ଅଗ୍ନିଶମ କର୍ମଚାରୀ
  • ||
  • କୋରାପୁଟ : କୋରାପୁଟ ଜିଲ୍ଲାରୁ ୮୫ଲକ୍ଷ ଟଙ୍କାର ଗଞ୍ଜେଇ ଜବତ, ଅଭିଯୁକ୍ତ ଫେରାର
  • ||
  • ଚାକିରୀଆଙ୍କ ପାଇଁ ବଡ ଖବର: ୮ଘଣ୍ଟା ବଦଳରେ ହୋଇପାରେ ୧୨ ଘଣ୍ଟା ସିଫ୍ଟ
  • ||

ତାମିଲ ଟିଭି ଧାରାବାହିକର ଅଭିନେତା ସେଲଭାରାଥିନମଙ୍କ ହତ୍ୟା : ସିସିଟିଭିରେ ନଜର ଆସିଲେ ୪ ସନ୍ଦିଗ୍ଧ ହତ୍ୟାକାରୀ

16/11/2020 at 5:36 PM

ଚେନ୍ନାଇ ୧୬/୧୧: ତାମିଲ ଭାଷାର ଲୋକପ୍ରିୟ ଟିଭି ଧାରାବାହିକ ଥେନମୋଝି ବିଏରେ ଖଳନାୟକ ଭୂମିକାରେ ଅଭିନୟ କରୁଥିବା ଅଭିନେତା ସେଲଭାରାଥିନମଙ୍କ ଚେନ୍ନାଇରେ ହତ୍ୟା କରି ଦିଆଯାଇଛି।ସିସିଟିଭି ଫୁଟେଜରେ ଘଟଣାସ୍ଥଳ ନିକଟରେ ୪ଜଣ ସନ୍ଦିଗ୍ଧ ଦେଖାଯାଇଛନ୍ତି। ପୋଲିସ୍ ଏହି ମାମଲାର ତଦନ୍ତ ଆରମ୍ଭ କରି ଦେଇଛି।

ଶନିବାର ସେଲଭାରାଥିନମ ସେଟକୁ ସୁଟିଂ ପାଇଁ ଯାଇନଥିଲେ। ସେ ସେହି ଦିନ ତାଙ୍କ ବନ୍ଧୁ ମଣିଙ୍କ ସହ ଜଣେ ସହାୟକ ନିର୍ଦେଶକଙ୍କ ସହ ଥିଲେ। ରବିବାର ସକାଳେ ତାଙ୍କ ପାଖକୁ ଏକ ଫୋନ୍ ଆସିଥିଲା ଯାହା ପରେ ସେ ଚାଲି ଯାଇଥିଲେ। ଅଳ୍ପ ସମୟ ପରେ ତାଙ୍କ ରୁମମେଟଙ୍କୁ ସୂଚନା ମିଳିଥିଲା ଯେ ସେଲଭାରାଥିନମଙ୍କୁ ହତ୍ୟା କରାଯାଇଛି।

ଏମଜିଆର ନଗର ପୋଲିସ୍ ଷ୍ଟେସନର ଏକ ଟିମ୍ ଘଟଣାସ୍ଥଳକୁ ପହଞ୍ଚିଥିଲା ଏବଂ ସେଲଭାରାଥିନମଙ୍କ ମୃତଦେହକୁ ପୋଷ୍ଟମର୍ଟମ ପାଇଁ ପଠାଇ ଦେଇଥିଲା। ପୋଲିସ୍ ମାମଲା ରୁଜୁ କରି ସନ୍ଦିଗ୍ଧଙ୍କୁ ଖୋଜିବା ଆରମ୍ଭ କରି ଦେଇଛି। ସେଲଭାରାଥିନମ ଜଣେ ଶ୍ରୀଲଙ୍କାର ଶରଣାର୍ଥୀ ଥିଲେ ଯିଏ ଗତ ୧୦ବର୍ଷ ହେବ ଭାରତରେ ରହୁଥିଲେ।

ଏପଟେ ପୋଲିସ୍ ଆଖପାଖର ସିସିଟିଭି ଫୁଟେଜ ଖୋଳତାଡ଼ କରିବାରୁ ସେଥିରେ ଘଟଣାସ୍ଥଳ ପାଖରୁ ୪ଜଣ ସନ୍ଦିଗ୍ଧ ଦେଖା ଦେଇଥିଲେ। ସିସିଟିଭିରେ ୪ଜଣ ସନ୍ଦିଗ୍ଧ ଏକ ଅଟୋ ରିକ୍ସାରେ ଏକାଠି ନଜର ଆସିଥିଲେ।ସେହିପରି ସିସିଟିଭିରେ ଗୋଟିଏ ସ୍ଥାନରେ ସେଲଭାରାଥିନମ ସେହି ୪ଜଣଙ୍କ ସହ କିଛି ସମୟ କଥାବାର୍ତ୍ତା ହେଉଥିବା ନଜର ଆସିଛନ୍ତି।

ତାଙ୍କ ପରିବାର ଲୋକଙ୍କ କହିବା ଅନୁସାରେ ସେଲଭାରାଥିନମଙ୍କ କାହା ସହ କୌଣସି ଶତୃତା ନଥିଲା। ସେପଟେ ପୋଲିସ୍ ସେଲଭାରାଥିନମଙ୍କ କଲ୍ ରେକର୍ଡ଼ ଯାଞ୍ଚ କରୁଛି। ତଦନ୍ତ ଅଧିକାରୀଙ୍କୁ ଫୋନ୍ ନମ୍ବରର ଏକ ସେଟ୍ ମଧ୍ୟ ମିଳିଛି ଯେଉଁ ନମ୍ବରଗୁଡ଼ିକରେ ସେ ବାରମ୍ବାର ଫୋନ୍ କରିଛନ୍ତି।

   Related Posts