ହାଇ ପ୍ରୋଫାଇଲ ମର୍ଡ଼ର କେସରେ ଆସିଲା ଜଣେ ନାମୀଦାମି ଅଭିନେତ୍ରୀଙ୍କ ନାଁ ,କିଏ ସେଇ ଅଭିନେତ୍ରୀ ଆସନ୍ତୁ ଜାଣିବା

Published By : Prameya-News7 Bureau | December 08, 2018 IST

ମୁମ୍ବାଇ ;୮/୧୨- ମଣିଷ ଅନେକ ସମୟରେ ନିଜଠାରୁ ଦୋଷ ଛଡ଼ାଇବାକୁଯାଇ ଆହୁରି ଭୁଲ କରିଥାଏ । ଯେଉଁମାନେ ଅପରାଧ ସହ ଥରେ ଜଡ଼ିତ ହୋଇଗଲେ ,ସେହି ଦୋଷକୁ ଯେତେ  ଲୁଚେଇଲେ ବି ଧରାପଡ଼ିବା ନିଶ୍ଚିତ । ସେମିତି ଏକ ଘଟଣା ଘଟିଛି ମୁମ୍ଵାଇରେ । ଏହି ଘଟଣା ସହ ଯୋଡ଼ି ହୋଇଯାଇଛି ଜଣେ ନାମୀଦାମୀ ଅଭିନେତ୍ରୀଙ୍କ ନାଁ । ସେ ଚତୁରତାର ସହ ଖସିଯିବାକୁ ଚାହିଁଥିଲେ ବି ଧରାପଡ଼ିଯାଇଛନ୍ତି ।

ମୁମ୍ଵାଇର ଜଣେ ୫୭ ବର୍ଷିୟ ପ୍ରସିଦ୍ଧ ହୀରା ବ୍ୟବସାୟୀ ରାଜେଶ କେଶରୀଲାଲଙ୍କ ଶବ ତାଙ୍କ କାର୍ ଭିତରୁ ଉଦ୍ଧାର କରାଯାଇଥିଲା । ପାରିପାର୍ଶିକ ଅବସ୍ଥାରୁ ଜଣାପଡ଼ିଥିଲା ଏହା ଏକ ସୁଚିନ୍ତିତ ହତ୍ୟାକାଣ୍ଡ । ପୋଲିସ ଶବ ଉଦ୍ଦାର କଲାବେଳକୁ ଶବଟି ପଚିସଢ଼ି ଯାଇଥିଲା ।

ପୋଲିସର ସୂଚନା ଅନୁସାରେ ୨୮ ନଭେମ୍ଵରରେ ସେ ଘରୁ ବାହାରିକି ଯାଇଥିଲେ ,ଆଉ ଫେରି ନଥିଲେ ।  ପୋଲିସ ତାଂକ ଶବକୁ ଉଦ୍ଧାର କଲାବେଳକୁ କୌଣସି ସୁରାକ ପାଈ ନଥିଲା । ପୋଲିସ  ଗୋଟିଏ ଅପମୃତ୍ୟୁ ମାମଲା ରୁଜୁ କରି ତଦନ୍ତ ଚଳାଇଥିଲା ।

{"id":62193}

ତା ପରେ ପୋଲିସ ରାଜେଶଙ୍କ କଲ ଡ଼ିଟେଲସ ବାହାର କଲାପରେ ଜାଣିବାକୁ ପାଇଲା ,କୌଣସି ଗୋଟିଏ ନିର୍ଦ୍ଦିଷ୍ଟ ନମ୍ଵରରୁ ବାରମ୍ଵାର ଫୋନ ଆସିଥିଲା । ସେହି ନମ୍ଵର ଯାଂଚକରି ଜାଣିବାକୁ ପାଇଲା ପ୍ରକୃତ ଅପରାଧି କିଏ ?

ପୋଲିସ ଜାଣିବାକୁ ପାଇଲା ସେ ହେଉଛନ୍ତି ଜଣେ ନାମୀଦାମୀ ଅଭିନେତ୍ରୀ । ଟେଲି ସିରିଏଲରେ କାମ କରୁଥିବା ଦେବୋଲିନା ଭଟ୍ଟାଚାର୍ଯ୍ୟ ଏହି ଘଟଣା ସହ ସଂପୂର୍ଣ୍ଣ ଜଡ଼ିତ । ଆହୁରି ମଧ୍ୟ ସେମାନେ ସେଦିନ ସଂଧ୍ୟାରେ ଅକ୍ସର ବାର୍ ରେ ମିଶାମିଶି କରିଥିଲେ ବୋଲି ସୂଚନା ବି ମିଳିଥିଲା ।

ସିସିଟିଭି ଫୁଟେଜ ଯାଂଚକରି ପୋଲିସ ଜାଣିବାକୁ ପାଇଛି ,ରାଜେଶ ସେଦିନ ଅନ୍ୟ କାହା କାରରେ ଯାଇଥିଲା । ହେଲେ ମୃତଦେହ ନିଜ କାର ଭିତରୁ ବାହାରିବା ସନ୍ଦେହ ସୃଷ୍ଟି କରିଛି । ଏହି ହାଇପ୍ରୋଫାଇଲ ମର୍ଡ଼ରକେସରେ ଆହୁରି ୨୦ ଜଣକ ନାଁରେ ମାମଲା ରୁଜୁ କରିଛି ମଧ୍ୟ ପୋଲିସ  ।

ହିନ୍ଦୀ ଟେଲିସିରିଏଲ ସଂସ୍କାରୀ ବୋହୂରେ ଦେବୋଲିନା ଅଭିନୟ କରୁଛନ୍ତି ବୋଲି ଜଣାଯାଇଚି । ହେଲେ ଏ ଚର୍ଚ୍ଚିତ ହତ୍ୟାକାଣ୍ଡକୁ ଦୁର୍ଘଟଣାର ରୂପଦେବାକୁ ଚାହିଁଥିଲେ ବି ଶେଷରେ ଧରାପଡ଼ିଯାଇଥିଲେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.