ଟିଭିର ଲୋକପ୍ରିୟ ଅଭିନେତ୍ରୀ ସଙ୍ଗୀତା ଶ୍ରୀବାସ୍ତବଙ୍କ ପରଲୋକ : ଦୀର୍ଘ ଦିନରୁ ଥିଲେ ଅସୁସ୍ଥ

Published By : Prameya-News7 Bureau | August 26, 2020 IST

ମୁମ୍ବାଇ ୨୬/୮: ଛୋଟ ପରଦାର ଲୋକପ୍ରିୟ ଅଭିନେତ୍ରୀ ସଙ୍ଗୀତା ଶ୍ରୀବାସ୍ତବଙ୍କ ପ୍ରଶଂସକଙ୍କ ପାଇଁ ଖରାପ ଖବର। ମଙ୍ଗଳବାର ସଙ୍ଗୀତାଙ୍କ ମୁମ୍ବାଇରେ ପରଲୋକ ହୋଇଯାଇଛି। ସଙ୍ଗୀତା ଶ୍ରୀବାସ୍ତବ ‘ଇସ ପ୍ୟାର କୋ କ୍ୟା ନାମ ଦୁଁ’ ଏବଂ ‘ଥପକି ପ୍ୟାର କି’ ସହିତ ଅନେକ ଟିଭି ଧାରାବାହିକରେ କାମ କରିଥିଲେ।

{"id":320526,"sizeSlug":"large"}

ସଭ୍ଗୀତା ଶ୍ରୀବାସ୍ତବ ଦୀର୍ଘ ଦିନରୁ vasculitis ନାମକ ରୋଗରେ ଆକ୍ରାନ୍ତ ଥିଲେ। ଯାହା ଫଳରେ ତାଙ୍କୁ ମୁମ୍ବାଇର କୋକିଳାବେନ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା।

{"id":320527,"width":576,"height":489,"sizeSlug":"large"}

ସଙ୍ଗୀତା ଟିଭି ଧାରାବାହିକ ‘ଇସ ପ୍ୟାର କୋ କ୍ୟା ନାମ ଦୁଁ’ ଜରିଆରେ ଲକ୍ଷ ଲକ୍ଷ ଦର୍ଶକଙ୍କ ହୃଦୟ ଜିତିଥିଲେ। ଏହି ଧାରାବାହିକ ୨୦୧୧ମସିହାରେ ଆରମ୍ଭ ହୋଇଥିଲା।

୨୦୨୦ ଭାରତୀୟ ମନୋରଞ୍ଜନ ଜଗତ ପାଇଁ ଅତ୍ୟନ୍ତ ଖରାପ ରହିଛି। ଗତ କିଛି ମାସ ମଧ୍ୟରେ ବଲିଉଡ ଏବଂ ଟିଭି ଇଣ୍ଡଷ୍ଟ୍ରି ଅନେକ ଦିଗ୍ଗଜ କଳାକାରଙ୍କୁ ହରାଇଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.