Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ନୟାଗଡ଼ : ପୋଲିସ କବ୍‌ଜାରେ ୪ ଆନ୍ତଃ ଜିଲ୍ଲା ଡକାୟତ
  • ||

ପୁଣି ଥରେ ବିବାହ ବନ୍ଧନରେ ବାନ୍ଧିହେବେ ଛୋଟ ପରଦାର ଏହି ହଟ ଅଭିନେତ୍ରୀ

13/11/2019 at 9:14 AM

ମୁମ୍ବାଇ୧୨|୧୧: ଟିଭି ଅଭିନେତ୍ରୀ କାମ୍ୟା ପଞ୍ଜାବୀ ପୁଣି ଥରେ ବିବାହ କରିବାକୁ ଯାଉଛନ୍ତି। ନିକଟରେ କାମ୍ୟା ନିଜ ରିଲେସନଶିପ୍‌ ବିଷୟରେ ଆନୁଷ୍ଠାନିକ ଭାବେ ଘୋଷଣା କରିଛନ୍ତି। କଲର୍ସ ଚ୍ୟାନାଲରେ ପ୍ରସାରିତ ହେଉଥିବା ଶକ୍ତି ସିରିଏଲରେ ପ୍ରିତୋ ଭୂମିକାରେ ଅଭିନୟ କରୁଥିବା ଅଭିନେତ୍ରୀ କାମ୍ୟା ୨୦୦୩ ମସିହାରେ ପ୍ରଥମ ବିବାହ କରିଥିଲେ। ପ୍ରଥମେ କାମ୍ୟା ବଣ୍ଟି ନେଗୀ ନାମକ ଜଣେ ବ୍ୟବସାୟୀ ଙ୍କୁ ବିବାହ କରିଥିଲେ।

ହେଲେ ଉଭୟଙ୍କ ସମ୍ପର୍କରେ ଫାଟ ସୃଷ୍ଟି ହୋଇଥିଲା। ଫଳରେ ୨୦୧୩ ମସିହାରେ ଦୁହିଁଙ୍କ ବିବାହ ବିଚ୍ଛେଦ ହୋଇଥିଲା। ଏବେ କାମ୍ୟା ପୁଣି ନିଜର ନୂଆ ଜୀବନ ଆରମ୍ଭ କରିବାକୁ ଯାଉଛନ୍ତି। ଦିଲ୍ଲୀରେ ରହୁଥିବା ଶଲଭ ଡାଙ୍ଗଙ୍କୁ ବିବାହ କରିବେ କାମ୍ୟା। ପାଖାପାଖି ଦେଢ ମାସ କଥା ବାର୍ତ୍ତା କରିବା ପରେ ଶଲଭ କାମ୍ୟାଙ୍କୁ ବିବାହ ପାଇଁ ପ୍ରପୋଜ କରିଥିଲେ।

 ବହୁତ ସମୟ ପରେ କାମ୍ୟା ତାଙ୍କ ପ୍ରସ୍ତାବରେ ରାଜି ହୋଇଥିଲେ। ଅବଶ୍ୟ କାମ୍ୟା କେବେ ଓ କେଉଁଠି ଶଲଙ୍କୁ ବିବାହ କରିବେ ତାହା ଏଯାଏଁ ସ୍ପଷ୍ଟ କରିନାହାନ୍ତି। କାମ୍ୟା କହିଛନ୍ତି ଯେ, ଉଭୟ ବିବାହ ନେଇ ବହୁତ ଉତ୍ସୁକ ଅଛନ୍ତି। ବିବାହର ପ୍ରସ୍ତୁତି ଆରମ୍ଭ ହୋଇସାରିଛି।

କାମ୍ୟା ଚଳିତ ବର୍ଷ ଶଲଭଙ୍କ ପାଇଁ କରୱାଚୌଥର ବ୍ରତ ମଧ୍ୟ ରଖିଥିଲେ। ଅଧିକାଂଶ ସମୟରେ କାମ୍ୟା ଇନ୍‌ଷ୍ଟାରେ ଶଲଭଙ୍କ ସହ ନିଜ ଫଟୋ ସେୟାର କରନ୍ତି। କାମ୍ୟା ଜଣେ ୧୦ ବର୍ଷ ଝିଅର ମାଆ। ଏବେ ଉଭୟଙ୍କ ବିବାହ ବେଶ ଚର୍ଚ୍ଚାରେ ରହିଛି।  

   Related Posts