୫ ମାସ ପରେ ଗେହନା ବଶିଷ୍ଠଙ୍କୁ ମିଳିଲା ଜାମିନ, ଅଶ୍ଳୀଳ ଭିଡିଓ ମାମଲାରେ ହୋଇଥିଲେ ଗିରଫ

Published By : Prameya-News7 Bureau | June 19, 2021 IST

ମୁମ୍ବାଇ ୧୯/୦୬: ଟିଭି କଳାକାର ଗେହନା ବଶିଷ୍ଠଙ୍କୁ ୫ମାସ ପରେ ମୁମ୍ବାଇର ଡିଣ୍ଡୋସି ସେସନ୍ସ କୋର୍ଟ ଜାମିନ ପ୍ରଦାନ କରିଛନ୍ତି। ଏହା ତାଙ୍କ ମିଡିଆ ପିଆର୍ ଦ୍ୱାରା ସୂଚନା ଦିଆଯାଇଛି। ସେ ଏହି ବିଷୟରେ କହିଛନ୍ତି, ୫ ମାସ ପ୍ରତୀକ୍ଷା ପରେ ଗେହନା ବଶିଷ୍ଠଙ୍କୁ ଜାମିନ ମିଳିଛି । କରୋନା ମହାମାରୀ ହେତୁ ଲକଡାଉନ ଥିଲା ​​ଏବଂ କୋର୍ଟ ସାଧାରଣ ଭାବରେ କାର୍ଯ୍ୟ କରିପାରିନଥିଲେ। ଏହି କାରଣରୁ ମାମଲାକୁ ବୋର୍ଡକୁ ଆଣିବାକୁ ବହୁ ସମୟ ଲାଗିଥିଲା। ଏହା ପରେ କୋର୍ଟ ମେ ରୁ ଜୁନ୍ ମାସର ପ୍ରଥମ ସପ୍ତାହ ପର୍ଯ୍ୟନ୍ତ ଛୁଟିରେ ଥିଲେ । ବର୍ତ୍ତମାନ ମାମଲାର ଶୁଣାଣୀ ହୋଇଛି ।

{"width":631,"height":350}
Who is Gehana Vasisth? | Entertainment News,The Indian Express

ଚାର୍ଜସିଟ ଦାଖଲ ହୋଇ ନ ଥିବାରୁ ଗେହାନାଙ୍କ ପ୍ରଥମ ଜାମିନ ଆବେଦନକୁ ଡିଣ୍ଡୋଶି ସେସନ୍ସ କୋର୍ଟ ପ୍ରତ୍ୟାଖ୍ୟାନ କରିଥିଲେ। ଗେହାନା ବଶିଷ୍ଠ କେବଳ ପୂର୍ବ ମାମଲାରେ ଏପ୍ରିଲରେ ଜାମିନ ପାଇଥିଲେ। ତେବେ ଅନ୍ୟ ଏକ ମାମଲାରେ ମାଲଭାନୀ ପୋଲିସ ଷ୍ଟୋସନ ଯୋଗୁଁ ଗେହନାଙ୍କ ଜାମିନ ବିଳମ୍ବ ହୋଇଥିଲା। ଗେହନାଙ୍କୁ ବର୍ତ୍ତମାନ ଜାମିନ ପ୍ରକ୍ରିୟା ଶେଷ କରିବାକୁ ପଡ଼ିବ। ଉଲ୍ଲେଖଯୋଗ୍ୟ ଯେ ଅଶ୍ଳୀଳ ଭିଡିଓ ମାମଲାରେ ଫେବୃଆରୀ ୬ ରେ ମୁମ୍ବାଇ ପୋଲିସ କ୍ରାଇମ ବ୍ରାଞ୍ଚ ଦ୍ୱାରା ଗେହନାଙ୍କୁ ଗିରଫ କରାଯାଇଥିଲା। ତାଙ୍କ ବ୍ୟତୀତ ଅନ୍ୟ ୮ ଜଣଙ୍କୁ ମଧ୍ୟ ଗିରଫ କରାଯାଇଥିଲା।

ଜାମିନ ପ୍ରଦାନ ବେଳେ ଡିଣ୍ଡୋସି ସେସନ୍ସ କୋର୍ଟ କହିଛନ୍ତି ଯେ କୋର୍ଟଙ୍କ ଅନୁମତି ବିନା ସେ ଦେଶ ଛାଡି ପାରିବେ ନାହିଁ। ବାଇକୁଲ୍ଲା ଜେଲରେ ଗେହନା ବଶିଷ୍ଠ ମଧ୍ୟ କରୋନା ସଂକ୍ରମଣ ହୋଇଥିଲେ ଏବଂ ତାଙ୍କୁ ଜେଲର କ୍ୟାରେଣ୍ଟାଇନ୍ ସେଣ୍ଟରରେ ରଖାଯାଇଥିଲା। ଜେଲରେ ତାଙ୍କୁ ହାର୍ଟ ଆଟାକ୍ ଆସିଥିଲା ଏବଂ ଡାକ୍ତରଖାନାରେ ଭର୍ତ୍ତି ହେବାକୁ ପଡିଥିଲା ।

ଏହି ମାମଲାରେ ପୋଲିସ ଶର୍ଲିନ ଚୋପ୍ରା ଏବଂ ପୁନମ ପାଣ୍ଡେଙ୍କୁ ମଧ୍ୟ ପଚରାଉଚରା କରିଛି। ଶର୍ଲିନ ଚୋପ୍ରାଙ୍କୁ କୋର୍ଟରୁ ଜାମିନ ମିଳିଯାଇଥିଲା। ଏହି ମାମଲାରେ ଶିଳ୍ପା ଶେଟ୍ଟୀଙ୍କ ସ୍ୱାମୀ ରାଜ କୁନ୍ଦ୍ରଙ୍କୁ ମଧ୍ୟ କ୍ରାଇମ ବ୍ରାଞ୍ଚ ପକ୍ଷରୁ ପଚରାଉଚରା କରାଯାଇଛି। ଏହି ମାମଲା କୋର୍ଟରେ ଚାଲିଛି। ସମସ୍ତ ଅଭିଯୁକ୍ତଙ୍କୁ ଜାମିନ ମିଳିସାରିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.