Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଆଉ ୧୩ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ରାଜ୍ୟରେ ୧୬୧୭ କରୋନା ସଂକ୍ରମିତ ଚିହ୍ନଟ
  • ||
  • ରାଉରକେଲା : ଡ୍ରାଇଭରଙ୍କ ନାଁରେ ୨୮ କୋଟି ଟଙ୍କାର GST ଠକେଇ ଅଭିଯୋଗ
  • ||
  • ଗଞ୍ଜାମ : ବୋମା ଭିଡୁଥିବା ବେଳେ ବିସ୍ଫୋରଣ, ଜଣେ ମୃତ, ଦୁଇ ଗୁରୁତର
  • ||
  • ବୋମା ଭିଡୁଥିବା ବେଳେ ବିସ୍ଫୋରଣ : ଜଣେ ମୃତ, ଦୁଇ ଗୁରୁତର
  • ||
  • ଦେଶର ପ୍ରତ୍ୟେକ ନାଗରିକଙ୍କୁ ମିଳିବ କରୋନା ଟିକା : ପ୍ରଧାନମନ୍ତ୍ରୀ
  • ||
  • ଡକାୟତି ଯୋଜନା ପଣ୍ଡ, ୪ ଡକାୟତଙ୍କୁ ବାନ୍ଧିଲା ପୋଲିସ
  • ||
  • ଅବସରପ୍ରାପ୍ତ ଡିଜିପି ମିଲନ ମହାନ୍ତିଙ୍କ ପରଲୋକ
  • ||
  • ରାଜ୍ୟରେ ବଢୁଛି ଶୀତର ପ୍ରକୋପ, କନ୍ଧମାଳରେ ୧୫ଡିଗ୍ରୀ ତଳକୁ ଖସିଲା ପାରଦ
  • ||
  • ଅନୁଗୋଳରେ ବିଷାକ୍ତ ମଦ ପିଇ ୪ ଜଣଙ୍କ ମୃତ୍ୟୁ ଘଟଣାରେ ୪ ଅଭିଯୁକ୍ତଙ୍କୁ ଗିରଫ କଲା ପୋଲିସ
  • ||

ଅଭିନେତ୍ରୀ ରାଜେଶ୍ବରୀ ସଚଦେବ କରୋନାରେ ସଂକ୍ରମିତ : ହେଲେ ହୋମ୍ କ୍ବାରେଣ୍ଟାଇନ୍

17/09/2020 at 2:49 PM

ନୂଆଦିଲ୍ଲୀ ୧୭/୯: ଟିଭି ଅଭିନେତ୍ରୀ ରାଜେଶ୍ବରୀ ସଚଦେବ କରୋନାରେ ସଂକ୍ରମିତ ହୋଇଛନ୍ତି। ବୁଧବାର ରାଜେଶ୍ବରୀଙ୍କ କରୋନା ରିପୋର୍ଟ ଆସିଥିଲା। ରାଜେଶ୍ବରୀ ଏବେ ଶାଦି ମୁବାରକ ଶୋରେ କାମ କରୁଥିଲେ। ତାଙ୍କ ସହ ଅଭିନେତା ସୁରକ୍ଷିତ ଅଛନ୍ତି। ବର୍ତ୍ତମାନ ସମସ୍ତଙ୍କୁ ହୋମ୍ କ୍ବାରେଣ୍ଟାଇନ୍ କରି ଦିଆଯାଇଛି।

ରାଜେଶ୍ବରୀ ଇନଷ୍ଟାରେ ଏକ ପୋଷ୍ଟ ଜରିଆରେ କରୋନା ସଂକ୍ରମିତ ହେବାର ସୂଚନା ଦେଇଛନ୍ତି। ସେ ଲେଖିଛନ୍ତି-ହୋଇଗଲା ଆମକୁ ବି। ତାଙ୍କୁ କରୋନା ହୋଇଛି। ଯେତେବେଳେ ତାଙ୍କଠାରେ ହାଲୁକା ଲକ୍ଷଣ ଦେଖାଯାଇଥିଲା ସେତେବେଳେ ସେ ନିଜକୁ ଆଇସୋଲେଟ୍ କରି ଘରେ ହୋମ୍ କ୍ବାରେଣ୍ଟାଇନ୍ କରି ନେଇଥିଲେ। ଏହା ପରେ ସେ ନିଜ ଟେଷ୍ଟ କରାଇଥିଲେ। ସେ ଏବେ ଡାକ୍ତରଙ୍କ ସୁପରଭିଜନରେ ଅଛନ୍ତି। ସମସ୍ତେ ନିୟନ୍ତ୍ରଣରେ ଅଛନ୍ତି। ଯେଉଁମାନେ କିଛି ଦିନ ମଧ୍ୟରେ ତାଙ୍କ ସଂସ୍ପର୍ଶରେ ଆସିଛନ୍ତି ସେ ସେମାନଙ୍କୁ ଅପିଲ୍ କରୁଛନ୍ତି ଯେ ସେମାନେ ନିଜ ଟେଷ୍ଟ କରାଇ ସୁରକ୍ଷିତ ରୁହନ୍ତୁ।

ସେ ଆଗକୁ ଲେଖିଛନ୍ତି ଯେ-ଏବେ ପାଇଁ ସମସ୍ତେ ପ୍ରାର୍ଥନା କରନ୍ତୁ ଯେ ସେ ଖୁବ୍ ଶୀଘ୍ର ଠିକ୍ ହୋଇଯାଆନ୍ତୁ। ସେ ମଧ୍ୟ ପ୍ରାର୍ଥନା କରୁଛନ୍ତି ଯେ ସମସ୍ତେ ସେଫ ରୁହନ୍ତୁ ଏବଂ କୋଭିଡ ମୁକ୍ତ ରୁହନ୍ତୁ। ରାଜେଶ୍ବରୀଙ୍କ ଏହି ପୋଷ୍ଟରେ ରିପ୍ଲାଇ ଦେଇ ପ୍ରଶଂସକ ଏବଂ ସେଲିବ୍ରିଟି ତାଙ୍କ ଖୁବ୍ ଶୀଘ୍ର ଆରୋଗ୍ୟ ହେବା ପାଇଁ ପ୍ରାର୍ଥନା କରୁଛନ୍ତି। ରାଜେଶ୍ବରୀ ଟିଭି ଅଭିନେତା ବରୁଣ ବଡୋଲାଙ୍କ ପତ୍ନୀ। ଏବେ ଯାଏଁ ବରୁଣ ଏବଂ ତାଙ୍କ ପୁଅଙ୍କ ଟେଷ୍ଟ ହୋଇନାହିଁ। ବରୁଣ ଟିଭି ଶୋ ମେରେ ଡ୍ୟାଡ କି ଦୁଲହନରେ କାମ କରୁଛନ୍ତି। ଏବେ ରାଜେଶ୍ବରୀ ସୁଟିଂରେ ଯାଉ ନାହାନ୍ତି।

   Related Posts