Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବାତ୍ୟା ‘ଜଓ୍ଵାଦ’ ପ୍ରଭାବ: ଆସନ୍ତାକାଲି ୧୯ ଜିଲ୍ଲାରେ ସ୍କୁଲ ଛୁଟି
  • ||
  • ରାଜଧାନୀ ଦିଲ୍ଲୀରେ ‘ଓମିକ୍ରନ’ ଆତଙ୍କ ! ବିଦେଶ ଫେରନ୍ତା ୧୨ ରୋଗୀ LNJPରେ ଭର୍ତ୍ତି
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୯ ହଜାରରୁ ଅଧିକ କରୋନା ପଜିଟିଭ୍, ୩୯୧ ମୃତ
  • ||
  • ଓ୍ୱାଙ୍ଖଡେ ଟେଷ୍ଟରେ ମୁହାଁମୁହିଁ ହେବେ ଭାରତ ଓ ନ୍ୟୁଜିଲାଣ୍ଡ : ଫେରିଲେ ବିରାଟ, ଦେଖିବାକୁ ମିଳିବ ରୋମାଞ୍ଚକର ଫାଇଟ୍
  • ||
  • ପାଟଣା ରେଞ୍ଜରେ ହାତୀ ଆତଙ୍କ, ନଷ୍ଟ କରୁଛନ୍ତି ପାଚିଲା ଧାନ
  • ||
  • ଓଡିଶାରେ ବିରଳ ଘଟଣା : ଯୁବକଙ୍କ ପେଟରୁ ବାହାରିଲା ଭ୍ରୂଣ, ୫ ଘଣ୍ଟାର ଅପରେସନ ପରେ ବାହାର କଲେ ଡାକ୍ତର
  • ||
  • ଚିନ୍ତା ବଢାଇଲା ଓମିକ୍ରନ, ଦକ୍ଷିଣ ଆଫ୍ରିକାରେ ଲକଡାଉନ୍: ଭାରତରେ ମଧ୍ୟ ସ୍ଥିତି ସାଂଘାତିକ
  • ||
  • ଓଡିଶାରେ ଘସି ହୋଇଯିବ ଜଓ୍ୱାଦ ! ଉପକୂଳରେ ପ୍ରବଳ ବର୍ଷା, ୯୦ କିମି ବେଗରେ ବହିବ ପବନ
  • ||
  • ଚୋରା କାରବାରରେ ନାବାଳକ : ନବମ ଶ୍ରେଣୀ ଛାତ୍ରଙ୍କ ବ୍ୟାଗରୁ ମିଳିଲା ୨ କେଜି ଅଫିମ
  • ||

ରାଜନୀତିରେ ଏଣ୍ଟ୍ରି କଲେ ଅଭିନେତ୍ରୀ କାମ୍ୟା ପଞ୍ଜାବୀ: କଂଗ୍ରେସରେ ହେଲେ ସାମିଲ

27/10/2021 at 9:22 PM

ମୁମ୍ବାଇ ୨୭/୧୦ : ଟିଭି କଳାକାର କାମ୍ୟା ପଞ୍ଜାବୀ ଅଭିନୟ ପରେ ଏବେ ରାଜନୀତିରେ ପାଦ ଦେଇଛନ୍ତି। ବୁଧବାର ଦିନ କାମ୍ୟା ପଞ୍ଜାବୀ କଂଗ୍ରେସରେ ସାମିଲ ହୋଇଛନ୍ତି। ମୁମ୍ବାଇ କଂଗ୍ରେସ ଅଧ୍ୟକ୍ଷ ଭାଇ ଜଗତାପ, ସହକାରୀ ଅଧ୍ୟକ୍ଷ ଚରଣ ସିଂହ ସାପରା ଓ ଯୁବନେତା ସୁରଜ ସିଂହ ଠାକୁର କାମ୍ୟାଙ୍କୁ ଦଳକୁ ସ୍ୱାଗତ କରିଛନ୍ତି। କାମ୍ୟା ବହୁ ଆଗରୁ ରାଜନୀତିରେ ପ୍ରବେଶ କରିବାକୁ ଯୋଜନା କରୁଥିଲେ। କିଛି ଦିନ ପୂର୍ବରୁ ଏକ ସାକ୍ଷାତକାରରେ କାମ୍ୟା କହିଥିଲେ ଯେ ରାଜନୀତିରେ ପ୍ରବେଶ କରିବାକୁ ଚାହୁଁଛନ୍ତି କିନ୍ତୁ ଠିକ ସମୟକୁ ଅପେକ୍ଷା କରିଛନ୍ତି।

ଇଟାଇମ୍ସ ସହ ଏକ ସାକ୍ଷାତକାରରେ କାମ୍ୟା ପଞ୍ଜାବୀ କହିଥିଲେ ଯେ ସେ ଦେଶସେବା କରିବାକୁ ରାଜନୀତିରେ ପ୍ରବେଶ କରିବାକୁ ଚାହୁଁଛନ୍ତି। ସେ କହିଥିଲେ ଯେ ସେ ଯେଉଁସବୁ ପ୍ରସଙ୍ଗ ବିଷୟରେ ବିଚାର କରନ୍ତି ସେସବୁ ଉପରେ କାମ କରିବାକୁ ରାଜନୀତିକୁ ଆସିବାକୁ ଚାହୁଁଛନ୍ତି। ତାଛଡା ସେ ମହିଳା ସଶକ୍ତିକରଣ ଉପରେ ଫୋକସ କରିବାକୁ ଚାହୁଁଛନ୍ତି ବୋଲି ମଧ୍ୟ କହିଥିଲେ। ଘରୋଇ ହିଂସାର ଶିକାର ହେଉଥିବା ମହିଳାଙ୍କ ପାଇଁ ମଧ୍ୟ ସେ କାମ କରିବାକୁ ଚାହୁଁଛନ୍ତି ବୋଲି କହିଥିଲେ। ପୂର୍ବରୁ ସେ ମଧ୍ୟ ଘରୋଇ ହିଂସା ସହ୍ୟ କରିଛନ୍ତି ବୋଲି କହିଥିଲେ। ସେଥିରୁ ହିଁ ରାଜନୀତି ବିଚାର ଆସିଥାଇପାରେ। ତାଙ୍କୁ ପାୱାର ପ୍ରତି ଲୋଭ ନାହିଁ। ସେ କେବଳ ଦେଶ ପାଇଁ କାମ କରିବାକୁ ଚାହୁଁଛନ୍ତି ବୋଲି କହିଛନ୍ତି।

ଯଦି ଅଭିନୟ କଥା ଦେଖାଯାଏ ତାହେଲେ କାମ୍ୟା ପଞ୍ଜାବୀ ଦୁଇ ଦଶକରୁ ଅଧିକ ସମୟ ଇଣ୍ଡଷ୍ଟ୍ରିରେ କାମ କରିଛନ୍ତି। ସେ ଅନେକ ଧାରାବାହିକ ଓ ରିଆଲିଟି ଶୋ’ରେ କାମ କରିଛନ୍ତି। କାମ୍ୟା ନିଜ ସୋସିଆଲ ମିଡ଼ିଆ ଆକାଉଣ୍ଟରେ ମଧ୍ୟ ବହୁତ ଆକ୍ଟିଭ। ସେ ଅଧିକାଂଶ ସମୟରେ ଫଟୋ ଓ ଭିଡିଓ ସେୟାର କରିଥାନ୍ତି।

   Related Posts