ଶୁଟିଂ ସେଟ୍‌ରେ ବେହୋଶ ହୋଇ ହସପିଟାଲରେ ଭର୍ତ୍ତି ହେଲେ ଟିଭି ଅଭିନେତ୍ରୀ, ଜୀବନ ମରଣ ସହ କରୁଛନ୍ତି ସଂଘର୍ଷ

Published By : Prameya-News7 Bureau | November 22, 2019 IST

ମୁମ୍ବାଇ୨୨|୧୧: ଛୋଟ ପରଦାର ଅଭିନେତ୍ରୀ ଗେହନା ଗତ କାଲି ଶୁଟିଂ ସେଟ୍‌ରେ ନିଜ ଅପକମିଂ ୱେବ ସିରିଜ ପାଇଁ ଶୁଟ୍‌ କରୁଥିଲେ। ଶୁଟିଂ ସମୟରେ ହଠାତ୍‌ ଗେହନା ବେହୋଶ ହୋଇଥିଲେ ଓ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।ରିପୋର୍ଟ ଅନୁସାରେ ଗେହନାଙ୍କ ସ୍ଥିତି ବହୁତ ଖରାପ ବୋଲି କୁହାଯାଉଛି।

{"id":188260,"width":549,"height":685,"sizeSlug":"large"}

ତାଙ୍କୁ ଏବେ ଭେଣ୍ଟିଲେଟରରେ ରଖାଯାଇଛି। ଡାକ୍ତରମାନେ ଏଯାଏଁ କୌଣସି  ପ୍ରିତିକ୍ରିୟା ଦେଇନାହାନ୍ତି। ତାଙ୍କର ନିଶ୍ବାସ ନେବାରେ ଅସୁବିଧା ହେଉଛି ବୋଲି ସୂଚନା ଦିଆଯାଇଛି। ଏଥିପାଇଁ ତାଙ୍କୁ ଭେଣ୍ଟିଲେଟରରେ ରଖାଯାଇଛି।ସୂଚନାଯୋଗ୍ୟ ଯେ, ଗେହନା ୪୮ ଘଣ୍ଟା ହେବ ଠିକ୍‌ ଭାବେ ନଖାଇ ନପିଇ ଲଗାତାର ଶୁଟିଂ କରୁଥିଲେ।

{"id":188261,"width":524,"height":698,"sizeSlug":"large"}

ଗେହେନା ମଧୁମେୟ ରୋଗରେ ଆକ୍ରାନ୍ତ ଅଛନ୍ତି। ସୁଗର ଲେଭେଲ ଅଧିକ ହୋଇଥିବାରୁ ସେ ବେହୋଶ ହୋଇଥିଲେ। ଏହା ସହ ରକ୍ତ ଚାପ ମଧ୍ୟ କମ ଥିଲା।ମଧୁମେୟ ଔଷଧ ବ୍ୟତୀତ ଗେହେନା ଅନ୍ୟ ଔଷଧ ମଧ୍ୟ ଖାଉଥିଲେ।ଗେହେନାଙ୍କ ସାଙ୍ଗମାନଙ୍କ କହିବା ଅନୁସାରେ ୩୬ ଘଣ୍ଟା ହେବ ଗେହେନା କେବଳ ଏନେର୍ଜି ଡ୍ରିଙ୍କ ପିଉଥିଲେ।

{"id":188265,"sizeSlug":"large"}

ସେ କିଛି ଖାଦ୍ୟ ଖାଇନଥିଲେ। ଏବେ ଯାଏଁ ଟେଷ୍ଟ ରିପୋର୍ଟ ସାମ୍ନାକୁ ଆସିନି।ରିପୋର୍ଟ ଆସିବା ପରେ ଡାକ୍ତର ଯାହା କହିବା କଥା କହିବେ। ନିକଟରେ ଗେହେନାଙ୍କୁ ଗନ୍ଦି ବାତ ୱେବ ସିରିଜରେ ଦେଖିବାକୁ ମିଳିଥିଲା। 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.