୩୦ବର୍ଷରୁ ଅଧିକ ବୟସ ହେବା ସତ୍ତ୍ବେ ବାହା ହୋଇନାହାନ୍ତି ଏହି ୧୦ଜଣ ଲୋକପ୍ରିୟ ଟିଭି ଅଭିନେତ୍ରୀ : ଜାଣନ୍ତୁ କିଏ ଏମାନେ

Published By : Prameya-News7 Bureau | October 02, 2018 IST

ମୁମ୍ବାଇ ୨/୧୦: ଟିଭି ଇଣ୍ଡଷ୍ଟ୍ରିରେ ଏପରି ଅନେକ ଅଭିନେତ୍ରୀ ଅଛନ୍ତି ଯେଉଁମାନଙ୍କ ବୟସ ୩୦ବର୍ଷରୁ ଉର୍ଦ୍ଧ୍ବ । କିନ୍ତୁ ସେମାନେ ଏଯାଏଁ ଅବିବାହିତା।     ସେମାନେ ହେଲେ ୧.କରିଶ୍ମା ତନ୍ନା: ଭାରତୀୟ ଅଭିନେତ୍ରୀ ଏବଂ ମଡେଲ୍ କରିଶ୍ମା ତନ୍ନାଙ୍କ ଜନ୍ମ ୧୯୮୩ମସିହା ସେପ୍ଟେମ୍ବର ୨୧ତାରିଖରେ ମହାରାଷ୍ଟ୍ରର ମୁମ୍ବାଇଠାରେ ହୋଇଥିଲା। ତାଙ୍କ ବୟସ ପାଖାପାଖି ୩୪ବର୍ଷ। ଏହା ସତ୍ତ୍ବେ ସେ ଅବିବାହିତା। ୨.ଶୃତି ଝା: ‘କୁମକୁମ୍ ଭାଗ୍ୟ’ ଟିଭି ସିରିୟଲର ପ୍ରଜ୍ଞା ଭୂମିକାରେ ଅଭିନୟ କରୁଥିବା ଶୃତି ଝାଙ୍କୁ ୩୨ବର୍ଷ ପୂରିଲାଣି। ତାଙ୍କ ଜନ୍ମ ୧୯୮୬ମସିହା ଫେବୃୟାରୀ ୨୬ତାରିଖରେ ବିହାରର ଦରଭଙ୍ଗାରେ ହୋଇଥିଲା। ସେ ଅନେକ ଟିଭି ସିରିଏଲରେ ଅଭିନୟ କରିଛନ୍ତି। ୩.ଜିୟା ମାନେକ: ଟିଭି ସିରିଏଲ‘ସାଥ ନିଭାନା ସାଥିୟାଁ’ ରେ ଅଭିନୟ କରିଥିବା ପୂର୍ବ ଗୋପି ବୋହୂ ତ ଆପଣ ସମସ୍ତଙ୍କର ମନେଥିବ। ଅଭିନେତ୍ରୀ ଜିୟା ମାନେକଙ୍କ ବୟସ ୩୨ ବର୍ଷ ।ସେ ଗୁଜୁରାଟର ଅହମଦାବାଦରେ ରୁହନ୍ତି। ତଥାପି ସେ ଅବିବାହିତା। ୪.ଶିଳ୍ପା ଶିନ୍ଦେ: ଟିଭି ଇଣ୍ଡଷ୍ଟ୍ରିରେ ଅଙ୍ଗୁରୀ ଭାବି ଭାବରେ ଜଣାଶୁଣା ଶିଳ୍ପା ଶିନ୍ଦେଙ୍କ ଜନ୍ମ ୧୯୭୭ମସିହା ଅଗଷ୍ଟ ୨୮ତାରିଖରେ ମହାରାଷ୍ଟ୍ରର ମୁମ୍ବାଇରେ ହୋଇଥିଲା। ତାଙ୍କୁ ୪୦ବର୍ଷରୁ ଉର୍ଦ୍ଧ୍ବ ହେବା ସତ୍ତ୍ବେ ସେ ଏପର୍ଯ୍ୟନ୍ତ ଅବିବାହିତ। ୫.ମୈାନି ରାୟ: ‘ଦେବୋ କେ ଦେବ ମହାଦେବ’ ଏବଂ ‘ନାଗିନ’ ଧାରାବାହିକରେ ଅଭିନୟ କରି ନିଜର ପରିଚୟ ସୃଷ୍ଟି କରିପାରିଥିବା ମୈାନି ରାୟ ୩୨ବର୍ଷର ହୋଇଗଲେଣି। ସେ ପଶ୍ଚିମ ବଙ୍ଗର କୁଚବିହାରର ବାସିନ୍ଦା। ବୋଧ ହୁଏ ମୈାନି ଏଯାଏଁ ନିଜକୁ ସଫଳ ହିରୋଇନ୍ ମନେ କରନ୍ତି ନାହିଁ। ସେଥିପାଇଁ ଅଧିକ ସଫଳ ହେବା ପ୍ରଚେଷ୍ଟାରେ ଏପର୍ଯ୍ୟନ୍ତ ବାହା ହୋଇନାହାନ୍ତି। ୬.ଅଙ୍କିତା ଲୋଖଣ୍ଡେ: ଜି ଟିଭିର ଲୋକପ୍ରିୟ ଧାରାବାହିକ ‘ପବିତ୍ର ରିସ୍ତା’ରେ ଅର୍ଚ୍ଚନା ମାନବ ଦେଶମୁଖ ଭୂମିକାରେ ଦେଖା ଯାଇଥିବା ଅଭିନେତ୍ରୀ ଅଙ୍କିତା ଲୋଖଣ୍ଡେଙ୍କୁ ୩୧ପୂରି ସାରିଲାଣି। ଏହା ସତ୍ତ୍ବେ ସେ ଅବିବାହିତା। ୭.ନେହା ମେହତା: ସବ୍ ଟିଭିର ଅତ୍ୟନ୍ତ ଲୋକପ୍ରିୟ ଟିଭି ସିରିଏଲ୍ ‘ତାରକ ମେହତା କା ଉଲଟା ଚଷମା’ ରେ ଅଞ୍ଜଲି ଭାବି ଭୂମିକାରେ ଦେଖାଯାଉଥିବା ଅଭିନେତ୍ରୀ ନେହା ମେହତା ଗୁଜୁରାଟର ଭାବନଗରରେ ରୁହନ୍ତି। ତାଙ୍କ ଜନ୍ମ ୧୯୭୮ମସିହା ଅପ୍ରେଲ ୧ତାରିଖରେ ହୋଇଥିଲା। ୮.ଶମା ସିକନ୍ଦର: ଅଭିନେତ୍ରୀ ଶମା ସିକନ୍ଦର ଟିଭି ଇଣ୍ଡଷ୍ଟ୍ରିରେ କାମ କରିବା ସହିତ ଫିଲ୍ମରେ ମଧ୍ୟ ଅଭିନୟ କରିସାରିଛନ୍ତି। ତାଙ୍କ ଜନ୍ମ ରାଜସ୍ଥାନର ମକରାନାଠାରେ ୧୯୮୧ମସିହାରେ ଅଗଷ୍ଟ ୪ତାରିଖରେ ହୋଇଥିଲା। ବାଲବୀର ଧାରାବାହିକରେ ଶମା ଏକ ଭୟଙ୍କର ପରୀର ଭୂମିକାରେ ଅଭିନୟ କରିଥିଲେ। ୩୬ବର୍ଷ ହେବା ସତ୍ତ୍ବେ ସେ ଏଯାଏଁ ଅବିବାହିତା। ୯.ସାକ୍ଷୀ ତନଓ୍ବର: ଟିଭି ଇଣ୍ଡଷ୍ଟ୍ରିର ପ୍ରସିଦ୍ଧା ଏବଂ ସୁନ୍ଦରୀ ଅଭିନେତ୍ରୀ ସାକ୍ଷୀ ତନଓ୍ବରଙ୍କୁ ୪୫ବର୍ଷ । ହେଲେ ସେ ଏଯାଏଁ ବାହା ହୋଇନାହାନ୍ତି। ସାକ୍ଷୀଙ୍କ ଜନ୍ମ ୧୯୭୩ମସିହା ଜାନୁୟାରୀ ୧୨ରେ ରାଜସ୍ଥାନର ଅଲଓ୍ବରରେ ହୋଇଥିଲା। ୧୦.ମୋନା ସିଂ: ଟିଭି ଇଣ୍ଡଷ୍ଟ୍ରିର ଅନେକ ଲୋକପ୍ରିୟ ଧାରାବାହିକରେ ଅଭିନୟ କରିଥିବା ମୋନା ସିଂଙ୍କୁ ୩୬ବର୍ଷ। ମୋନା ଚଣ୍ଡିଗଡ଼ରେ ରୁହନ୍ତି। ତାଙ୍କ ଜନ୍ମ ୧୯୮୧ମସିହା ଅକ୍ଟୋବର ୮ତାରିଖରେ ହୋଇଥିଲା। ସେ ବିବାହ କରିନାହାନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.