Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବିଏସକେଓ୍ୱାଇରେ ଯୋଡିହେବ କୋରାପୁଟ, ଭର୍ଚୁଆଲ ମାଧ୍ୟମରେ କାର୍ଡ ବଣ୍ଟନ କରିବେ ମୁଖ୍ୟମନ୍ତ୍ରୀ
  • ||

ଇଣ୍ଡିଆନ୍ ଆଇଡଲ୍ ସିଜିନ୍ ୧୨ ରୁ ବିଦାୟ ନେଲେ ଆଶୀଷ କୁଲକର୍ଣ୍ଣୀ, ଭାବବିହ୍ୱଳ ହୋଇପଡିଲେ ସନମୁଖପ୍ରିୟା

12/07/2021 at 5:01 PM

ମୁମ୍ବାଇ ୧୨/୦୭ : ସିଙ୍ଗିଙ୍ଗ୍ ରିୟାଲିଟି ଶୋ’ ଇଣ୍ଡିଆନ୍ ଆଇଡଲ୍ ୧୨ ଲଗାତାର ଚର୍ଚ୍ଚାରେ ରହି ଆସୁଛି । ନିକଟରେ ଶୋ’ରୁ ସୱାଇ ଭଟ୍ଟ ବାହରି ଯାଇଥିଲେ । ଯାହାକୁ ନେଇ ଫ୍ୟାନ୍ସ ମାନେ ନିରାଶ ହୋଇ ଯାଇଥିଲେ । ଏପରିକି ଅମିତାଭ ବଚ୍ଚନଙ୍କ ନାତୁଣୀ ନବ୍ୟା ନବେଲି ନନ୍ଦା ମଧ୍ୟ ଦୁଃଖି ହୋଇ ଯାଇଥିଲେ । ବର୍ତ୍ତମାନ ଆଶୀଷ କୁଲକର୍ଣ୍ଣୀ ଭୋଟ କମ୍ ହେବା ଯୋଗୁଁ ଶୋ’ରୁ ବାହାରି ଯାଇଛନ୍ତି । ସେ ଟପ୍ ୬ରେ ସ୍ଥାନ ପାଇବାରେ ବିଫଳ ହୋଇଛନ୍ତି । ଆଶୀଷଙ୍କ ଶୋ’ରୁ ବାହାରି ଯିବାକୁ ନେଇ କେବଳ ତାଙ୍କର ଫ୍ୟାନ୍ସମାନେ ନୁହଁନ୍ତି ବରଂ ଅନ୍ୟ ପ୍ରତିଯୋଗୀ ମାନେ ମଧ୍ୟ ଦୁଃଖ ପ୍ରକାଶ କରିଛନ୍ତି ।

ଜଜ୍ ମାନେ ଆଶୀଷଙ୍କୁ ଶୋ’ରୁ ବାହାରିଯିବାର ଘୋଷଣା କରିବା ମାତ୍ରେ ତାଙ୍କ ସାଥିମାନେ ଖୁବ୍ ଜୋରରେ କାନ୍ଦିବାକୁ ଲାଗିଥିଲେ । ବିଶେଷ କରି ସନମୁଖପ୍ରିୟା ଏବଂ ସୟାଲି କାମ୍ବଲେ ଅତ୍ୟନ୍ତ ଭାବପ୍ରବଣ ହୋଇ ଯାଇଥିଲେ । ଦୁହେଁ ଆଶୀଷଙ୍କୁ ଆଲିଙ୍ଗନ କରି ଖୁବ୍ କାନ୍ଦିଥିଲେ ଏବଂ ପରେ ଚେତାଶୂନ୍ୟ ହୋଇ ଯାଇଥିଲେ। କେବଳ ଏତିକି ନୁହେଁ ସୟାଲିଙ୍କ ବାପା ଏବଂ ସନମୁଖପ୍ରିୟାଙ୍କ ମା’ ମଧ୍ୟ ବହୁତ ଇମୋସନାଲ୍ ହୋଇ ଯାଇଥିଲେ ।

ସୋସିଆଲ ମିଡିଆରେ ଆଶୀଷ କୁଲକର୍ଣ୍ଣିଙ୍କ ବହିଷ୍କାରକୁ ନେଇ ୟୁଜରମାନେ ପ୍ରତିକ୍ରିୟା ଦେଉଛନ୍ତି। ଏଥର ବିଶେଷ ଅତିଥି ଭାବରେ ଆଶା ଭୋସଲେ ଶୋ’ରେ ପହଞ୍ଚିଥିଲେ, ଯେଉଁଠାରେ ପ୍ରତିଯୋଗୀମାନେ ତାଙ୍କ ସାମ୍ନାରେ ପରଫରମାନ୍ସ କରିଥିଲେ ଏବଂ ଆଶା ଭୋସଲେଙ୍କ ଗୀତ ଗାଇଥିଲେ। ଏହି ପର୍ଯ୍ୟାୟରେ ଆଶୀଷ ‘ଅଭି ନା ଜାଓ ଛୋଡକେ’ ଏବଂ ‘ଦିଲ ଲେନା ଖେଲ ହୈ ଦିଲଦାର କା’ ଗୀତ ଗାଇ ଆଶା ଭୋସଲେଙ୍କ ପ୍ରଶଂସା ପାଇଥିଲେ।

ଏହା ପରେ ଅନୁ ମଲିକ୍ ଉଚ୍ଛେଦ ବିଷୟରେ କହିଥିଲେ ଯେ ଏଥର ଏହି ନିଷ୍ପତ୍ତି ସମ୍ପୁର୍ଣ୍ଣ ଜନସାଧାରଣଙ୍କର ଅଟେ। ଅନୁ ମଲିକଙ୍କ ଏହି ଘୋଷଣା ସହିତ ଶୋ’ର ସମସ୍ତ ୭ ଜଣ ପ୍ରତିଯୋଗୀଙ୍କୁ ମଞ୍ଚକୁ ଡକାଯାଇଥିଲା। ଏହା ପରେ ଶୋ’ର ଜଜ୍ ଅନୁ ମଲିକ୍ ସର୍ବାଧିକ ଭୋଟ୍ ପାଇଥିବା ପ୍ରତିଯୋଗୀଙ୍କ ନାମ ପ୍ରକାଶ କରିଥିଲେ। ଏହି ସମୟରେ, ଶେଷରେ ପ୍ରତିଯୋଗୀଙ୍କ ନାମ ପ୍ରକାଶ କଲେ, ଯାହାର ଶୋ’ରେ ଯାତ୍ରା ଶେଷ ହୋଇଥିଲା ।

   Related Posts