Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଟିକାକରଣ ଏକ କୋଟି ପାର, ଶୁଭେଚ୍ଛା ଜଣାଇଲା ସ୍ବାସ୍ଥ୍ୟ ବିଭାଗ
  • ||
  • ରାଜ୍ୟରେ ଦିନକରେ ସୁସ୍ଥ ହେଲେ ୪୫୮୭ କରୋନା ଆକ୍ରାନ୍ତ , ଖୋର୍ଦ୍ଧାରୁ ସର୍ବାଧିକ ୬୭୧ ଡିସଚାର୍ଜ
  • ||
  • ଜୁନ ୨୪ରେ ବୈଠକ ଡାକିଲେ କଂଗ୍ରେସ ହାଇକମାଣ୍ଡ ସୋନିଆ ଗାନ୍ଧି, ଦଳୀୟ କନ୍ଦଳ ନେଇ ହେବ ମାନସମନ୍ଥନ
  • ||
  • ଭଦ୍ରକ : ବ୍ରାଉନସୁଗାର ସେବନକୁ ବିରୋଧ କରିବାରୁ ମାରଣାସ୍ତ୍ର ଧରି ଗୋଡାଇଲେ ଯୁବକ, ୩ ଗିରଫ, ୧୦ ଗ୍ରାମ ବ୍ରାଉନସୁଗାର ଜବତ
  • ||
  • ଭୁବନେଶ୍ବର : କୋଭିଡ୍ ଦ୍ବାରା କ୍ଷତିଗ୍ରସ୍ତ ଅନେକ ଅର୍ଗାନ୍ ରହୁନି ସୁରକ୍ଷିତ – ଡିଏମଇଟି
  • ||
  • ୫୦ ନେତାଙ୍କୁ ପ୍ରିୟଙ୍କା ଗାନ୍ଧୀଙ୍କ ଫୋନ୍ : ‘ଆପଣଙ୍କ ଟିକେଟ୍ କନଫର୍ମ୍, ନିର୍ବାଚନ ପାଇଁ ପ୍ରସ୍ତୁତ ହୁଅ’
  • ||
  • ଇଟ୍ଟାନଗର : ପୁଣି ଥରିଲା ଅରୁଣାଞ୍ଚଳ ପ୍ରଦେଶ, ଇଟ୍ଟାନଗରରେ ଭୂକମ୍ପ ଝଟ୍‌କା
  • ||
  • ଭୁବନେଶ୍ବର : କେନ୍ଦ୍ର ସରକାରଙ୍କ ନୂଆ ଗାଇଡ୍ ଲାଇନ୍ ଅନୁଯାୟୀ ବ୍ୟବହାର ହେବ ଷ୍ଟେରଏଡ୍ – ନିରଞ୍ଜନ ମିଶ୍ର
  • ||
  • ଭୁବନେଶ୍ବର : ଦ୍ବିତୀୟ ଲହର ଅପେକ୍ଷା ତୃତୀୟ ଲହର ପ୍ରଭାବ କମ୍, ତଥାପି ଜୋରଦାର କରିବାକୁ ପଡିବ ଟିକାକରଣ – ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ
  • ||
  • ପାଟଣା : ଘରେ ଶୋଇଥିବା ବେଳେ କାମୁଡିଦେଲା ସାପ, ଚାଲିଗଲା ମହିଳାଙ୍କ ଜୀବନ
  • ||

ଟେଲି ଅଭିନେତ୍ରୀ ନିକିତାଙ୍କ ମୃତ୍ୟୁ ଘଟଣାକୁ ୨୪ ଘଣ୍ଟା ବିତିଲା: ହେଲେ ଏବେବି ମୃତ୍ୟୁ ଉପରୁ ହଟିନି ସସପେନ୍ସ

6/01/2019 at 6:38 PM

କଟକ୬|୧: ଟେଲି ଅଭିନେତ୍ରୀ ନିକିତାଙ୍କ ମୃତ୍ୟୁ ଘଟଣାକୁ ୨୪ ଘଣ୍ଟା ବିତିଲାଣି । ହେଲେ ଏବେବି ମୃତ୍ୟୁ ଉପରୁ ହଟିନି ସସପେନ୍ସ । କିଭଳି ନିକିତା ଛାତରୁ ପଡି ମୃତ୍ୟୁବରଣ କଲେ ସେନେଇ ପରିବାର ଲୋକ ମୁହଁ ନଖେ।ଲିବା ଘଟଣାକୁ ଅଧିକ ଜଟିଳ କରୁଛି ।

କେମିତି ହେଲା ନିକିତାଙ୍କ ମୃତ୍ୟୁ ? କିଏ ତାଙ୍କୁ ଛାତରୁ ଠେଲି ଦେଇଛି । ନା ଅସାବଧାନତା ବଶତଃ ପଡି ଯାଇଥିଲେ ନିକିତା । କେଉଁ ପରିସ୍ଥିତିରେ ରାତି ୮ଟାରେ ଛାତ ଉପରକୁ ଯାଇଥିଲେ ନିକିତା । ଟେଲି ଅଭିନେତ୍ରୀ ନିକିତାଙ୍କ ମୃତ୍ୟୁର ୨୪ ଘଣ୍ଟା ପରେ ବି ଏସବୁ ପ୍ରଶ୍ନର ଉତ୍ତର ମିଳିପାରିନି । ଅଭିନେତ୍ରୀଙ୍କ ମୃତ୍ୟୁକୁ ନେଇ ସ୍ବାମୀ ଲିପୁନ କି ପରିବାରର କୌଣସି ସଦସ୍ୟ ମୁହଁ ଖୋଲୁନାହାନ୍ତି । ଯାହାକୁ ନେଇ ଅଧିକ ଜଟିଳ ହେବାରେ ଲାଗିଛି ଘଟଣା । ଘଟଣା ସମୟରେ ନିକିତାଙ୍କ ସ୍ବାମୀ ଲିପୁନ କୁଆଡେ ଛାତ ଉପରେ ଥିଲେ ବେ।ଲି ଚର୍ଚ୍ଚା ହେଉଛି । ଯାହାକୁ ନେଇ ଲିପୁନଙ୍କ ଉପରେ ଧିରେ ଧିରେ ସନ୍ଦେହ ବଢିବାରେ ଲାଗିଛି । କେଉଁଭଳି ଅବସ୍ଥାରେ ନିକିତା ଛାତ ଉପରୁ ତଳକୁ ପଡିଛନ୍ତି ନଜର ପକାନ୍ତୁ….

ଟେଲିଭିଜନ୍ ଜଗତରେ ପରିଚିତ ଚେହେରା ହେଉଛନ୍ତି ନିକିତା । ତେଣୁ ତାଙ୍କର ମୃତ୍ୟୁ ରହସ୍ୟକୁ ନେଇ ଅଗଣିତ ପ୍ରଶଂସକଙ୍କ ମନରେ ପ୍ରଶ୍ନ ଉଠିବା ସ୍ବାଭାବିକ । ସେପଟେ ନିକିତାଙ୍କ ମୃତ୍ୟୁକୁ ନେଇ କମିଶନରେଟ୍ ପୁଲିସ ନିଜ ଆଡୁ ଏକ ଅପମୃତ୍ୟୁ ମାମଲା ରୁଜୁ କରି ତଦନ୍ତ କରୁଛି । ଶବ ବ୍ୟବଚ୍ଛେଦ ରିପୋର୍ଟରେ ହିଁ ପ୍ରକୃତ ତଥ୍ୟ ପଦାକୁ ଆସିବ ବୋଲି କହିଛନ୍ତି ପୁଲିସ କମିଶନର ।

ନିକିତାଙ୍କ ମୃତ୍ୟୁ ପରେ ତାଙ୍କ ଶ୍ବଶୂର ଘର ଲୋକ ନ ଆସିବା, ଏପଟେ ବାପ ଘର ଲୋକ ପ୍ରତିକ୍ରିୟା ନଦେବା ଘଟଣାକୁ ଜଟିଳତା ଆଡକୁ ଟାଣି ନେଉଛି । ନିକିତାଙ୍କର ମୃତ୍ୟୁ ଏକ ଦୁର୍ଘଟଣା ନା ଏଥିରେ ଅନ୍ୟ କିଛି ଘଟଣା ଲୁଚି ରହିଛି । ଯାହା ଏବେ ବଡ ପ୍ରଶ୍ନ ।

   Related Posts