ଟ୍ୱିଟରରୁ ବ୍ରେକ୍ ନେଲେ ଅଲି ଗୋନି : କହିଲେ- ଲୋକମାନେ ମୋ ଭଉଣୀକୁ ଗାଳି ଦେଉଛନ୍ତି

Published By : Prameya-News7 Bureau | July 12, 2021 IST

ମୁମ୍ବାଇ ୧୨/୦୭: ବିଗ୍ ବସ୍ ଫେମ୍ ଅଭିନେତା ଅଲି ଗୋନି ଖୁବ୍ ରାଗିଯାଇଛନ୍ତି। ନିକଟରେ ସେ ନିଜକୁ ଟ୍ୱିଟରରୁ ଅଲଗା କରିବାକୁ ଘୋଷଣା କରିଛନ୍ତି। ବାସ୍ତବରେ, ଅଭିନେତାଙ୍କ ଭଉଣୀ କିଛି ଦିନରୁ ଟ୍ୱିଟରରେ ଟ୍ରୋଲର ସମ୍ମୁଖୀନ ହେଉଥିଲେ । କିଛି ୟୁଜର୍ ଅଲିଙ୍କ ଭଉଣୀ ବିଷୟରେ ନକାରାତ୍ମକ ଏବଂ ଅଶ୍ଳୀଳ ଜିନିଷ ଲେଖୁଥିଲେ । ଭାଇ ହୋଇ ଅଲି ଏସବୁ ଦେଖି ପାରିନଥିଲେ ଏବଂ ସେ ଟ୍ରୋଲରମାନଙ୍କୁ ବହୁତ କିଛି କହିଥିଲେ । ପରେ ସେ ଟ୍ୱିଟରରୁ ବିରତି ନେବାକୁ ନିଷ୍ପତ୍ତି ନେଇଛନ୍ତି।

{"width":571,"height":321}
Aly Goni (Bigg Boss 14) Wiki, Height, Age, Girlfriend, Family, Biography &  More – WikiBio

ଅଲି ଗୋନି ଟ୍ୱିଟ୍ କରି ଲେଖିଛନ୍ତି, 'ମୁଁ ଦେଖିଲି କିଛି ଆକାଉଣ୍ଟ ମୋ ଭଉଣୀକୁ ଦୁର୍ବ୍ୟବହାର କରୁଛି। ନେଗେଟିଭ୍ କଥା କହୁଛି । ମୁଁ ଏହି ଜିନିଷକୁ ଅଣଦେଖା କରେ । କିନ୍ତୁ ଏହା ଏପରି ଜିନିଷ ଯାହାକୁ ମୁଁ ଅଣଦେଖା କରିପାରିବି ନାହିଁ । ମୋ ପରିବାରକୁ ଏଠାକୁ ଆଣ ନାହିଁ । ମୁଁ ବହୁତ ରାଗିଛି, ମୁଁ ମୋ ଆକାଉଣ୍ଟକୁ ମଧ୍ୟ ଡିଲିଟ୍ କରିପାରେ । ଦ୍ୱିତୀୟ ଟ୍ୱିଟରେ ସେ ଲେଖିଛନ୍ତି, 'ମୁଁ କିଛି ସମୟ ପାଇଁ ଟ୍ୱିଟରରୁ ବିରତି ନେଉଛି। ମୋର ଲୋକମାନଙ୍କ ପାଇଁ ବହୁତ ଭଲପାଇବା।'

wp:html /wp:html

ଆଜିକାଲି ଅଲି ଗୋନି ଜସ୍ମିନ ଭସିନଙ୍କ ସହ ତାଙ୍କ ସମ୍ପର୍କକୁ ନେଇ ଚର୍ଚ୍ଚାରେ ଅଛନ୍ତି। ପ୍ରାୟତଃ ଦୁହେଁ ପରସ୍ପର ସହିତ ସେମାନଙ୍କର ଫଟୋ ସେୟାର କରନ୍ତି । ଉଭୟଙ୍କ ମଧ୍ୟରେ ସମ୍ପର୍କ ସେମାନଙ୍କ ପ୍ରଶଂସକଙ୍କ ପାଇଁ ସ୍ପଷ୍ଟ ଦେଖାଯାଏ । ଜସ୍ମିନ୍ ଏବଂ ଅଲି ପ୍ରାୟତଃ ଏକାଠି ନଜର ଆସିଥାନ୍ତି । ବିଗ୍ ବସ୍ ସମୟରେ ମଧ୍ୟ ଉଭୟଙ୍କ ଘନିଷ୍ଠତା ବିଷୟରେ ଅନେକ ଆଲୋଚନା ହୋଇଥିଲା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.