Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବିଜେଡିରେ ମିଶିବେ ପ୍ରଦୀପ ମାଝୀ, କହିଲେ ନବୀନଙ୍କ ହାତମୁଠା ଟାଣ କରିବି
  • ||
  • ଆଇଆଇଟି ଜମ୍ମୁର ନୂତନ ଗୃହ ଲୋକାର୍ପଣ କରିବେ ଗୃହମନ୍ତ୍ରୀ ଅମିତ ଶାହ, ଉପସ୍ଥିତ ରହିବେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୪ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୪୪୭ କୋଭିଡ୍ ପଜିଟିଭ୍
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୧୫ ହଜାରରୁ ଅଧିକ କରୋନା ପଜିଟିଭ୍, ୫୬୧ ମୃତ
  • ||
  • ଚିଲିକାକୁ ଆସିଲେଣି ବିଦେଶୀ ପକ୍ଷୀ, ସୁରକ୍ଷା ପାଇଁ ବନ ବିଭାଗ ପ୍ରସ୍ତୁତ
  • ||
  • ଲକ୍ଷ୍ମୀପୁର ହିଂସାର ମୁଖ୍ୟ ଅଭିଯୁକ୍ତ ଆଶିଷ ମିଶ୍ରାଙ୍କୁ ଡେଙ୍ଗୁ, ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି
  • ||
  • କମୁଛି ତାପମାତ୍ରା, ଦାରିଙ୍ଗିବାଡିରେ ୧୧ ଡିଗ୍ରୀକୁ ଖସିଲା ପାରଦ
  • ||
  • ସୁପର ସଣ୍ଡେରେ ସୁପର ମୁକାବିଲା : ଟି୨୦ ବିଶ୍ୱକପରେ ଭାରତ-ପାକିସ୍ତାନ ହାଇଭୋଲଟେଜ୍ ଫାଇଟ୍
  • ||

ପ୍ରତିଯୋଗୀଙ୍କ ଯନ୍ତ୍ରଣା ଶୁଣି ନିଜକୁ ରୋକି ପାରିଲେନି ରାଘବ୍ ଜୁୟାଲ୍: ୮ ଲକ୍ଷ ଟଙ୍କାର ଋଣ ସୁଝିବାକୁ ଦେଲେ ପ୍ରତିଶୃତି

19/09/2021 at 12:10 PM

ନୂଆଦିଲ୍ଲୀ୧୯/୦୯ : ଡ୍ୟାନ୍ସର, କୋରିଓଗ୍ରାଫର୍ ତଥା ଟିଭି ହୋଷ୍ଟ୍ ରାଘବ ଜୁଆଲଙ୍କ ପ୍ରତ୍ୟେକ ଷ୍ଟାଇଲ୍ ଲୋକଙ୍କୁ ପସନ୍ଦ ଆସିଥାଏ। ଷ୍ଟେଜ୍‌ରେ ଡ୍ୟାନ୍ସ ହେଉ କିମ୍ବା ନିଜ କଥାର କଥାରେ କମେଡି କରି ଲୋକଙ୍କୁ ହସେଇବା ଲୋକଙ୍କୁ ନିଜ ପାଖରେ ବାନ୍ଧି ରଖିବା ରାଘବଙ୍କ କାମ। ବର୍ତ୍ତମାନ ରାଘବ ରିଆଲିଟି ଶୋ’ ‘ଡ୍ୟାନ୍ସ ପ୍ଲସ୍ ୬’କୁ ହୋଷ୍ଟ୍‌ କରୁଛନ୍ତି, ଯାହା ଡିଜ୍ନି ପ୍ଲସ୍ ହଟ୍ ଷ୍ଟାର୍‌ରେ ପ୍ରସାରିତ ହେଉଛି। କରୋନା ସମୟରେ ସେ ଉତ୍ତରାଖଣ୍ଡବାସୀଙ୍କୁ ବହୁ ସାହାଯ୍ୟର ହାତ ବଢେଇଥିଲେ। ନିକଟରେ ‘ଡ୍ୟାନ୍ସ ପ୍ଲସ୍ ୬’ର ଜଣେ ପ୍ରତିଯୋଗୀଙ୍କ ଦୁଃଖ ଶୁଣି ତାଙ୍କୁ ସାହାଯ୍ୟ କରିବା ନେଇ ୮ ଲକ୍ଷ ଟଙ୍କା ଦେବାକୁ ଘୋଷଣା କରିଥିଲେ।

ସବୁଥର ପରି ଏଥର ମଧ୍ୟ ‘ଡ୍ୟାନ୍ସ ପ୍ଲସ୍’୬ ରେ ଜଣକ ଠାରୁ ବଳିକି ଆଉ ଜଣେ ପ୍ରତିଯୋଗୀ ଆସିଥିଲେ। ଏହି ରିଏଲିଟି ଶୋ’କୁ ଆସୁଥିବା ପ୍ରତ୍ୟେକ ପ୍ରତିଯୋଗୀଙ୍କ ପଛରେ କିଛି ନା କିଛି ଗୋଟେ କାହାଣୀ ଥାଏ। ଏଥର ଶୋ’ରେ ଛତିଶଗଡର ରାୟପୁରରୁ ଜଣେ ପ୍ରତିଯୋଗୀ ଆସିଥିଲେ। ଏବଂ ପ୍ରତିଯୋଗୀଙ୍କ ନାମ ଥିଲା ଏଭନ ନାଗପୁରେ। ସେ ତାଙ୍କର ଜବରଦସ୍ତ ପ୍ରତିଭା ନେଇ ଏହି ଶୋ’ରେ ଦେଖେଇଥିଲେ। ହେଲେ ତାଙ୍କ ଜୀବନରେ ବହୁ ଦୁଃଖ କଷ୍ଟର କାହାଣୀକୁ ବଖାଣି ଥିଲେ । ପରେ କହିଥିଲେ ଯେ ୧୦ ଲକ୍ଷ ଟଙ୍କା ପାଇଁ ସେ ଏହି ଶୋ’କୁ ଆସିଛନ୍ତି। ଏହି ଟଙ୍କା ଦ୍ୱାରା ସେ ତାଙ୍କ ବାପାଙ୍କ ଋଣ ସୁଝିବେ।

ଏଭନ ନାଗପୁରେଙ୍କ ବାପା କରୋନା କାରଣରୁ ମୃତ୍ୟୁବରଣ କରିଥିଲେ। ଅକ୍ସିଜେନ୍ ଅଭାବ ଓ ଠିକ୍ ସମୟରେ ବେଡ୍ ନ ମିଳିବାରୁ ତାଙ୍କ ବାପାଙ୍କର ମୃତ୍ୟୁ ହୋଇଥିଲା। ବାପାଙ୍କ ମୃତ୍ୟୁ ପରେ ବର୍ତ୍ତମାନ ଘରର ବୋଝ ଏହି ତାଙ୍କରେ କାନ୍ଧରେ ପଡିଛି। ଏହା ସହ ଏଭନ କହିଛନ୍ତି ଯେ ଡ୍ୟାନ୍ସ ପ୍ରତି ତାଙ୍କର ବହୁତ ରୁଚି ରହିଛି। ସେ ପ୍ରତିଜ୍ଞା ନେଇଛନ୍ତି ଯେ ଏହାରି ମାଧ୍ୟମରେ ସେ ତାଙ୍କ ବାପାଙ୍କର ଋଣ ସୁଝିବେ।ଏଭନଙ୍କ ଏହି ଦରଦଭରା କାହାଣୀ ଶୁଣିଲା ପରେ ରାଘବ ଭାବପ୍ରବଣ ହୋଇପଡିଥିଲେ। ସେ ତାଙ୍କ ବାପାଙ୍କ ଦ୍ୱାରା କରାଯାଇଥିବା ଋଣକୁ ସୁଝାଇବା ପାଇଁ ନିଷ୍ପତ୍ତି ମଧ୍ୟ ନେଇଥିଲେ। ଏହି ଶୋ’ ମାଧ୍ୟମରେ ରାଘବ ପ୍ରତିଶ୍ରୁତି ଦେଲେ ଯେ ଏଭନଙ୍କ ବାପାଙ୍କ ଦ୍ୱାରା କରାଯାଇଥିବା ଋଣର ବାକି ୮ ଲକ୍ଷ ଟଙ୍କା ସେ ସୁଝିଦେବେ। ରାଘବଙ୍କ ଏହି ପଦକ୍ଷେପକୁ ନେଇ ଲୋକେ ସୋସିଆଲ୍ ମିଡିଆରେ ଖୁବ୍‌ ପ୍ରଶଂସା କରିବାରେ ଲାଗିଛନ୍ତି। କିଛି ଲୋକ ତାଙ୍କୁ ବଡ ହୃଦୟବାନ ବୋଲି କହୁଛନ୍ତି।

   Related Posts