Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବାତ୍ୟା ‘ଜଓ୍ଵାଦ’ ପ୍ରଭାବ: ଆସନ୍ତାକାଲି ୧୯ ଜିଲ୍ଲାରେ ସ୍କୁଲ ଛୁଟି
  • ||
  • ରାଜଧାନୀ ଦିଲ୍ଲୀରେ ‘ଓମିକ୍ରନ’ ଆତଙ୍କ ! ବିଦେଶ ଫେରନ୍ତା ୧୨ ରୋଗୀ LNJPରେ ଭର୍ତ୍ତି
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୯ ହଜାରରୁ ଅଧିକ କରୋନା ପଜିଟିଭ୍, ୩୯୧ ମୃତ
  • ||
  • ଓ୍ୱାଙ୍ଖଡେ ଟେଷ୍ଟରେ ମୁହାଁମୁହିଁ ହେବେ ଭାରତ ଓ ନ୍ୟୁଜିଲାଣ୍ଡ : ଫେରିଲେ ବିରାଟ, ଦେଖିବାକୁ ମିଳିବ ରୋମାଞ୍ଚକର ଫାଇଟ୍
  • ||
  • ପାଟଣା ରେଞ୍ଜରେ ହାତୀ ଆତଙ୍କ, ନଷ୍ଟ କରୁଛନ୍ତି ପାଚିଲା ଧାନ
  • ||
  • ଓଡିଶାରେ ବିରଳ ଘଟଣା : ଯୁବକଙ୍କ ପେଟରୁ ବାହାରିଲା ଭ୍ରୂଣ, ୫ ଘଣ୍ଟାର ଅପରେସନ ପରେ ବାହାର କଲେ ଡାକ୍ତର
  • ||
  • ଚିନ୍ତା ବଢାଇଲା ଓମିକ୍ରନ, ଦକ୍ଷିଣ ଆଫ୍ରିକାରେ ଲକଡାଉନ୍: ଭାରତରେ ମଧ୍ୟ ସ୍ଥିତି ସାଂଘାତିକ
  • ||
  • ଓଡିଶାରେ ଘସି ହୋଇଯିବ ଜଓ୍ୱାଦ ! ଉପକୂଳରେ ପ୍ରବଳ ବର୍ଷା, ୯୦ କିମି ବେଗରେ ବହିବ ପବନ
  • ||
  • ଚୋରା କାରବାରରେ ନାବାଳକ : ନବମ ଶ୍ରେଣୀ ଛାତ୍ରଙ୍କ ବ୍ୟାଗରୁ ମିଳିଲା ୨ କେଜି ଅଫିମ
  • ||

ରାବଣ ପରେ ଏବେ ‘ରାମାୟଣ’ର ନିଶାଦ ରାଜଙ୍କ ଦେହାନ୍ତ

21/10/2021 at 3:16 PM

ନୂଆଦିଲ୍ଲୀ ୨୧/୧୦: ଟିଭିର ପ୍ରସିଦ୍ଧ ସିରିଏଲ ‘ରାମାୟଣ’ରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିବା ଅଭିନେତା ଚନ୍ଦ୍ରକାନ୍ତ ପାଣ୍ଡ୍ୟାଙ୍କ ଦେହାନ୍ତ ହୋଇଛି। ଚନ୍ଦ୍ରକାନ୍ତ ରାମାନନ୍ଦ ସାଗରଙ୍କ ‘ରାମାୟଣ’ରେ ଭଗବାନ ଶ୍ରୀ ରାମଙ୍କ ବନ୍ଧୁ ନିଶାଦ ରାଜ ଭୂମିକାରେ ଅଭିନୟ କରିଥିଲେ। ଅଭିନେତାଙ୍କ ଦେହାନ୍ତ ଖବର ପୁଣିଥରେ ଇଣ୍ଡଷ୍ଟ୍ରୀକୁ ଚକିତ କରିଛି।

rm78lth8

ସୀତା ମା’ଙ୍କ ଭୂମିକାରେ ଅଭିନୟ କରିଥିବା ଜଣାଶୁଣା ଅଭିନେତ୍ରୀ ଦୀପିକା ଚିଖାଲିଆ ସୋସିଆଲ ମିଡିଆରେ ଚନ୍ଦ୍ରକାନ୍ତଙ୍କ ମୃତ୍ୟୁ ସମ୍ପର୍କରେ ସୂଚନା ଦେଇଛନ୍ତି। ଇନଷ୍ଟାଗ୍ରାମରେ ନିଶାଦ ରାଜଙ୍କ ଫଟୋ ସେୟାର କରି ସେ ଲେଖିଛନ୍ତି, ଚନ୍ଦ୍ରକାନ୍ତ ପାଣ୍ଡ୍ୟା ଆଉ ନାହାଁନ୍ତି।

ଗୁଜୁରାଟର ବନାସକଣ୍ଠ ଜିଲ୍ଲାର ଭିଲ୍ଡି ଗାଁର ବାସିନ୍ଦା ଚନ୍ଦ୍ରକାନ୍ତ ପାଣ୍ଡ୍ୟା ଜାନୁୟାରୀ ୧, ୧୯୪୬ ରେ ଏକ ବ୍ୟବସାୟିକ ପରିବାରରେ ଜନ୍ମଗ୍ରହଣ କରିଥିଲେ। ଚନ୍ଦ୍ରକାନ୍ତଙ୍କ ପିତା ଗୁଜୁରାଟରୁ ଆସି ମୁମ୍ବାଇରେ ଅବସ୍ଥାପିତ ଜଣେ ବ୍ୟବସାୟୀ ଥିଲେ। ଚନ୍ଦ୍ରକାନ୍ତଙ୍କ ପିଲାଦିନ ଏବଂ ଶିକ୍ଷା ମାୟାନାଗରୀରେ ହୋଇଥିଲା। ଚନ୍ଦ୍ରକାନ୍ତ ଏବଂ ବଲିଉଡ କିମ୍ବଦନ୍ତୀ ଅମଜାଦ ଖାନଙ୍କ ମଧ୍ୟରେ ବହୁତ ବନ୍ଧୁତା ଥିଲା। ଉଭୟ କଲେଜରେ ଏକାଠି ଅଧ୍ୟୟନ କରିଥିଲେ। ପିଲାଦିନରୁ ଅଭିନୟ କରିବାକୁ ଆଗ୍ରହୀ ଥିବା ଚନ୍ଦ୍ରକାନ୍ତ ନାଟକ ସମୟରେ ଅରବିନ୍ଦ ତ୍ରିବେଦୀଙ୍କୁ ଭେଟିଥିଲେ। ଉଭୟ ଅନେକ ନାଟକରେ ଏକାଠି କାମ କରିଥିଲେ। ଗୁଜୁରାଟୀ ଫିଲ୍ମ ‘କଡୁ ମାକରାନି’ରେ ଚନ୍ଦ୍ରକାନ୍ତ ତାଙ୍କର ପ୍ରଥମ ବ୍ରେକ୍ ପାଇଥିଲେ।

   Related Posts