ସାମାନ୍ୟ ତର୍କକୁ ନେଇ ଟାୱେଲ ଲଗାଇ ଆତ୍ମହତ୍ୟା କଲେ tv କଷ୍ଟମ ଡାୟରେକ୍ଟର ପୂଜା ଗାୟେଁ

Published By : Prameya-News7 Bureau | June 03, 2021 IST

କୋଲକାତା ୩।୬: ନେତାଜୀ ନଗର ଅଞ୍ଚଳରେ ରହୁଥିବା ୨୬ ବର୍ଷ ବୟଷ୍କା ଟେଲିଭିଜନ କଷ୍ଟମ ଡାୟରେକ୍ଟର ପୂଜା ଗାୟେଁ ମଙ୍ଗଳବାର ରାତିରେ ନିଜ ଭଡ଼ା ଘରେ ଟାୱେଲ ଲଗାଇ ଆତ୍ମହତ୍ୟା କରିଛନ୍ତି। ପୂର୍ବ ବର୍ଦ୍ଧମାନ ଜିଲ୍ଲା ଦେବୀପୁରର ପୂଜା ଏଠାରେ ତାଙ୍କ ଭଉଣୀଙ୍କ ସହ ରହୁଥିଲେ। ତେବେ ଘଟଣା ସମୟରେ ତାଙ୍କ ଫ୍ଲାଟରେ ରହୁଥିବା ତାଙ୍କର ଦୁଇ ବାନ୍ଧବୀ ଟୁମ୍ପା ରାୟ ଓ ଜିନ୍ନା ସରକାର ଉପସ୍ଥିତ ଥିଲେ।  ସାଧାରଣ ତର୍କରୁ ସେ ୨ ବାନ୍ଧବୀଙ୍କୁ ଘରୁ କାଢି ଦେଇ ଏପରି କାଣ୍ଡ କରିଥିବା ସେମାନେ ପୋଲିସକୁ କହିଛନ୍ତି।

ମଙ୍ଗଳବାର ରାତିରେ ସେମାନେ ବେଶ୍ ଖୁସ ଥିଲେ। ଖାଇପିଇ ସାରିବା ପରେ ୩ ବାନ୍ଧବୀ ଚାଟିଂରେ ମସଗୁଲ ହୋଇଯାଇଥିଲେ। ରାତି ପ୍ରାୟ ୧୧ଟା ୪୫ ମିନିଟରେ କୌଣସି କଥାକୁ ନେଇ ପୂଜା ଓ ଟୁମ୍ପାଙ୍କ ମଧ୍ୟରେ ତର୍କ ହୋଇଥିଲା। ଟୁମ୍ପା ରାୟ ତାଙ୍କୁ ମ୍ୟାସେଜ ବକ୍ସରେ କିଛି ବିରକ୍ତିକର ମନ୍ତବ୍ୟ ଦେଇଥିଲେ। ଏଥିରେ ପୂଜା କାନ୍ଦିଥିଲେ ଓ ଦୁଇ ସାଙ୍ଗଙ୍କୁ ଘରୁ ବାହାର କରି ଦ୍ୱାର ଭିତରପଟୁ ବନ୍ଦ କରିଦେଇଥିଲେ। କିଛି ସମୟ ଅପେକ୍ଷା କରିବା ପରେ ଟୁମ୍ପା ଓ ଜିନ୍ନା ପୁଣି ଥରେ ପୂଜାଙ୍କୁ ଫୋନ କରିଥିଲେ। ତେବେ ସେ ଫୋନ ଉଠାଇ ନଥିଲେ।

ପୂଜାଙ୍କ ଆଚରଣରେ ବ୍ୟତିବ୍ୟସ୍ତ ହୋଇ ଦୁଇ ବାନ୍ଧବୀ ପଡୋଶୀଙ୍କୁ ସହାୟତା ଲାଗି ଉଠାଇଥିଲେ। ଏଥିରେ ପଡ଼ୋଶୀ ସେମାନଙ୍କୁ ସହାୟତା କରିବା ସହ ହାତୁଡିରେ ତାଙ୍କ କବାଟ ଭାଙ୍ଗିବା ବେଳକୁ ପୂଜା ତାଙ୍କ ଶୋଇବା ଘରେ ଟାୱେଲ ଲଗାଇ ଆତ୍ମହତ୍ୟା କରିଥିବା ଦେଖିବାକୁ ପାଇଥିଲେ। ତାଙ୍କୁ ତୁରନ୍ତ ଫାଶରୁ  କାଢି ନିକଟସ୍ଥ ବାଘାଜତିନ ହସ୍ପିଟାଲକୁ ନେଇଯାଇଥିଲେ।  ତେବେ ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ।

ଆତ୍ମହତ୍ୟା ନେଇ ନେତାଜୀ ନଗର ଥାନାକୁ ଭୋର ପ୍ରାୟ ୨ଟା ବେଳେ ସୂଚନା ଦିଆଯାଇଥିଲା। ପୋଲିସ ପହଞ୍ଚି ତାଙ୍କ ଶବକୁ ଜବତ କରିବା ସହ ପୋଷ୍ଟମର୍ଟମ ଲାଗି ପଠାଇଛି। ମାମଲାରେ କୌଣସି ଏତଲା ହୋଇ ନାହିଁ। ପୋଲିସ ମାମଲାର ତଦନ୍ତ ଜାରି ରଖିଛି।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.