କୋଟିପତି ଟିଭି କଳାକାର : ସେଲିବ୍ରିଟି ସିନେ ଆକ୍ଟରଙ୍କଠାରୁ ରୋଜଗାର ଏବଂ ଲାଇଫଷ୍ଟାଇଲରେ ନୁହଁନ୍ତି କମ୍
10/06/2020 at 2:23 PM

ମୁମ୍ବାଇ ୧୦/୬: ଟିଭି ଷ୍ଟାରଙ୍କ ଆୟ ବଲିଉଡ ଷ୍ଟାରଙ୍କ ପରି ନହେଲେ ମଧ୍ୟ ତାଙ୍କ ପରିଶ୍ରମର ଫଳ ଯୋଗୁଁ ତାଙ୍କ ଜୀବନ ବିଳାସମୟ ଜୀବନରେ ପରିଣତ ହୋଇଛି। କେତେକ ଟିଭି ଷ୍ଟାରଙ୍କ ନିକଟରେ ବଡ଼ ବଡ଼ ବ୍ରାଣ୍ଡର କାର୍ ରହିଛି। ଏମାନଙ୍କର ମଧ୍ୟ ବଲିଉଡ ଷ୍ଟାରଙ୍କ ଭଳି ବଡ଼ ବଡ଼ ସଉକ ରହିଛି। ତେବେ ଆସନ୍ତୁ ଜାଣିବା କେଉଁ ଟିଭି କଳାକାରଙ୍କ ପାଖରେ କେଉଁ କାର୍ ରହିଛି।

୧.ଦୀପିକା କକ୍କର : ୩୩ବର୍ଷ ବୟସ୍କା ଦୀପିକା କକ୍କର ପପୁଲାର ଟିଭି ଶୋ ‘ଶଶୁରାଲ୍ ସିମର କା’ରୁ ପ୍ରସିଦ୍ଧ ହୋଇଥିଲେ। ଏହା ବ୍ୟତୀତ ସେ ବିଗ୍ ବସ୍ ୧୨ର ବିଜେତା ହୋଇଥିଲେ। ଦୀପିକା ଟିଭି ଜଗତର ଫେମସ୍ ଫେସ୍। ଦୀପିକା କକ୍କର ବର୍ତ୍ତମାନ କହାଁ ହମ କହାଁ ତୁମ ସିରିୟଲରେ ନଜର ଆସୁଛନ୍ତି। ସେ ନିଜ ଟିଭି କ୍ୟାରିୟରରେ ବହୁତ ଟଙ୍କା କମାଇଛନ୍ତି। ତାଙ୍କ ପାଖରେ ଏକ ବ୍ଲୁ ବିଏମଡବ୍ଲ୍ୟୁ କାର୍ ରହିଛି। ଏହା ବ୍ୟତୀତ ତାଙ୍କ ସ୍ବାମୀ ସୋଏବ ଇବ୍ରାହିମଙ୍କ ସହ ମିଶି ସେ BMW X4 ମଧ୍ୟ କିଣିଥିଲେ। ବିଏମଡବ୍ଲ୍ୟଚ କାରର ମୂଲ୍ୟ ୬୦ଲକ୍ଷରୁ ଆରମ୍ଭ ହୋଇଥାଏ।

୨.ପାର୍ଥ ସମନ୍ଥନ : କସୌଟି ଜିନ୍ଦଗୀର ୨୯ବର୍ଷ ବୟସ୍କ ଅଭିନେତା ପାର୍ଥ ସମନ୍ଥନଙ୍କ ପାଖରେ ମର୍ସିଡିଜ ବେଞ୍ଜ ରହିଛି। ହ୍ବାଇଟ୍ କଲରର ଏହି ଲକ୍ସରି କାରର ଫଟୋ ସେ ଇନଷ୍ଟାଗ୍ରାମରେ ଫ୍ୟାନଙ୍କ ସହ ସେୟାର କରିଥିଲେ। ଏହି ବ୍ରାଣ୍ଡର କାର୍ ୪୦ଲକ୍ଷରୁ ୨କୋଟି ଟଙ୍କା ହୋଇଥାଏ।

୩.ଶିବାଙ୍ଗୀ ଜୋଶୀ : ଟେଲିଭିଜନର ପ୍ରସିଦ୍ଧ ୨୫ବର୍ଷ ବୟସ୍କା ଅଭିନେତ୍ରୀ ଶିବାଙ୍ଗୀ ଜୋଶୀ ‘ୟେ ରିସ୍ତା କ୍ୟା କେହଲାତା ହେ’ରେ ନାୟରା ଭୂମିକାରେ ଅଭିନୟ କରୁଛନ୍ତି। ନିକଟରେ ଶିବାଙ୍ଗୀ ଏକ ଜାଗୁଆରର ଲାଟେଷ୍ଟ ମଡେଲ୍ କାର୍ କିଣିଛନ୍ତି। ଏହି କାରର ମୂଲ୍ୟ ପାଖାପାଖି ୧କୋଟି ଟଙ୍କା।

୪. ଭାରତୀ ସିଂହ : ପ୍ରସିଦ୍ଧ କମେଡ଼ିଆନ୍ ଭାରତୀ ସିଂହଙ୍କ ପାଖରେ ବ୍ଲାକ୍ ରଙ୍ଗର ବିଏମଡବ୍ଲ୍ୟୁ ରହିଛି। ଏହା ବ୍ୟତୀତ ତାଙ୍କ ପାଖରେ Mercedez Benz GL-350 ମଧ୍ୟ ରହିଛି।

୫. କପିଳ ଶର୍ମା : କମେଡ଼ିଆନ୍ କପିଳ ଶର୍ମାଙ୍କ ପାଖରେ ମହଙ୍ଗା ମର୍ସିଡିଜ କାର୍ ରହିଛି ଯାହା ତାଙ୍କ ମହଙ୍ଗା ଜିନିଷ ମଧ୍ୟରେ ଗୋଟିଏ। ଏହାର ମୂଲ୍ୟ ୧.୧୯କୋଟି ଟଙ୍କା। ମର୍ସିଡିଜ ବ୍ୟତୀତ କପିଳଙ୍କ ପାଖରେ Volvo XC ମଧ୍ୟ ରହିଛି। ଏହି କାରର ମୂଲ୍ୟ ୯୦ରୁ ୧.୩କୋଟି ଟଙ୍କା। କିଛି ଦିନ ତଳେ କପିଳ ତାଙ୍କ ନୂଆ ଭ୍ୟାନିଟି ଭ୍ୟାନର ଫଟୋ ଇନଷ୍ଟାଗ୍ରାମ୍ ସେୟାର କରିଥିଲେ। କୁହାଯାଏ ଏହା ଶାହରୁଖ ଖାନଙ୍କ ଭ୍ୟାନିଟି ଭ୍ୟାନଠୁ ସବୁଠୁ ମହଙ୍ଗା। କପିଳ ଶର୍ମାଙ୍କ ଭ୍ୟାନିଟି ଭ୍ୟାନର ମୂଲ୍ୟ ୫.୫କୋଟି ଟଙ୍କା।

୬. ସୁନୀଲ ଗ୍ରୋଭର : କମେଡ଼ିଆନ୍ ସୁନୀଲ ଗ୍ରୋଭର ଟିଭିରେ ଡାକ୍ତର ମଶହୂର ଗୁଲାଟି ନାଁରେ ପ୍ରସିଦ୍ଧ। ତାଙ୍କ ପାଖରେ ହ୍ବାଇଟ୍ କଲରର ବିଏମଡବ୍ଲ୍ୟୁ ୫ ସିରିଜ କାର୍ ରହିଛି। ଏହାର ମୂଲ୍ୟ ୫୩ଲକ୍ଷ।

୭. ମୋନାଲିସା : ୩୭ବର୍ଷ ବୟସ୍କା ଅନ୍ତରା ବିଶ୍ବାସ ଓରଫ ମୋନାଲିସାଙ୍କୁ ଆମେ ‘ନଜର’ରେ ଦେଖି ସାରିଛୁ। ଏହା ବ୍ୟତୀତ ସେ ବିଗ୍ ବସ୍ ୧୦ରେ ମଧ୍ୟ ନଜର ଆସି ସାରିଛନ୍ତି। ତାଙ୍କ ପାଖରେ ଧଳା ରଙ୍ଗର ଅଡି କାର୍ ରହିଛି। ଏହାର ଏକ ଫଟୋ ମଧ୍ୟ ସୋସିଆଲ୍ ମିଡିଆରେ ସେୟାର ହୋଇ ସାରିଛି। ଅଡି ବ୍ରାଣ୍ଡର କାର୍ ୫୦ଲକ୍ଷଠୁ ଆରମ୍ଭ ହୋଇ ୨କୋଟି ଟଙ୍କା ହୋଇଥାଏ।

୮. ଦିବ୍ୟଙ୍କା ତ୍ରିପାଠୀ : ଷ୍ଟାର ପ୍ଲସର ଲୋକପ୍ରିୟ ଶୋ ‘ୟେ ହେ ମହବ୍ବତେ’ର ମୁଖ୍ୟ ଅଭିନେତ୍ରୀ ଦିବ୍ୟଙ୍କାଙ୍କ ପାଖରେ ମଧ୍ୟ ମର୍ସିଡିଜ କାର୍ ରହିଛି। ତାଙ୍କର ଧଳା ରଙ୍ଗର ମର୍ସିଡିଜ ରହିଛି। ଦିବ୍ୟଙ୍କା ‘ବନୁ ମେଁ ତେରି ଦୁଲହନ’ରୁ ଟିଭି ଇଣ୍ଡଷ୍ଟ୍ରିରେ ପାଦ ଥାପିଥିଲେ। ଏହା ପରେ ସେ ଅନେକ ଧାରାବାହିକରେ ନଜର ଆସି ସାରିଛନ୍ତି। ସେ ୨୦୦୩ମସିହାରେ ମିସ୍ ଭୋପାଳ ହୋଇଥିଲେ।

୯.ରୋନିତ ରାୟ : ରୋନିତ ରାୟଙ୍କୁ ଆପଣ ସବୁ ପ୍ରକାର ଭୂମିକାରେ ଦେଖିଥିବେ। ତାଙ୍କର ଅନେକ ଫ୍ୟାନ୍ ଫଲୋଇଂ ଅଛନ୍ତି। ତାଙ୍କ ପାଖରେ ଅଡି କ୍ୟୁ୭ ରହିଛି ଯାହାର ମୂଲ୍ୟ ୮୫ଲକ୍ଷ ଏବଂ ଏକ ହଳଦିଆ ଅଡି ରହିଛି ଯାହାର ମୂଲ୍ୟ ୨କୋଟି ଟଙ୍କା।

୧୦. ଚନ୍ଦନ ପ୍ରଭାକର : ‘ଦ କପିଳ ଶର୍ମା’ ଶୋରେ ଚନ୍ଦୁ ଚାୟବାଲା ନାଁରେ ପ୍ରସିଦ୍ଧ ଚନ୍ଦନ ପ୍ରଭାକରଙ୍କୁ ମହଙ୍ଗା ଗାଡ଼ିର ସଉକ ରହିଛି। ତାଙ୍କ ପାଖରେ ବିଏମଡବ୍ଲ୍ୟୁ ୩ ସିରିଜ କାର ରହିଛି ଯାହାର ମୂଲ୍ୟ ୩୧ଲକ୍ଷ ଟଙ୍କା।

୧୧. କୁଶାଲ ଟଣ୍ଡନ : ‘ବେହଦ’ ଏବଂ ‘ଏକ ହଜାରୋଁ ମେଁ ମେରି ବେହେନା ହେ’ଭଳି ଧାରାବାହିକରେ ନଜର ଆସିଥିବା କୁଶାଲ ଟଣ୍ଡନ ଛୋଟ ପରଦାର ଏକ ଡ୍ୟାଶିଂ ଅଭିନେତା ମଧ୍ୟରୁ ଜଣେ। ତାଙ୍କ ପାଖରେ ମର୍ସିଡିଜ କାରଠୁ ନେଇ ଅଡି ଏବଂ ବିଏମଡବ୍ଲ୍ୟୁ କାର୍ ରହିଛି।

୧୨. ରାମ କପୁର : ‘ଘର ଏକ ମନ୍ଦିର’ରୁ ନିଜ କ୍ୟାରିୟର ଆରମ୍ଭ କରିଥିବା ରାମ କପୁର କମ୍ ସମୟରେ ଘରେ ଘରେ ନିଜ ପରିଚୟ ସୃଷ୍ଟି କରିଥିଲେ। ସେ ଏହି ଧାରାବାହିକରେ ନିଜ କୋଷ୍ଟାର ଗୌତମୀଙ୍କୁ ବିବାହ କରିଛନ୍ତି। ଏହି ଅଭିନେତାଙ୍କ ମଧ୍ୟ କାର୍ କଲେକ୍ସନ୍ ଖୁବ୍ ଭଲ। ତାଙ୍କର ବିଏମଡବ୍ଲ୍ୟୁ ଏବଂ ପୋର୍ଶ କାର୍ ରହିଛି। ପୋର୍ଶର ମୂଲ୍ୟ ୮୦ଲକ୍ଷ ଟଙ୍କା।