ସାଧାରଣ ଜନତାଙ୍କୁ ଝଟ୍‌କା ! ଅକ୍ଟୋବର ମାସରୁ ବଢିବ ଟିଭି ଦାମ୍

Published By : Prameya-News7 Bureau | September 14, 2020 IST

ନୂଆଦିଲ୍ଲୀ ୧୪/୦୯ : ଆଗାମୀ ଅକ୍ଟୋବର ମାସରୁ ଟେଲିଭିଜନ ଦାମ ବୃଦ୍ଧି ପାଇବ । ଗତ ବର୍ଷ ଓପନ ସେଲ ପ୍ୟାନେଲରେ ୫ ପ୍ରତିଶତ ଆମଦାନୀ ଶୁଳ୍କ ରିହାତି ଦିଆଯାଇଥିଲା । ତାହା ଚଳିତ ମାସ ଶେଷରେ ସମାପ୍ତ ହେଉଛି । ଟିଭି ଉଦ୍ୟୋଗ ପୂର୍ବରୁ ହିଁ ଚାପରେ ରହିଛି । ନିର୍ମିତ ପ୍ୟାନେଲ ମୂଲ୍ୟରେ ୫୦ ପ୍ରତିଶତରୁ ଅଧିକ ବଢି ଯାଇଛି ।

{"id":329491,"sizeSlug":"large"}

ଟାଇମ୍ସ ଅଫ ଇଣ୍ଡିଆ ରିପୋର୍ଟ ଅନୁଯାୟୀ, ଇଲେକ୍ଟ୍ରୋନିକ୍ସ ଓ ଆଇଟି ମନ୍ତ୍ରାଳୟ ଆମଦାନୀ ଶୁଳ୍କ ବଢାଇବା ସପକ୍ଷରେ ଅଛି । ଆମଦାନୀ ଶୁଳ୍କ ବୃଦ୍ଧି ପାଇବା ଫଳରେ ଟିଭି ମେନ୍ୟୁଫେକଚରିଂରେ ବିନିଯୋଗ ବଢ଼ିବାରେ ସହାୟକ ହୋଇଛି । ସେଥିପାଇଁ ଦକ୍ଷିଣ କୋରିଆ କମ୍ପାନୀ ସେମସଙ୍ଗ ଭିଏତନାମରୁ ନିଜ ଉତ୍ପାଦନ ବ୍ୟବସାୟ ବନ୍ଦ କରି ଏବେ ଭାରତରେ ଉତ୍ପାଦନ କରିବ । ସୂତ୍ର ଅନୁଯାୟୀ, ଶେଷ ନିର୍ଣ୍ଣୟ ଅର୍ଥ ମନ୍ତ୍ରାଳୟ ନେବେ ।

{"id":329490,"sizeSlug":"large"}

ଟିଭି କମ୍ପାନୀ ଟାଇମ୍ସ ଅଫ ଇଣ୍ଡିଆକୁ କହିଛି ଯେ ଟିଭି ଦାମ୍ ବଢାଇବା ଛଡା ତାଙ୍କ ପାଖରେ ଆଉ କୌଣସି ବିକଳ୍ପ ନାହିଁ । କାରଣ ଯଦି ଶୁଳ୍କ ବଦହନଯାଏ ତାହେଲେ କମ୍ପାନୀ ଅତିରିକ୍ତ ଶୁଳ୍କ ଦେବାକୁ ପଡିବ । ଏଥିରେ ଏଲଜି, ପାନାସନିକ୍, ଥମସନ୍, ସେନସୁଇ ସାମିଲ ଅଛି । ଏହିସବୁ କମ୍ପାନୀ ଲାହିଛନ୍ତି ଯେ ଟିଭି ଦାମ୍ ପାଖାପାଖି ୪ ପ୍ରତିଶତ କିମ୍ବା ୩୨ ଇଞ୍ଚ ଟିଭି ପାଇଁ ସର୍ବନିମ୍ନ ୬୦୦ ଟଙ୍କା ଓ ୪୨ ଇଞ୍ଚ ଟିଭି ପାଇଁ ୧୨୦୦ ରୁ ୧୫୦୦ ଟଙ୍କା ବଢ଼ାଇ ଦିଆଯିବ । ଏହାରୁ ବଡ ସ୍କ୍ରିନ୍ ଟିଭି ପାଇଁ ଆହୁରି ଅଧିକ ଟଙ୍କା ବଢ଼ାଇ ଦିଆଯିବ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.