Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ଏହି ଟିଭି ଅଭିନେତ୍ରୀ ଖୋଲା ଦେହରେ କରିଲେ ଯୋଗ, ଦେଖନ୍ତୁ ଫଟୋ

30/07/2019 at 2:04 PM

ମୁମ୍ବାଇ୩୦|୭: ଟେଲିଭିଜନ ଅଭିନେତ୍ରୀ ଅବିଗେଲ ପାଣ୍ଡେ ନିଜର ନୂଆ ଫଟୋ ସୋସିଆଲ ମିଡିଆରେ ପୋଷ୍ଟ କରିଛନ୍ତି। ତାଙ୍କର ଏହି ଫଟୋ ଇଣ୍ଟରନେଟ୍‌ରେ ହଇଚଇ ସୃଷ୍ଟି କରିଛି। ଏବେ କିଛି ଦିନ ତଳେ ସେ ଟପ୍‌ଲେସ ହୋଇ ଯୋଗ କରୁଥିବା ବେଳର ଫଟୋ ପୋଷ୍ଟ କରିଥିଲେ। ବୋଲ୍ଡ ଟପ୍‌ଲେସ ଫଟୋରେ ଅବିଗେଲଙ୍କର ବ୍ୟାକ୍‌ସାଇଡ୍‌ ନଜର ଆସିଛି।

ଅବିଗେଲ ନିଜ ଏହି ବୋଲ୍ଡ ଫଟୋ ବହୁତ ବୋଲ୍ଡ କ୍ୟାପସନ ଦେଇ ସେୟାର କରିଥିଲେ। ସେ ଲେଖିଥିଲେ ଯେ, ନ୍ୟୁଡ୍‌ ହୋଇ ଯେଉଁ ଝିଅମାନେ ଯୋଗ କରନ୍ତି ସେମାନଙ୍କୁ ଅବିଗେଲ ନିଜ ପ୍ରେରଣା ମାନନ୍ତି।  ସେ କହିଛନ୍ତି ଯେ, ଏହି ଅବତାରରେ ଯୋଗ କରିବା କେତେ ଶାନ୍ତ ହୋଇଥାଏ ତାହା ସେ ଶବ୍ଦରେ ମଧ୍ୟ  ପ୍ରକାଶ କରିପାରିବେ ନାହିଁ ।  ଅଧିକାଂଶ  ତାଙ୍କ ପୋଷ୍ଟ ପସନ୍ଦ ନକରିପାରନ୍ତି ସତ, କିନ୍ତୁ ସେ ତାଙ୍କ ଭାବନା ଏହି ଫଟୋ ଦ୍ବାରା ପ୍ରକାଶ କରି ବହୁତ ଖୁସି ବୋଲି ମଦ୍ୟ କହିଛନ୍ତି। ଏହା ତାଙ୍କ ଶରୀରକୁ ବହୁତ ଆକ୍ଟିଭ ରଖିବାରେ ସାହାଯ୍ୟ କରେ।

ଏହା ସହ ସେ ଲୋଖିଥିଲେ ଯେ, ନ୍ୟୁଡ୍‌ ଓ ଯୋଗରେ କିଛି କମନ୍‌ ନାହିଁ ହେଲେ ଯେଉଁ ଲୋକ ଏହା ଅନୁଭବ କରିଥିବେ ସେମାନେ ଏହାର ଅର୍ଥ ବୁଝିପାରିବେ। ଏହି ଫଟୋ ସେୟାର କରିବା ସମୟରେ ତାଙ୍କୁ ଡର ବା ଲାଜ ଲାଗିନଥିଲା ବରଂ ତାଙ୍କୁ ଖୁବ ଭଲ ଲାଗିଥିଲା। ଏହି ଫଟୋ ଉଠାଇବା ପାଇଁ ତାଙ୍କ ସାଙ୍ଗ, ବଡିଗାର୍ଡ ଓ ତାଙ୍କ ଫଟୋଗ୍ରାଫର ତାଙ୍କୁ ଉତ୍ସାହିତ କରିଥିଲେ। ଲୋକେ କଣ ଭାବିବେ ଏହା ମନକୁ ଆଣିଲେ  ମଣିଷ ଆଗକୁ ବଢିପାରିବ ନାହିଁ ବୋଲି ମଧ୍ୟ ସେ ଲେଖିଛନ୍ତି ।

ଏଭଳି ଅବତାରରେ ଯୋଗ କରିବା ସମୟରେ ସେ ତାଙ୍କର ସବୁ ସୁଖ ଦୁଃଖ ଭୁଲିଯାଇଥିଲେ। ତାଙ୍କୁ ଜଣା ଥିଲା ଯେ, ଏହି ପୋଜ୍‌ରେ ତାଙ୍କୁ କେହି ଦେଖୁନଥିଲେ। ସେଥିପାଇଁ ସେ ଶାନ୍ତିମନରେ ଯୋଗ କରୁଥିଲେ।  ଅବିଗେଲ ପାଣ୍ଡେ ଖୁବ ଲମ୍ବା ସମୟରୁ ଡାନ୍ସର ସନମ୍‌ ଜୋହରଙ୍କ ସହ ଲିଭ୍‌ ଇନ୍‌ ରିଲେସନଶିପ୍‌ରେ ରହିଛନ୍ତି।

ଉଭୟ ଏବେ ଷ୍ଟାର ପ୍ଲସରେ ପ୍ରସାରିତ ହେଉଥିବା ନଚ ବଲିଏରେ ଏକ୍ସ କପଲ୍‌ ମଧୁରିମା ଓ ବିଶାଲଙ୍କ କୋରିଓଗ୍ରାଫର ହୋଇ କାମ କରୁଛନ୍ତି। ଅବିଗେଲ ଓ ସନମ ଜଣେ କମନ ଫ୍ରେଣ୍ଡ ଦ୍ବାରା ପରସ୍ପରଙ୍କ ସହ ଦେଖା ହୋଇଥିଲେ।

ଧିରେ ଧିରେ ଉଭୟ ଅଧିକ ମିଳାମିଶା କରିଲେ ଓ ପରେ ଏହା ପ୍ରେମରେ ବଦଳିଥିଲା। ଏହି ଯୋଡି ନଚ ବଲିଏରେ ମଧ୍ୟ ଭାଗ ନେଇଥିଲେ। ଖୁବ୍‌ ଶୀଘ୍ର ଉଭୟ ବିବାହ କରିବାକୁ ଯାଉଛନ୍ତି।

   Related Posts