ମୋ ପେଟରେ ପିଲା ଥିଲା, ନଚେତ୍ କରି ଦେଇଥାନ୍ତି ଆତ୍ମହତ୍ୟା: ଏଭଳି ବେଦନା ଦାୟକ କଥାଟି କାହିଁକି କହିଲେ ଗୋବିନ୍ଦାଙ୍କ ଭାଣିଜି

Published By : Prameya-News7 Bureau | June 16, 2020 IST

ମୁମ୍ବାଇ ୧୫/୬: ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ଆତ୍ମହତ୍ୟା ଫିଲ୍ମ ଏବଂ ଟିଭି ଜଗତକୁ ସ୍ତବ୍ଧ କରି ଦେଇଛି। ସୁଶାନ୍ତଙ୍କ ମୃତ୍ୟୁର କାରଣ ଡିପ୍ରେସନ ବୋଲି ଧିରେ ଧିରେ ସ୍ପଷ୍ଟ ହେଉଥିବା ବେଳେ ସିନେ ଇଣ୍ଡଷ୍ଟ୍ରୀରେ ଅନେକ ଭୟଙ୍କର ଡିପ୍ରେସନ ବା ହତୋତ୍ସାହଜନିତ ମାନସିକ ସ୍ଥିତିର ଶୀକାର। ଏହା ଧିରେ ଧିରେ ପଦାକୁ ଆସୁଛି। ରୋଜଗାର ହେଉ କିମ୍ବା ଅସଫଳତା ଏହା ହିଁ ମୁଖ୍ୟତଃ ବଲିଉଡରେ ସମସ୍ୟା। ଧାରାବାହିକ ନବ୍ୟା ଫେମ୍ ଅଭିନେତ୍ରୀ ସୌମ୍ୟା ସେଠ୍ ଏବେ ମୁହଁ ଖୋଲିବା ପରେ ଆଉ ଏକ ସାଙ୍ଘାତିକ କଥା ସାମ୍ନାକୁ ଆସିଛି। ଅଭିନେତା ତଥା ରାଜନେତା ଗୋବିନ୍ଦାଙ୍କ ଭାଣିଜି ହେଉଛନ୍ତି ସୌମ୍ୟା ସେଠ୍। ସୁଶାନ୍ତ ସିଂହ ରାଜପୁତଙ୍କ ଆତ୍ମହତ୍ୟା ପରେ ନିଜ ଜୀବନର ସତ କଥାଟିଏ କହି ପକାଇଛନ୍ତି ସୌମ୍ୟା। ସେ କହିଛନ୍ତି, ତାଙ୍କ ମନରେ ମଧ୍ୟ ଦିନେ ଆତ୍ମହତ୍ୟାର ଭାବନା ଆସିଥିଲା। ସେ ମଧ୍ୟ ଆତ୍ମହତ୍ୟା କରିବାକୁ ନିଷ୍ପତ୍ତି ନେଇ ଯାଇଥିଲେ କିନ୍ତୁ ଶେଷ ମୁହୂର୍ତ୍ତରେ ଅଟକି ଯାଇଥିଲେ।

{"id":286956,"sizeSlug":"large"}

ସୌମ୍ୟା ,ସୁଶାନ୍ତଙ୍କ ମୃତ୍ୟୁ ପରେ ନିଜ କଥା ଇନଷ୍ଟାରେ ସେୟାର କରିଛନ୍ତି। ନିଜ ବିଷୟରେ ଲମ୍ବା ପୋଷ୍ଟ ସେୟାର କରି ସୌମ୍ୟା କ୍ୟାପସନରେ କହିଛନ୍ତି ଯେ ସେ କେବେ ଭାବିନଥିଲେ ଯେ ସେ ଏକଥା ସମସ୍ତଙ୍କ ଆଗରେ ରଖିବେ। ତାଙ୍କର ଆଶା ରହିଛି ଯେ ତାଙ୍କ ଅନୁଭବ ଆଉ କାହା ଜୀବନକୁ ବଞ୍ଚାଇ ପାରିବ,ଅନ୍ୟର ସାହାଯ୍ୟ କରିବ।

{"id":286957,"sizeSlug":"large"}

ସୌମ୍ୟା ନିଜ ପୋଷ୍ଟରେ ଲେଖିଛନ୍ତି- ଅତୀତରେ କିଛି ମାସ ପର୍ଯ୍ୟନ୍ତ ତାଙ୍କ ମନରେ ଆତ୍ମହତ୍ୟା କରିବାର ଭାବନା ଆସିଥିଲା। ବିତୃଷ୍ଣା, ମାନସିକ ଚାପ କିମ୍ବା ଡିପ୍ରେସନ ବା ଅବସାଦରୁ ତାଙ୍କର ଏପରି ଅବସ୍ଥା ହେଉଥିଲା। ତାହା ସ୍ପଷ୍ଟ କରିନଥିଲେ ମଧ୍ୟ ସୌମ୍ୟା ଲେଖିଛନ୍ତି ଉପରେ ହସି ସେ ଦୁଃଖକୁ ଚାପୁଥିଲେ। ଆତ୍ମହତ୍ୟା କରିବାର ଚିନ୍ତାକୁ ଲୁଚାଉଥିଲେ। ସେ ଇଭେଣ୍ଟସ୍ ଆଟେଣ୍ଡ କରୁଥିଲେ। ସମସ୍ତଙ୍କ ହସି ହସି କଥା କହୁଥିଲେ,ହସୁଥିଲେ।

{"id":286958,"width":588,"height":588,"sizeSlug":"large"}

କିନ୍ତୁ ଲୋକେ ଘରକୁ ଚାଲିଯିବା ମାତ୍ରେ ସେ ନିଜକୁ ମାରିବାର ଉପାୟ ଖୋଜୁଥିଲେ। ସେ ନିଜ ଜୀବନରେ ଅତ୍ୟନ୍ତ ନିରାଶ ହୋଇ ଯାଇଥିଲେ।

{"id":286959,"sizeSlug":"large"}

ତାଙ୍କ ହାତ ଏବଂ ମୁହଁରେ ଦାଗ ଥିଲା। ତାଙ୍କ ମୁଣ୍ଡ ଯନ୍ତ୍ରଣା ହେଉଥିଲା। ତାଙ୍କୁ ଲାଗୁଥିଲା ଯେ ସମସ୍ତେ ତାଙ୍କୁ ଛାଡ଼ି ଦେଇଛନ୍ତି ଏବଂ କେହି ତାଙ୍କୁ ଭଲ ପାଆନ୍ତି ନାହିଁ। ସୌମ୍ୟା ଲେଖିଛନ୍ତି- କିନ୍ତୁ ସେ ସୁଇସାଇଡ କରି ନାହାନ୍ତି। ତାଙ୍କୁ ବଞ୍ଚିବାର ଥିଲା। ସେ ବଞ୍ଚିବା ପାଇଁ ବାଧ୍ୟ ଥିଲେ। ସେ ଗର୍ଭବତୀ ଥିଲେ।

ଯେଉଁମାନଙ୍କ ମନରେ ସୁଇସାଇଡର ଚିନ୍ତାଧାରା ଆସୁଛି ସେମାନଙ୍କୁ ସୌମ୍ୟା ଅପିଲ୍ କରିଛନ୍ତି। ସେ ଲେଖିଛନ୍ତି- ପ୍ଲିଜ ଆପଣ ଜାଣି ରଖିବା ଉଚିତ୍ ଯେ ଆପଣଙ୍କୁ ଭଲ ପାଉଥିବା ବ୍ୟକ୍ତି ଆପଣଙ୍କ କଥା ଶୁଣିବେ। ନିଜକୁ ଆଇନାରେ ଦେଖନ୍ତୁ ଏବଂ ଭାବନ୍ତୁ ଯେ ଆପଣ କେତେ ଚମତ୍କାର ଏବଂ ସବୁ ଖୁସି ଡିଜର୍ଭ କରନ୍ତି। ଷ୍ଟ୍ରଙ୍ଗ୍ ହୁଅନ୍ତୁ ଏବଂ ଅନ୍ୟଙ୍କୁ ପ୍ରେରଣା ଦିଅନ୍ତୁ।

{"id":286962,"sizeSlug":"large"}


News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.