ଟିଭି ଅଭିନେତା ରାଜୀବ ପାଲ୍ କରୋନା ସଂକ୍ରମିତ, ହସ୍ପିଟାଲରେ ଭର୍ତ୍ତି

Published By : Prameya-News7 Bureau | May 13, 2021 IST

ମୁମ୍ବାଇ ୧୩।୫: କରୋନା ଭାଇରସ୍ ର ଦ୍ବିତୀୟ ଲହର ଦେଶର ଅଧା ଜନସଂଖ୍ୟାକୁ କବଳିତ କରିଛି । ଅନେକ ବଲିଉଡ୍ ଷ୍ଟାର ମଧ୍ୟ କରୋନାରେ ସଂକ୍ରମିତ ହୋଇସାରିଛନ୍ତି । ଏବେ ସସୁରାଲ ସିମର କା ୨ ଫେମ୍ ଟେଲିଭିଜନ ଅଭିନେତା ରାଜୀବ ପାଲ୍ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ସଂକ୍ରମିତ ହେବା ପରେ ତାଙ୍କୁ ତୁରନ୍ତ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଅଭିନେତା ନିଜେ ବୁଧବାର ଦିନ ହସ୍ପିଟାଲରେ ଭର୍ତ୍ତି ହୋଇଥିବା ନେଇ ସୋସିଆଲ ମିଡିଆରେ ସୂଚନା ଦେଇଛନ୍ତି ।

ରାଜୀବ ଇନଷ୍ଟାଗ୍ରାମରେ ହସ୍ପିଟାଲରେ ଭର୍ତ୍ତି ହୋଇଥିବାର ସୂଚନା ଦେଇ ଲେଖିଛନ୍ତି ଯେ, ପରିସ୍ଥିତି ଅଣାୟତ ହେବା ପୂର୍ବରୁ ଭଲ ହାତରେ ଟେକିଦେବା ଉଚିତ । ଥଣ୍ଡା ଜ୍ବର ଛାଡୁନଥିବାରୁ ହସ୍ପିଟାଲରେ ଭର୍ତ୍ତି ହୋଇଯାଇଛି । ଏଠାରେ ଦକ୍ଷ ଡାକ୍ତର ଏବଂ ହସ୍ପିଟାଲ କର୍ତ୍ତୃପକ୍ଷ ରେମଡେସିଭିର ସହ ଅନ୍ୟ ଔଷଧ ଦେଇ ଚିକିତ୍ସା ଆରମ୍ଭ କରିଛନ୍ତି ।

ଏହାସହ ରାଜୀବ ତାଙ୍କ ବନ୍ଧୁମାନଙ୍କୁ ମଧ୍ୟ ଧନ୍ୟବାଦ ଦେଇଛନ୍ତି । ସେ ରାକେଶ ପାଲ୍, ରାକ୍ଷୀ କୁକି ଏବଂ ଅଭିନେତା ସତୀଶ କୌସିକଙ୍କୁ ଧନ୍ୟବାଦ ଦେଇଥିଲେ । କାରଣ ସେମାନେ ତାଙ୍କୁ ହସ୍ପିଟାଲ ଯିବାକୁ ବୁଝାଇଥିଲେ । ଠିକ୍ ସମୟରେ ଠିକ୍ ନିଷ୍ପତ୍ତି ଏଥିପାଇଁ ସମ୍ଭବ କାରଣ ଆପଣଙ୍କ ଜୀବନରେ ଭଲ ଲୋକ ଥାଆନ୍ତି । ମୋ ପାଇଁ ପ୍ରାର୍ଥନା କରୁଥିବାରୁ ଆପଣ ସମସଙ୍କୁ ଧନ୍ୟବାଦ । ଯେଉଁମାନଙ୍କ ସ୍ବାସ୍ଥ୍ୟାବସ୍ଥା ଠିକ୍ ନାହିଁ ସେମାନଙ୍କ ପାଇଁ ପ୍ରାର୍ଥନା କରନ୍ତୁ । ଆମେ ସେତେବେଳେ ସୁରକ୍ଷିତ ରହିବା ଯେତେବେଳେ ଆମ ଭିତରେ ସମସ୍ତେ ସୁରକ୍ଷିତ ରହିବେ ।

wp:html
/wp:html

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.