Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଖୋର୍ଦ୍ଧା : ଅଂଳେଇ ମନ୍ଦିରରୁ ଦାନବାକ୍ସ ଉଠାଇନେଲେ ଦୁର୍ବୃତ୍ତ
  • ||
  • କୋରାପୁଟ : କୋରାପୁଟ ଜିଲ୍ଲା ସୁନାବେଡ଼ା ଟିଟିଏସରେ ଛାତ୍ର ଅଶାନ୍ତି, ଷ୍ଟାଇପେଣ୍ଡ ଟଙ୍କା ନମିଳିବାରୁ ବିକ୍ଷୋଭ
  • ||
  • ଜଳେଶ୍ବର : ଅବକାରୀ ବିଭାଗ ଦ୍ଵାରା ୪ ଚୋରା ଦେଶୀ ମଦ ବେପାରୀ ଗିରଫ, ୨ଶହ ଲିଟରରୁ ଅଧିକ ଦେଶୀ ମଦ ଜବତ
  • ||
  • ଆନନ୍ଦପୁର : କେନ୍ଦୁଝର ଜିଲ୍ଲା ଘଷିପୁରା ଥାନା ଦୀପପାଳ ଗାଁରେ ଅଭାବନୀୟ ଘଟଣା, ଘର ଭିତରୁ ମିଳିଲା ନବ ବିବାହିତାଙ୍କ ମୃତଦେହ, ବାପଘର ପକ୍ଷରୁ ହତ୍ୟା ଅଭିଯୋଗ
  • ||
  • ସାନଖେମୁଣ୍ଡି : ଗଞ୍ଜାମ ଜିଲ୍ଲା ଧରାକୋଟ ଥାନା ସୁଂଦୁରିଆପଲି ଗାଁ ନିକଟ ଋଷିକୁଲ୍ୟା ନଦୀରେ ବୁଡି ବୃଦ୍ଧା ମୃତ, ଶୌଚ ହେବାକୁ ଯାଇଥିବା ବେଳେ ବୁଡିଗଲେ
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୧୮ ହଜାରରୁ ଅଧିକ କରୋନା ପଜିଟିଭ୍, ୧୭୯ ମୃତ
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୭ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୫୪୫ କୋଭିଡ୍ ପଜିଟିଭ୍
  • ||
  • ରାଜ୍ୟରେ ଏବେ କମିବନି ବର୍ଷା, ଆସୁଛି ଆଉ ଏକ ଲଘୁଚାପ
  • ||
  • ବଳଙ୍ଗା ଥାନାରେ ବିସ୍ଫୋରଣ : ଫାଟିଗଲା କାନ୍ଥ, ଆସବାବପତ୍ର ନଷ୍ଟ
  • ||

ଏହି ଟିଭି ଅଭିନେତ୍ରୀଙ୍କୁ ଡେଟ୍ କରୁଛନ୍ତି ଇଣ୍ଡିଆନ୍ ଆଇଡଲ୍ ଫେମ୍ ରାହୁଲ ବୈଦ୍ୟ : ଜାଣନ୍ତୁ କିଏ?

28/07/2019 at 4:44 PM

ମୁମ୍ବାଇ ୨୮/୭:ଷ୍ଟାର ପ୍ଲସ ଧାରାବାହିକ ‘ପ୍ୟାର କା ଦର୍ଦ ହେ ମିଠା ମିଠା ପ୍ୟାରା ପ୍ୟାରା’ ରୁ ଟେଲିଭିଜନ ଇଣ୍ଡଷ୍ଟ୍ରିରେ ଡେବ୍ୟୁ କରିଥିବା ଦିଶା ପରମାର ଏବେ ଇଣ୍ଡିଆନ ଆଇଡଲ୍ ଫେମ୍ ସିଙ୍ଗର ରାହୁଲ ବୈଦ୍ୟଙ୍କୁ ଡେଟ୍ କରିବା ଖବର ଚର୍ଚ୍ଚାରେ ରହିଛି।

ନିକଟରେ ‘ୟାଦ ତେରି’ନାମକ ଏକ ମ୍ୟୁଜିକ୍ ଆଲବମରେ ଦିଶା ଏବଂ ରାହୁଲ ବୈଦ୍ୟ ଏକାଠି ନଜର ଆସିଥିଲେ। ମ୍ୟୁଜିକ୍ ଭିଡିଓ ସୁଟିଂ କରିବା ସମୟରେ ଦୁହେଁ ପରସ୍ପରର ନିକଟତର ହୋଇଥିଲେ।

ଏବେ ଶୁଣିବାକୁ ମିଳୁଛି ଯେ ଦୁହେଁ ପରସ୍ପରକୁ ଡେଟ୍ କରୁଛନ୍ତି। ଦୁହେଁ ଅଧିକାଂଶ ସମୟରେ ପରସ୍ପର ସହିତ ସୋଶିଆଲ ମିଡିଆରେ ଅନେକ ଫଟୋ ପୋଷ୍ଟ କରୁଛନ୍ତି।

ଡେଟିଙ୍ଗ ଖବରରେ ଏବେ ରାହୁଲ ଏବଂ ଦିଶା ଦୁହେଁ ନିଜର ସାକ୍ଷାତକାରରେ ଖୋଲି କହିଛନ୍ତି। ବମ୍ବେ ଟାଇମ୍ସକୁ ଦେଇଥିବା ସାକ୍ଷାତକାରରେ ରାହୁଲ କହିଛନ୍ତି ଯେ ସେ ଦୁଇ ବର୍ଷ ପୂର୍ବେ ଜଣେ କମୋନ ଫ୍ରେଣ୍ଡ ଜରିଆରେ ଦିଶାଙ୍କୁ ଦେଖା କରିଥିଲେ। ପ୍ରଥମ ଦେଖାରେ ଉଭୟଙ୍କ ମଧ୍ୟରେ ଏକ ସମ୍ପର୍କ ସୃଷ୍ଟି ହୋଇଯାଇଥିଲା ଏବଂ ଉଭୟେ ଏକାଠି ବୁଲିଥିଲେ। ତାଙ୍କ ସମ୍ପର୍କକୁ ଏବେ ପ୍ରେମର ନାଁ ଦେବା ଠିକ୍ ହେବ ନାହିଁ। କିନ୍ତୁ ଏହା ସତ ଯେ ସେମାନେ ପରସ୍ପରକୁ ବୁଝିବାକୁ ଏବଂ ଜାଣିବାକୁ ଉଦ୍ୟମ କରୁଛନ୍ତି।

ଦିଶାଙ୍କୁ ଶେଷ ଥର ଟିଭି ଧାରାବାହିକ ‘ଓ୍ବୋ ଅପନା ସା’ ରେ ଦେଖାଯାଇଥିଲା। ରାହୁଲ ​‌ବୈଦ୍ୟ ଇଣ୍ଡିଆନ ଆଇଡଲ ଶୋ ର ଦ୍ବିତୀୟ ରନର୍ସ ଅପ୍ ଅଟନ୍ତି। ରାହୁଲ ଅନେକ ଅଲବମ୍ ଗୀତ ଗାଇଥିଲେ।

   Related Posts