କେବେ ବନ୍ଧା ହେବେ ଚାନ୍ଦନାଙ୍କ ବୟଫ୍ରେଣ୍ଡ୍ ? ଆତ୍ମହତ୍ୟା ପୂର୍ବରୁ କନ୍ନଡ଼ ଅଭିନେତ୍ରୀଙ୍କ ଭିଡିଓ ଏବେ ହେଉଛି ଭାଇରାଲ୍,ବଢ଼ୁଛି ପୋଲିସ୍ ଟେନସନ୍
4/06/2020 at 3:25 PM

ମୁମ୍ବାଇ ୪/୬: ଟିଭି ଅଭିନେତା ମନମିତ ଗ୍ରେଓ୍ବାଲ୍ ଏବଂ ପ୍ରେକ୍ଷା ମେହତାଙ୍କ ପରେ ଇଣ୍ଡଷ୍ଟ୍ରିରେ ଆଉ ଏକ ଆତ୍ମହତ୍ୟା ମାମଲା ସାମନାକୁ ଆସିଛି। ଏକ ରିୟଲ୍ ଏଷ୍ଟେଟର କମର୍ସିଆଲରେ ନଜର ଆସିଥିବା କନ୍ନଡ଼ ଅଭିନେତ୍ରୀ ଏବଂ ଟିଭି ଆଙ୍କର ଚାନ୍ଦନା ଭିକେ ଆତ୍ମହତ୍ୟା କରିଛନ୍ତି। ସୋସିଆଲ୍ ମିଡିଆରେ ଏହି ଖବର ଭାଇରାଲ୍ ହେଉଛି।

ଚାନ୍ଦନାଙ୍କ ବୟଫ୍ରେଣ୍ଡ ତାଙ୍କୁ ବିବାହ କରିବାକୁ ମନା କରିବାରୁ ସେ ଏପରି ନିଷ୍ପତ୍ତି ନେଇଥିଲେ। ସେ ବିଷ ପିଇ ଜୀବନ ଦେଇଛନ୍ତି। ମୃତ୍ୟୁ ପୂର୍ବରୁ ଚାନ୍ଦନା ଏକ ଭିଡିଓ କରିଥିଲେ,ଯେଉଁଥିରେ ସେ କହୁଛନ୍ତି ଯେ ,‘ ତୁମେ କହିଥିଲ ଯଦି ମୁଁ ମରି ଯାଏ ତେବେ ଭଲ ହେବ। ମୁଁ ମରୁଛି ଏବଂ ଏହାର କାରଣ ତୁମେ ଦିନେଶ।’

ଚାନ୍ଦନାଙ୍କ ବାପା ପୋଲିସ୍ ନିକଟରେ ମାମଲା ରୁଜୁ କରିଛନ୍ତି । ଚାନ୍ଦନା ଦିନେଶଙ୍କ ସହ ଦୀର୍ଘ ୫ବର୍ଷ ହେବ ରିଲେସନରେ ଥିଲେ। ଦିନେଶ ତାଙ୍କୁ ବିବାହ କରିବାକୁ ପ୍ରତିଶ୍ରୃତି ଦେଇଥିଲେ। କିନ୍ତୁ ତାଙ୍କଠୁ ୫ଲକ୍ଷ ଟଙ୍କା ନେବା ପରେ ସେ ଚାନ୍ଦନାଠୁ ଦୂରେଇ ଯାଇଥିଲା।

ସୁଦ୍ଦାଗୁଣ୍ଟେପାଲ୍ୟା ପୋଲିସ୍ ଦିନେଶ,ତାଙ୍କ ବାପା ଲୋକାପ୍ପା ଗୋଓ୍ବଡ଼ା,ମା ଗାୟତ୍ରୀ,ଭଉଣୀ ଶୀଳା ଏବଂ ମଉସା ଦୟାନନ୍ଦ ସମେତ ପୂରା ପରିବାର ବିରୋଧରେ ଚାନ୍ଦନାଙ୍କୁ ଆତ୍ମହତ୍ୟା କରିବାକୁ ଉସୁକାଇବା ମାମଲା ରୁଜୁ କରିଛି। ଦିନେଶ ଏବେ ଫେରାର ରହିଛି।
