ବିବାହ କରିବାକୁ ଯାଉଛନ୍ତି ନାଗିନ୍‌ ଫେମ୍ ମୌନି ! ବୟଫ୍ରେଣ୍ଡ୍‌ ସୁରଜଙ୍କ ସହ ବିଦେଶରେ ପଡିବ ହାତଗଣ୍ଠି

Published By : Prameya-News7 Bureau | November 29, 2021 IST

ନୂଆଦିଲ୍ଳୀ ୨୯।୧୧ : ବର୍ତ୍ତମାନ ଫିଲ୍ମ ଜଗତରେ ଏବେ ବିବାହ ଋତୁ ଚାଲିଛି।  ନିକଟରେ ଅଭିନେତା ରାଜକୁମାର ଓ ପତ୍ରଲେଖା ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି। ସେହିପରି କ୍ୟାଟ୍ରିନା କୈଫ୍‌ ଓ ଭିକ୍କି କୌଶଲଙ୍କ ବିବାହ ଖବର ମଧ୍ୟ ଏବେ ଚର୍ଚ୍ଚାରେ ରହିଛି। ଟିଭି ଅଭିନେତ୍ରୀ ଶ୍ରଦ୍ଧା ଆର୍ଯ୍ୟ ମଧ୍ୟ ହାତକୁ ଦି ହାତ ହୋଇଛନ୍ତି। ତେବେ ଏହାରି ମଧ୍ୟ ଆଉ ଜଣେ ଅଭିନେତ୍ରୀଙ୍କ ନାଁ ଏହି ତାଲିକାରେ ସାମିଲ୍‌ ହୋଇଛି

ଉଭୟ ଛୋଟ ଓ ବଡ଼ ପରଦାର ଚର୍ଚ୍ଚିତ ଚେହେରା ମୌନି ରୟ ମଧ୍ୟ ଖୁବ୍‌ଶୀଘ୍ର ବିବାହ କରିବାକୁ ଯାଉଛନ୍ତି ବୋଲି ଶୁଣିବାକୁ ମିଳିଛି । ଟିଭିର ନାଗିନ୍‌ ଏବେ ଜୀବନର ନୂଆ ଅଧ୍ୟାୟ ଆରମ୍ଭ କରିବାକୁ ଯୋଜନା କରିଛନ୍ତି। ମୌନି ଙ୍କ ବିବାହ ତାରିଖ ବି ନିକଟରେ ସାମ୍ନାକୁ ଆସିଛି। ମୌନି ନିଜ ଦୀର୍ଘ ଦିନର ବୟଫ୍ରେଣ୍ଡ୍‌ ସୁରଜ ନାମ୍ବିୟାରଙ୍କୁ ବିବାହ କରିବାକୁ ଯାଉଛନ୍ତି।

wp:html
/wp:html

ରିପୋର୍ଟ ଅନୁଯାୟୀ ମୌନି ୨୭ ଜାନୁଆରୀ ଦିନ ସୁରଜଙ୍କୁ ବିବାହ କରିବେ ବୋଲି ଶୁଣିବାକୁ ମିଳୁଛି । ଏହା ବ୍ୟତୀତ ୨୫ ଓ ୨୬ରେ ବିବାହର ପୂର୍ବ କାର୍ଯ୍ୟକ୍ରମ ମଧ୍ୟ ଅନୁଷ୍ଠିତ ହେବ । ତାଙ୍କ ବିବାହ ଦେଶରେ ନୁହେଁ ବରଂ ବିଦେଶରେ ହେବ । ଦୁବାଇ କିମ୍ବା ଇଟାଲୀରେ ଏହି ଡେସ୍ଟିନେଶନ୍‌ ମ୍ୟାରେଜ ହେବ। ଏହି ସବୁ ଖବରକୁ  ମୌନିଙ୍କର ଜଣେ ଭଉଣୀ ବିବାହ ବିଷୟରେ ଖୁଲାସା କରିଛନ୍ତି। ସେ କହିଛନ୍ତି, ମୌନି ଙ୍କ ବିବାହ ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଛି। ହେଲେ ବିବାହ ନେଇ ଏବେ ଯାଏଁ ମୌନି ରାୟ ଘୋଷଣା କରି ନାହାନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.