Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ବର : STF ମୋଷ୍ଟ ୱାଣ୍ଟେଡ ଲିଷ୍ଟରେ ଅନୀଲ ପାଣ୍ଡି, ସୂଚନା ଦେଲେ ମିଳିବ ପୁରସ୍କାର
  • ||
  • ଭୁବନେଶ୍ବର : ୩ ନିର୍ବାହୀ ଅଧିକାରୀଙ୍କୁ ବାଧ୍ୟତାମୂଳକ ଅବସର ଓ ଜଣେ ଆରଆଇ ଚାକିରୀରୁ ବହିଷ୍କୃତ
  • ||
  • ନୂଆଦିଲ୍ଲୀ : ବାତ୍ୟା ଅପଡେଟ୍ : ୩ରୁ ଓଡିଶାରେ ବର୍ଷା, ୪ରେ ପବନର ବେଗ ଛୁଇଁବ ୯୦ କି.ମି.
  • ||
  • ନୂଆଦିଲ୍ଲୀ : ଶୁକ୍ରବାରଠୁ ରାଜଧାନୀରେ ସମସ୍ତ ସ୍କୁଲ ବନ୍ଦ, ଘୋଷଣା କଲେ କେଜ୍ରିଓ୍ୱାଲ୍‌ ସରକାର
  • ||
  • ବାଇକକୁ ପିଟିଲା ଜୁସ୍ ବୋଝେଇ ଟ୍ରକ୍, ୨ ଆରୋହୀ ମୃତ
  • ||
  • କଣ୍ଟାବାଞ୍ଜି : ମମିତା ମେହେର ହତ୍ୟାକାଣ୍ଡ ମାମଲା : ADG କୋର୍ଟରେ ଜାମିନ ଆବେଦନ କଲା ଗୋବିନ୍ଦ ସାହୁ
  • ||
  • ସାନଖେମୁଣ୍ଡି : ୩୦ ଏକର ଗଞ୍ଜେଇ ଚାଷ ନଷ୍ଟ କଲା ପ୍ରଶାସନ
  • ||
  • ଘାରିଛି ଓମିକ୍ରନ ବିପଦ : ବିଳମ୍ବିତ ହେବ ଟିମ୍ ଇଣ୍ଡିଆର ଦକ୍ଷିଣ ଆଫ୍ରିକା ଗସ୍ତ ! ସମୟ ମାଗିଲା ବିସିସିଆଇ
  • ||
  • ରାଇରଙ୍ଗପୁର : ଗୁଣିଗାରେଡି ସନ୍ଦେହକୁ ନେଇ ହତ୍ୟାକାଣ୍ଡ : ୩ ସୁପାରୀ କିଲର ଗିରଫ
  • ||
  • ନୂଆଦିଲ୍ଲୀ : ଦୁଇ ସରକାରୀ ବ୍ୟାଙ୍କର ଘରୋଇକରଣ ପ୍ରସ୍ତାବକୁ ବିରୋଧ, ଆସନ୍ତା ୧୬ରୁ ଦୁଇ ଦିନିଆ ହରତାଳ ଚେତାବନୀ ଦେଲା ୟୁଏଫବିୟୁ
  • ||

ଏକ ହ଼ଜରୋ ମେଁ ମେରୀ ବେହେନା ହେ ଫେମ୍ ତରଲା ଯୋଶୀ ଆଉ ନାହାନ୍ତି: ଇଣ୍ଟରନେଟ୍‌ରେ ବ଼ଡି ବିଜିଙ୍କୁ କୋଷ୍ଟାରଙ୍କ ଭାବପ୍ରବଣ ଶ୍ରଦ୍ଧାଞ୍ଜଳୀ

7/06/2021 at 12:17 PM

ନୂଆଦିଲ୍ଲୀ ୦୭/୦୫: ‘ଏକ୍ ହଜାରୋ ମେଁ ମେରୀ ବେହନା ହେ’ ଏବଂ ‘ସାରଭାଇ ଭର୍ସେସ୍ ସାରଭାଇ’ ଭଳି ସିରିଏଲରେ କାମ କରିଥିବା ଟିଭି ଅଭିନେତ୍ରୀ ତରଲା ଯୋଶୀଙ୍କର ଦେହାନ୍ତ ହୋଇଛି। ସୂଚନା ଅନୁଯାୟୀ, ସେ ଗତ ଶନିବାର ଦିନ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। ତାଙ୍କ ମୃତ୍ୟୁର କାରଣ ଜଣା ପଡିନାହିଁ।

ତରଲା ଯୋଶୀଙ୍କ ସହ କାମ କରିଥିବା ପ୍ରସିଦ୍ଧ ଟିଭି ଅଭିନେତ୍ରୀ ନିୟା ଶର୍ମା ନିଜ ଇନଷ୍ଟାଗ୍ରାମରେ ପୋଷ୍ଟ କରି ଦୁଃଖ ପ୍ରକାଶ କରିଛନ୍ତି। ନିୟା ତରଲାଙ୍କ ଅନେକ ଫଟୋ ସେୟାର କରି ଲେଖିଛନ୍ତି- ‘RIP ବଡି ବିଜି ତୁମେ ମନେ ପଡିବ ।’ ଅନ୍ୟ ଏକ ଫଟୋରେ ନିୟା ଲେଖିଛନ୍ତି ଯେ ‘ତରଲା ଜୀ ତୁମେ ସବୁବେଳେ ବଡି ବିଜି ହୋଇ ରହିବ।’

‘ଏକ ହଜାର ମେଁ ମେରୀ ବେହନା ହେ’ ରେ ନିୟା ଶର୍ମା ମାନଭି ଭୂମିକାରେ ଅଭିନୟ କରିଥିବାବେଳେ ତରଲା ଯୋଶୀ ବଡ ବିଜି ହୋଇଥିଲେ । ତରଲା ‘ବନ୍ଦିନୀ’ରେ ମଧ୍ୟ କାମ କରିଥିଲେ। ହିଟ୍ ସିରିୟଲ୍ ‘ସାରଭାଇ ଭର୍ସେସ୍ ସାରଭାଇ’ରେ ଇନ୍ଦ୍ରବଦନଙ୍କ ମା’ ବା ଭୂମିକାରେ ତରଲା ଯୋଶୀ ଅଭିନୟ କରିଥିଲେ। ସିରିଏଲ ପରେ ସେ ବା ନାମରେ ପ୍ରସିଦ୍ଧ ହୋଇଥିଲେ ।

   Related Posts