Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଦେଶରେ କମୁଛି କୋଭିଡ଼ ସଂକ୍ରମଣ, ଗତ ୨୪ଘଣ୍ଟାରେ ୧୫,୧୪୪ କରୋନା ସଂକ୍ରମିତ ଚିହ୍ନଟ
  • ||
  • ଜୟପୁର : ଚଳନ୍ତା ବସ୍‌ରେ ଲାଗିଲା ବିଦ୍ୟୁତ ତାର ; ୬ ମୃତ , ୧୭ ଗୁରୁତର
  • ||
  • ଅପରେସନ ଗ୍ରୀନ କ୍ଲିନ, ପ୍ରାୟ ୧୨ କୋଟି ଟଙ୍କାର ଗଞ୍ଜେଇ ଚାଷ ନଷ୍ଟ
  • ||
  • ଦିଲ୍ଲୀ: କରୋନା ଟିକା ନେବା ପରେ ୫୧ ଜଣଙ୍କ ଠାରେ ଦେଖାଗଲା ପାର୍ଶ୍ବ ପ୍ରତିକ୍ରିୟା
  • ||

ରଥଯାତ୍ରା ବେଳେ ବଡ ଦାଣ୍ଡରେ ଅଭିନେତ୍ରୀଙ୍କୁ ଅସଦାଚରଣ

19/07/2018 at 8:01 AM

ରଥଯାତ୍ରା ବେଳେ ବଡ ଦାଣ୍ଡରେ ଅଭିନେତ୍ରୀଙ୍କୁ ଅସଦାଚରଣ । ଅସଦାଚରଣର ଶୀକାର ହୋଇଥିବା ଅଭିନେତ୍ରୀ ହେଉଛନ୍ତି ହିନ୍ଦି ଟେଲିଭିଜନ କଳାକାର ମାହିକା ଶର୍ମା । ଏନେଇ ପୋଲିସରେ ଅଭିଯୋଗ କରିନଥିଲେ ବି ଇନଷ୍ଟେଗ୍ରାମ୍ ପେଜ୍ରେ ପୁରା ଘଟଣା ବର୍ଣ୍ମାନା କରିଛନ୍ତି ମାହିକା । ରଥଯାତ୍ରା ଦିନ ବଡଦାଣ୍ଡରେ ଶ୍ରୀଜିଉଙ୍କୁ ଦର୍ଶନ କରିବାକୁ ଯାଉଥିବା ବେଳେ କିଛି ବାଳକ ମାହିକାଙ୍କୁ ଦୁର୍ବ୍ୟବହାର କରିଥିଲେ ।ଗତ ଶନିବାର ଦିନ ସକାଳ ପ୍ରାୟ ୬ଟା ବେଳେ ଏହି ଘଟଣା ଘଟିଥିଲା । ପୁରୀ ଆସିଥିବା ମାହିକା ଏକ କାର୍ରେ ତାଙ୍କ ହୋଟେଲରୁ ଶ୍ରୀମନ୍ଦିର ଉଦ୍ଦେଶ୍ୟରେ ବାହାରିଥିଲେ । ତେବେ ସୁରକ୍ଷା କାରଣରୁ ମନ୍ଦିର ଠାରୁ କିଛି ଦୂରରେ ତାଙ୍କୁ କାର୍ରୁ ଓହ୍ଲାଇ ଚାଲିବାକୁ ପଡିଥିଲା । ସେହି ସମୟରେ କିଛି ବାଳକ ତାଙ୍କୁ କମେଣ୍ଟ କରିଥିଲେ । ଏପରିକି ସେମାନେ ତାଙ୍କୁ ଘେରିଯାଇଳେ । ଜଣେ ବାଳକ ତାଙ୍କୁ ଚାପୁଡା ମାରିବାକୁ ଉଦ୍ୟମ କରିଥିଲା ବୋଲି ଇନଷ୍ଟେଗ୍ରାମ୍ ରେ ଲେଖିଛନ୍ତି ମାହିକା । ତେବେ ସେହି ସମୟରେ ମାହିକା ପାଟି କରିବାରୁ ପାଖ ଦେଇ ଯାଉଥିବା ସାଧାରଣ ଲୋକେ ଏବଂ ସୁରକ୍ଷା କର୍ମୀ ମାନେ ମହିକାଙ୍କୁ ଦୁର୍ବ୍ୟବହାର କରୁଥିବା ବାଳକ ମାନଙ୍କୁ ଧି ନେଇଥିଲେ । ତାପରେ ସେହି ପିଲା ମାନେ ମାହିକାଙ୍କୁ କ୍ଷମା ମାଗିଥିଲେ । ତେବେ ଏହି ଘଟଣା ପରେ ମହିକା ଏତେ ବ୍ୟଥିତ ହୋଇ ପଡିଥିଲେ ଯେ, ସେ ଠାକୁରଙ୍କ ଦର୍ଶନ କରିବାକୁ ନଯାଇ ହୋଟେଲକୁ ଫେରି ଆସିଥିଲେ । ଏବଂ ତାପରେ ପୁରୀରୁ ଫେରି ଆସିଥିଲେ । ଏହି ଗଠଣାରେ କିନ୍ତୁ ମାହିକା ପୋଲିସରେ ଏଇଆଇଆର ଦେଇ ନାହାନ୍ତି । ତାର କାରଣ ଦର୍ଶାଇ ମହାକା ଲେଖିଛନ୍ତି , ଦୁର୍ବ୍ୟବହାର କରିଥିବା ପିଲା ମାନେ ୧୮ରୁ୧୯ ବର୍ଷର ଥିଲେ । ତେଣୁ ସେ ସାମାନଙ୍କୁ ଗିରଫ କରାଇ ସେମାନଙ୍କ କ୍ୟାରିୟର ଖରାପ କରିବା ଚାହିଁ ନଥିଲେ ।ସେମାନଙ୍କ କ୍ଷମା ପ୍ରାର୍ଥନାକୁ ଗ୍ରହଣ କରିଥିବା ଲେଖିଛନ୍ତି ମାହିକା ଶର୍ମା ।

   Related Posts