Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଆଉ ୧୨ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ରାଜ୍ୟରେ ୧୫୪୦ କରୋନା ସଂକ୍ରମିତ ଚିହ୍ନଟ
  • ||
  • ଡିସେମ୍ବର ୩୧ପୂର୍ବରୁ ବସିବ ବିଧାନସଭାର ଶୀତ ଅଧିବେଶନ
  • ||
  • କରୋନାର ଦୈନିକ ସଂକ୍ରମଣରେ ବୃଦ୍ଧି, ୨୪ଘଣ୍ଟାରେ ୪୩୮୯୩ ନୂଆ ଆକ୍ରାନ୍ତ ଚିହ୍ନଟ
  • ||
  • ଅପରେସନ ଅଲ୍ଆଉଟ୍ : ସେନା ଗୁଳିରେ ୨ ଆତଙ୍କୀ ନିହତ, ବନ୍ଧୁକ ଓ ଗୁଳି ଜବତ
  • ||
  • ବିହାର ନିର୍ବାଚନ : ପ୍ରଥମ ପର୍ଯ୍ୟାୟ ପାଇଁ ମତଦାନ ଆରମ୍ଭ, ୭୧ଟି ଆସନରେ ଚାଲିଛି ଭୋଟିଂ
  • ||

କରୋନା ଯୋଗୁ ନିଜକାମ ଏବେ ନିଜେ କରୁଛନ୍ତି ବଲିଉଡ୍ କଳାକାର, କିଏ ଘର ଝାଡ଼ୁ କରୁଛି ତ କିଏ କାଟୁଛି ପରିବା

31/03/2020 at 5:34 PM

ମୁମ୍ବାଇ ୩୧।୩ : କରୋନା ଭାଇରସ୍ ଯୋଗୁଁ ହୋଇଥିବା ଲକଡାଉନ୍ ସମୟକୁ ଏବେ ଘରେ ବିତାଉଛନ୍ତି ଲୋକେ। ବଲିଉଡ ଏବଂ ଟେଲିଭିଜନ୍ ଶୋର ସୁଟିଂ ରଦ୍ଦ ହୋଇଯାଇଥିବାରୁ ସେଲିବ୍ରିଟିମାନେ ମଧ୍ୟ ଘରେପରିବାର ସହ କ୍ୱାଲିଟି ଟାଇମ୍ ସ୍ପେଣ୍ଡ କରୁଛନ୍ତି। ଅନେକ ସେଲିବ୍ରିଟି ଖାଲି ସମୟରେ ପରିବାର ଲୋକଙ୍କ ଦୈନନ୍ଦିନ କାମରେ ସାହାଯ୍ୟ କରୁଛନ୍ତି।

ବିଗ୍ ବସ୍ ୧୩ରେ ନଜରକୁ ଆସିଥିବା ରଶ୍ମି ଦେଶାଇଙ୍କ ଏକ ଭିଡିଓ ଏବେ ସାମ୍ନାକୁ ଆସିଛି ଯେଉଁଥିରେ ସେ ନିଜ ଘରେ ଝାଡ଼ୁ ମାରୁଥିବା ଦେଖାଯାଇଛନ୍ତି। ରଶ୍ମିଙ୍କ ଏହି ଭିଡିଓ ଯୋଗୁଁ ତାଙ୍କୁ ଟ୍ରୋଲ୍ ମଧ୍ୟ କରାଯାଉଛି। ଲୋକେ ତାଙ୍କ ଭିଡିଓକୁ ଦେଖି ଥଟ୍ଟା ମଜା ବି କରୁଛନ୍ତି। ତାଙ୍କ ମେକଅପ୍ ଓ ପୋଷାକକୁ ନେଇ ଲୋକେ ନାନା କଥା ଲେଖୁଛନ୍ତି।

ଗତ ମାସରେ ବିବାହ କରିଥିବା କାମ୍ୟା ପଞ୍ଜାବୀ ଇନଷ୍ଟାଗ୍ରାମରେ ଏକ ଭିଡିଓ ସେୟାର କରିଛନ୍ତି ଯେଉଁଥିରେ ସେ ନିଜ ପିଲା ଓ ସ୍ୱାମୀ ଶଲଭ ଡାଙ୍ଗଙ୍କ ସହ ଘର ସଫା କରୁଛନ୍ତି। ତାଙ୍କ ସ୍ୱାମୀ ଏବଂ ପିଲା ତାଙ୍କୁ ଏସବୁରେ ସାହାଯ୍ୟ କରୁଥିବାବେଳେ ସେ ନିଜେ ଘର ପୋଛୁଛନ୍ତି।

ବିଗ୍ ବସ୍ ୧୩ର ବିଜେତା ସିଦ୍ଧାର୍ଥ ଶୁକ୍ଳା ନିଜ ୟୁଟ୍ୟୁବ୍ ଚ୍ୟାନେଲରେ ଏକ ଭିଡିଓ ସେୟାର କରିଛନ୍ତି ଯେଉଁଥିରେ ସେ ନିଜ ଘର ସଫା କରିବା ସହ ପିଆଜ କାଟୁଥିବା ଦେଖାଯାଉଛି।

   Related Posts