ଟେଲିଭିଜନ୍ ଦୁନିଆରେ ଅଛନ୍ତି ଏମିତି କିଛି ଯୋଡ଼ି ଯେଉଁମାନଙ୍କ ମଧ୍ୟରେ ରହିଛି ଲମ୍ବା ବୟସ ବ୍ୟବଧାନ: ଜାଣନ୍ତୁ କିଏ ଏମାନେ

Published By : Prameya-News7 Bureau | September 29, 2018 IST

ମୁମ୍ବାଇ୨୯|9: ଭାରତୀ ସିଂ(୩୪) ଏବଂ ହର୍ଷ ଲିମ୍ବାଚିୟା(୨୫): କମେଡ଼ି କୁଇନ୍ ଭାରତୀ ସିଂ ଲେଖକ ହର୍ଷ ଲିମ୍ବାଚିୟାଙ୍କୁ ବିବାହ କରିଛନ୍ତି। ଦୁଇଜଣ ଯୋଡ଼ି ବେଶ୍ କୈାତୁକ ପ୍ରିୟ। ପ୍ରାୟ ସମସ୍ତେ ଜାଣିଛନ୍ତି ଯେ ହର୍ଷ ଭାରତୀଙ୍କ ଠାରୁ ୯ବର୍ଷ ସାନ। ସେମାନେ ୨୦୧୭ମସିହାରେ ବିବାହ କରିଥିଲେ। ମିଲିନ୍ଦ ସୋମନ ଏବଂ ଅଙ୍କିତା କଁଓ୍ବର: କ୍ୟାପଟେନ୍ ବ୍ୟୋମ୍ ଫେମ୍ ମିଲିନ୍ଦ ସୋମନ ଏବଂ ଅଙ୍କିତା କଁଓ୍ବର ପ୍ରଚଳିତ ରୀତିନୀତି ବିରୁଦ୍ଧ ଯୋଡ଼ି। ଅଙ୍କିତାଙ୍କ ବୟସ ୨୭ବର୍ଷ ହୋଇଥିବାବେଳେ ମିଲିନ୍ଦଙ୍କୁ ୫୨ବର୍ଷ। ଗୈାତମ ରୋଡ଼େ ଏବଂ ପଖୁଡ଼ି ଅୱ୍ବସ୍ତୀ : ସୂର୍ଯ୍ୟପୁତ୍ର କର୍ଣ୍ଣ ଗୈାତମ ରୋଡ଼େ ଏବଂ ପଖୁଡ଼ି ଅୱ୍ବସ୍ତୀ ନିକଟରେ ହାତକୁ ଦୁଇହାତ ହୋଇଛନ୍ତି। ଏହି ଯୋଡ଼ି ପୈାରାଣିକ ଧାରାବାହିକ ଏକାସାଙ୍ଗରେ କରିବାବେଳେ ପ୍ରେମରେ ପଡ଼ିଥିଲେ। ଗୈାତମଙ୍କୁ ୪୧ବର୍ଷ ହୋଇଥିବାବେଳେ ପଖୁଡ଼ିଙ୍କୁ ୨୭ବର୍ଷ। ଅନସ୍ ରଶିଦ ଏବଂ ହିନା ଇକବାଲ୍ : ଲୋକପ୍ରିୟ ଟେଲିଭିଜନ ଧାରାବାହିକ ’ଦିୟା ଔର ବାତୀ ହମ’ର ଜଣାଶୁଣା ଅଭିନେତା ସୁରଜ ଓରଫ ଅନସ୍ ରସିଦ୍(୩୮)ଗତ ବର୍ଷ ୨୬ବର୍ଷ ବୟସ୍କା ହିନା ଇକବାଲଙ୍କୁ ବିବାହ କରିଛନ୍ତି। ହିନା ଇକବାଲ ଚଣ୍ଡିଗଡ଼ର ଜଣେ କର୍ପୋରେଟ୍ ପ୍ରଫେସନାଲ ଏବଂ ସେ ରୋଷେଇ ଶିଖିବା ପାଇଁ ନିଜ ଚାକିରି ଛାଡ଼ିଛନ୍ତି। ପୂର୍ବରୁ ଅନସ୍ - ରତି ପାଣ୍ଡେଙ୍କ ସହ ସମ୍ପର୍କକୁ ନେଇ ଚର୍ଚ୍ଚାରେ ଥିଲେ। କୃତୀକା ସେନଗାର ଏବଂ ନିକିତିନ ଧିର : ଟେଲିଭିଜନ୍ ଅଭିନେତ୍ରୀ କୃତୀକା ସେନଗାର ଯିଏ କ୍ୟୁଁ କି ସାସ୍ ଭି କଭି ବହୁ ଥି ରୁ ତାଙ୍କ ଅଭିନୟ ଜୀବନ ଆରମ୍ଭ କରିଥିଲେ ସେ ଦକ୍ଷିଣ ଭାରତୀୟ ଚଳଚ୍ଚିତ୍ର ଅଭିନେତା ନିକିତିନ ଧୀରଙ୍କୁ ବିବାହ କରିଛନ୍ତି। କୃତୀକା ନିକିତିନଙ୍କ ଠାରୁ ୭ବର୍ଷ ବଡ଼। କିର୍ତ୍ତୀ ଗାଏକଓ୍ବାଡ଼୍(୩୧) ଏବଂ ଶରଦ କେଲକର(୪୧): ଅଭିନେତ୍ରୀ କିର୍ତ୍ତୀ ଗାଏକଓ୍ବାଡ଼ ଅଭିନେତା ଶରଦ କେଲକରଙ୍କ ଠାରୁ ୭ବର୍ଷ ବଡ଼। ଦୁଇଜଣ ଏକା ସାଙ୍ଗରେ ‘ସିନ୍ଦୁର ତେରେ ନାମ କା’ ଏବଂ ‘ସାତ ଫେରେ’ ଧାରାବାହିକରେ କାମ କରିବାବେଳେ ଭଲ ପାଇ ବିବାହ କରିଥିଲେ। କିଶ୍ବର ମର୍ଚ୍ଚାଣ୍ଟ୍(୩୭) ଏବଂ ସୂୟାଶ ରାୟ(୨୯): ଅଭିନେତ୍ରୀ କିଶ୍ବର ମର୍ଚ୍ଚାଣ୍ଟ ତାଙ୍କ ପାର୍ଟନର୍ ଅଭିନେତା ସୂୟାଶ ରାୟଙ୍କୁ ବିବାହ କରି ଖୁସିରେ ବୈବାହିକ ଜୀବନ ଅତିବାହିତ କରୁଛନ୍ତି। ଅଭିନେତ୍ରୀ କିଶ୍ବର ତାଙ୍କ ସ୍ବାମୀଙ୍କଠାରୁ ୯ବର୍ଷ ବଡ । ସେମାନେ ୨୦୧୬ମସିହା ଡିସେମ୍ବର ୧୬ତାରିଖରେ ବିବାହ କରିଛନ୍ତି। ଏହି ଯୋଡ଼ି ବିଗ୍ ବସ୍ ସିଜନ୍-୯ରେ ଏକା ସହିତ ଆସିଥିଲେ। ସଞ୍ଜିବ ସେଠ୍(୫୭) ଏବଂ ଲତା ସଭରଓ୍ବାଲ୍(୪୩) : ଅଭିନେତ୍ରୀ ଲତା ସଭରଓ୍ବାଲ୍ ତାଙ୍କଠାରୁ ୧୪ବର୍ଷ ବଡ଼ ସଞ୍ଜିବ ସେଠଙ୍କୁ ୨୦୧୦ମସିହାରେ ବିବାହ କରିଥିଲେ। ସେମାନେ ଦୁଇଜଣ ଏକା ସାଙ୍ଗରେ ଧାରାବାହିକ ‘ୟେ ରିସ୍ତା କ୍ୟା କେହଲାତା ହେ’ରେ ସ୍ବାମୀ ସ୍ତ୍ରୀ ଭୂମିକାରେ ଅଭିନୟ କରିଥିଲେ। ଦର୍ଶକ ମଧ୍ୟ ତାଙ୍କ ଯୋଡ଼ିକୁ ବହୁତ ପସନ୍ଦ କରିଥିଲେ। ଏହା ପରେ ଦୁଇ ଯୋଡ଼ି ବାସ୍ତବ ଜୀବନରେ ସ୍ବାମୀ ସ୍ତ୍ରୀ ହୋଇଥିଲେ। ସେମାନେ ୨୦୧୩ମସିହାରେ ନଚ ବଲିୟେ ରେ ମଧ୍ୟ ଆସିଥିଲେ। ଡିମ୍ପି ଗାଙ୍ଗୁଲି(୩୩) ଏବଂ ରାହୁଲ ମହାଜନ(୪୩) : ଡିମ୍ପି ଗାଙ୍ଗୁଲି ଏନଡି ଟିଭିର ରିଅଲିଟି ଶୋ ‘ରାହୁଲ୍ ଦୁଲହନିଆ ଲେଯାଏଙ୍ଗେ’ ରେ ପ୍ରତିଯୋଗୀ ଥିଲେ ଏବଂ ପରେ ସେ ଜିତି ଯାଇ ରାହୁଲଙ୍କୁ ବିବାହ କରିଥିଲେ। ସେ ରାହୁଲଙ୍କ ଠାରୁ ୧୦ବର୍ଷ ସାନ ଥିଲେ। କିନ୍ତୁ ଏହି ବାହାଘର ବେଶୀଦିନ ତିଷ୍ଠି ନଥିଲା। କିନ୍ତୁ ବର୍ତ୍ତମାନ ଏହି ଅଭିନେତ୍ରୀ ଦୁବାଇର ବିଜନେସ ମ୍ୟାନ୍ ରୋହିତ ରାୟଙ୍କୁ ବିବାହ କରି ଖୁସିରେ ଅଛନ୍ତି ଏବଂ ତାଙ୍କର ଗୋଟିଏ ଝିଅ। କବିର ବେଦୀ(୭୨) ଏବଂ ପରବିନ୍ ଦୁସାଁଝ(୪୨): କବିର ବେଦୀ ତାଙ୍କ ବାନ୍ଧବୀ ପରବିନ ଦୁସାଁଝଙ୍କୁ ୨୦୧୬ରେ ତୃତୀୟ ବିବାହ କରିଛନ୍ତି। ପରବିନ୍ ତାଙ୍କଠାରୁ ୩୦ବର୍ଷ ବଡ଼। ପରବିନ୍ ମଧ୍ୟ କବିରଙ୍କ ଝିଅ ପୂଜା ବେଦୀ ଙ୍କ ଠାରୁ ସାନ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.