ଛୋଟ ପରଦାର ଏହି ଅଭିନେତ୍ରୀ ବଡ ପରଦାରେ କଲେ ଏଣ୍ଟ୍ରି, ଲେଟେଷ୍ଟ ଫଟୋ ଦେଖି ଦର୍ଶକଙ୍କ ମଧ୍ୟରେ ଲାଗିଲା ନିଆଁ

Published By : Prameya-News7 Bureau | August 08, 2019 IST

ମୁମ୍ବାଇ୦୮|୮: ବଲିଉଡରେ ଅନେକ ଏମିତି ଅଭିନେତ୍ରୀ ଅଛନ୍ତି ଯେଉଁମାନେ ଛୋଟ ପରଦାରୁ ନିଜ କ୍ୟାରିଅର ଆରମ୍ଭ କରିଛନ୍ତି।

{"id":142297}

ଫେମସ ଅଭିନେତ୍ରୀ ମୋନି ରଏ, ପ୍ରାଚୀ ଦେସାଇଙ୍କ ପରେ ଏବେ ଅଭିନେତ୍ରୀ ସଫାକ ନାଜ ବଲିଉଡରେ ପାଦ ଦେବାକୁ ଯାଉଛନ୍ତି। ସଫାଜ ଅନେକ ଟିଭି ଧାରାବାହିକରେ ଅଭିନୟ କରିଛନ୍ତି।

{"id":142291}

“ମହାଭାରତ” ଓ “ଚିଡିଆଘର” ସିରିଏଲରେ ଅଭିନୟ କରି ସେ ବେଶ ପ୍ରତିଷ୍ଠା ଲାଭ କରିଥିଲେ। ସଫାକ ବଲିଉଡର ହରର ପିଲ୍ମ “ମୁଶକିଲ: ଦ ଫିୟର ବିହାଇଣ୍ଡ ୟୁ” ରେ ଅଭିନୟ କରିବେ।

{"id":142292}

ସଫାକ ଏହି ଫିଲ୍ମ ନେଇ ବହୁତ ଉତ୍ସାହିତ ଅଛନ୍ତି। ସେ କହିଛନ୍ତି ଯେ, ବହୁ ଲୋକେ ଭୁତପ୍ରେତରେ ବିଶ୍ବାସ କରନ୍ତି ନାହିଁ ତଥାପି ହରର ଫିଲ୍ମ ଦେଖିବାର ମଜା ନିଅନ୍ତି।

{"id":142293}

ସଫାକଙ୍କୁ ଆଜି ଯାଏଁ ଅଧିକାଂଶ ସିରିଏଲରେ ଟ୍ରାଡିସ୍‌ନାଲ ଲୁକ୍‌ରେ ଦେଖିବାକୁ ମିଳିଛି।

{"id":142298}

ହେଲେ ଏହି ଚଳଚ୍ଚିତ୍ରରେ ସେ ଭିନ୍ନ ରୂପରେ ନଜର ଆସିବେ। ଏହି ଫିଲ୍ମରେ ସଫାକଙ୍କ ବ୍ୟତୀତ କୁନାଲ ରଏ କପୁର, ସଂଜୟ ଦତ୍ତଙ୍କ ଭାଣିଜି ନାଜିଆ ହୁସେନ, ରଜନିଶ ଦୁଗ୍ଗଲ ଓ ପୂଜା ୱିଷ୍ଟ ଅଭିନୟ କରିବେ।     

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.