ଏମିତି ବି ଆସେ ମୃତ୍ୟୁ : ଟିଭି ଫାଟି ସ୍ତ୍ରୀ ମୃତ, ସ୍ବାମୀ ଓ ପୁଅ ଗୁରୁତର

Published By : Prameya-News7 Bureau | February 22, 2020 IST

ସୁନ୍ଦରଗଡ ୨୨।୦୨: ଟିଭି ଦେଖା ହେଲା କାଳ । ସୁନ୍ଦରଗଡ଼ ଧରୁଆଡିହି ଲହଣ୍ଡାବୁଡ ଗାଁରେ ଅଘଟଣ ଘଟିଛି । ଶୁକ୍ରବାର ସଂଧ୍ୟାରେ ଘରେ ବସି ଟିଭି ଦେଖିଥିଲେ ଲହାଣ୍ଡାଗୁଡ ଗାଁର ଡିଲେଶ୍ବର ନାଏକ, ତାଙ୍କ ପତ୍ନୀ ବବି ନାଏକ ଓ ୬ମାସର ଶିଶୁ । ତେବେ ଟିଭି ଫାଟି ସ୍ତ୍ରୀଙ୍କ ମୃତ୍ୟୁ ହୋଇଥିବା ବେଳେ ସ୍ବାମୀ ଓ ଶିଶୁ ଗୁରୁତର ଅଛନ୍ତି । ଦୁଇ ଗୁରୁତରଙ୍କୁ ରାଉରକେଲା IGH ସ୍ଥାନାନ୍ତର କରାଯାଇଛି ।

ସୂଚନାଯୋଗ୍ୟ ଯେ,  ଶୁକ୍ରବାର ସଂଧ୍ୟାରେ ଲହଣ୍ଡାବୁଡ ଗାଁର ଡିଲେଶ୍ବର ନାଏକ ପତ୍ନୀ ବବି ନାଏକଙ୍କ ସହ ବସି ଟିଭି ଦେଖୁଥିଲେ । ହଠାତ ଟିଭି ଜୋରରେ ସାଉଣ୍ଡ ହୋଇ ଫାଟିଯାଇଥିଲା । ଘଟଣାସ୍ଥଳରେ ଡିଲେଶ୍ବର, ବବି ଓ ୬ ମାସର ଶିଶୁ ପୋଡି ଯାଇଥିଲେ । ଚିତ୍କାର ଶୁଣି ପାଖରେ ଥିବା ଲୋକେ ଅଗ୍ନିଶମ ବିଭାଗ ଓ ଧୁରୁଆଡିହି ପୋଲିସକୁ ଜଣାଇଥିଲେ । ସଙ୍ଗେ ସଙ୍ଗେ ୩ ଜଣଙ୍କୁ ଆମ୍ବୁଲାନ୍ସରେ ସୁନ୍ଦରଗଡ ମୁଖ୍ୟ ମେଡିକାଲକୁ ନିଆଯାଇଥିଲା । ତେବେ ମେଡିକାଲରେ ଚିକିତ୍ସାଧୀନ ଅବସ୍ଥାରେ ବବିଙ୍କର ମୃତ୍ୟୁ ହୋଇଥିଲା । ଡିଲେଶ୍ବର ଓ ଶିଶୁର ଅବସ୍ଥା ସଂକଟାପନ୍ନ ଥିବାରୁ ରାଉରକେଲା ଆଇଜିଏଚକୁ ସ୍ଥାନାନ୍ତର କରାଯାଇଛି । ସର୍ଟ ସର୍କିଟ ଯୋଗୁ ଟିଭି ଫାଟିଥିବା ସନ୍ଦେହ କରାଯାଉଛି । ପୋଲିସ ମାମଲା ରୁଜୁ କରି ତଦନ୍ତ କରୁଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.