ଦୁଷ୍କର୍ମ ଅଭିଯୋଗରେ ସାମ୍ବାଦିକ ଗିରଫ, ୧୩ ବର୍ଷୀୟା ପୀଡିତାଙ୍କୁ ଦେଉଥିଲେ ଶାରୀରିକ ନିର୍ଯାତନା

Published By : Prameya-News7 Bureau | December 01, 2020 IST

ଚେନ୍ନାଇ,୦୧/୧୨:      ଚେନ୍ନାଇର ଜଣେ ଟିଭି ସାମ୍ବାଦିକ ଦୁଷ୍କର୍ମ ଅଭିଯୋଗରେ ଗିରଫ ହୋଇଛନ୍ତି । ଜଣେ ନାବାଳିକାଙ୍କୁ ଦୁଷ୍କର୍ମ ମାମଲାରେ ତାଙ୍କୁ ପୋଲିସ ଗିରଫ କରିଛି । ଗତ ସପ୍ତାହରେ ଏହି ମାମଲା ଲୋକଲୋଚନକୁ ଆସିଥିଲା । ତଦନ୍ତ କରି ପୋଲିସ ଏନ୍ନୋରରୁ ୩୯ ବର୍ଷୀୟ ଟିଭି ସାମ୍ବାଦିକଙ୍କୁ ଗିରଫ କରିଛି ।

ସୂଚନାନୁସାରେ, ଜି ବିନୋବା ନାମକ ଜଣେ ସାମ୍ବାଦିକ ୧୩ ବର୍ଷୀୟ ନାବାଳିକାଙ୍କୁ ଦୁଷ୍କର୍ମ କରିଥିଲେ । ସେହି ସମୟରେ ନାବାଳିକାଜଣଙ୍କ ୨ ଯୁବତୀ ଚାଲାଣକାରୀଙ୍କ କବଜାରେ ଥିଲେ । ପୋଲିସ ଗତ ସପ୍ତାହରେ ୨ ମାନବ ତସ୍କର ମଦନ କୁମାର ଓ ସନ୍ଧ୍ୟାଙ୍କ ସମେତ ଆଉ ୬ଜଣଙ୍କୁ ଗିରଫ କରିଥିଲା । ଏହାପରେ ବିନୋବାଙ୍କ ନାଁ ସାମ୍ନାକୁ ଆସିଥିଲା । ଏପରିକି ବିନୋବା ମଦନ ଓ ସନ୍ଧ୍ୟାଙ୍କ ସହ ବେଆଇନ ଟଙ୍କା କାରବାରରେ ସଂପୃକ୍ତ ଥିବା ପୋଲିସ କହିଛି ।  ନାବାଳିକାଙ୍କର ଜଣେ ସମ୍ପର୍କୀୟଙ୍କୁ ମଧ୍ୟ ପୋଲିସ ଗିରଫ କରିଛି ।

ଘଟଣା ସେତେବେଳେ ସାମ୍ନାକୁ ଆସିଥିଲା ଯେତେବେଳେ ନାବାଳିକାଙ୍କ ମାଆ ଅଭିଯୋଗ କରିଥିଲେ । ତାଙ୍କ ମାଆ ଅଭିଯୋଗ କରିଥିଲେ ଯେ, ଝିଅକୁ ତାଙ୍କ ସହ ସାକ୍ଷାତ ପାଇଁ ଅନୁମତି ଦିଆଯାଉନି । ଶେଷରେ ଯେତେବେଳେ ପୀଡିତା ମାଆଙ୍କୁ ଭେଟିଥିଲେ ସବୁକଥା କହିଥିଲେ । ମାମଲାକୁ ଗୁରୁତର ସହ ନେଇ ପୋଲିସ ମଦନ, ସନ୍ଧ୍ୟାସ ସାହିତା ବାନୁ, ସେଲଭି, ମହେଶ୍ୱରୀ, ବିଜୟ, କାର୍ତ୍ତିକ ଓ ବନିତାଙ୍କୁ ଗିରଫ କରିଥିଲା । ଏପରିକି ଇନସପେକ୍ଟର ପୁଗଲେନ୍ଧି ମଧ୍ୟ ଏ ମାମଲାରେ ଗିରଫ ହୋଇଛନ୍ତି । ସେ ମଧ୍ୟ ନାବାଳିକାଙ୍କୁ ଦୁଷ୍କର୍ମ କରିଛନ୍ତି ।

ସମସ୍ତ ଅଭିଯୁକ୍ତଙ୍କ ବିରୋଧରେ ପୋକ୍ସୋ ଆକ୍ଟରେ ମାମଲା ରୁଜୁ ହୋଇଛି । ଏକ ସ୍ୱତନ୍ତ୍ର ଟିମ୍ ମାମଲାର ତଦନ୍ତଭାର ନେଇଛି । ଚେନ୍ନାଇ ପୋଲିସ ପୁଗଲେନ୍ଧିଙ୍କୁ ନିଲମ୍ବିତ କରିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.