ବନ୍ଧାହେଲେ ରସିକିଆ ଟ୍ୟୁସନ ମାଷ୍ଟର, ନାବାଳିକା ଛାତ୍ରୀଙ୍କୁ ପ୍ରେମ ଜାଲରେ ଫସାଇ ଅପହରଣ ଓ ପରେ ଦୁଷ୍କର୍ମ ଅଭିଯୋଗ

Published By : Prameya-News7 Bureau | June 29, 2021 IST

ପାଟଣା ୨୯।୬: କେନ୍ଦୁଝର ଜିଲ୍ଲା ପାଟଣା ଥାନା ଅଞ୍ଚଳରେ ଜଣେ ନାବାଳିକାଙ୍କୁ ପ୍ରେମ ଜାଲରେ ଫସାଇ ଅପହରଣ । ପରେ ଦୁଷ୍କର୍ମ କରିଥିବା ଅଭିଯୋଗ । ଅଭିଯୋଗରେ ପାଟଣା ପୋଲିସ ଅଭିଯୁକ୍ତ ଟ୍ୟୁସନ ମାଷ୍ଟର ଗତିକୃଷ୍ଣ ସେଠୀକୁ ଗିରଫ କରି କୋର୍ଟ ଚାଲାଣ କରିଛି ।

ନାବାଳିକାଙ୍କ ପରିବାରର ଅଭିଯୋଗ ଅନୁସାରେ, ଅଭିଯୁକ୍ତ ଟ୍ୟୁସନ ମାଷ୍ଟର ଗତିକୃଷ୍ଣ ନାବାଳିକାଙ୍କୁ ଟ୍ୟୁସନରେ ପାଠ ପଢ଼ାଇବା ସମୟରେ ପ୍ରେମ ଜାଲରେ ଫସାଇଥିଲେ । ଗତ ମେ’ ମାସ ୧୮ ତାରିଖରେ ଅପହରଣ କରି ବାରିପଦାକୁ ନେଇ ଯାଇଥିଲା । ପରେ ଅଭିଯୁକ୍ତର ସମ୍ପର୍କୀୟ ମାଉସୀ ଘର ମାଟିଆଗଡ଼ ଗ୍ରାମରେ ନାବାଳିକାଙ୍କୁ ରଖି ଦୁଷ୍କର୍ମ କରିଥିଲା। ଏନେଇ ନାବାଳିକାଙ୍କ ପରିବାର ଲୋକେ ପାଟଣା ଥାନାରେ ଅଭିଯୋଗ କରିବା ପରେ ଅଭିଯୁକ୍ତର ପରିବାର ଲୋକେ ନାବାଳିକାଙ୍କୁ ସେଠାରୁ ଆଣି ଥାନାରେ ହାଜର କରାଇଥିଲେ ।

ପୋଲିସ ପକ୍ଷରୁ ନାବାଳିକାଙ୍କ ଡାକ୍ତର ମାଇନା କରାଯାଇଥିଲା । ଘଟଣାରେ ତଦନ୍ତ କରଯାଇ ଫେରାର ଥିବା ଅଭିଯୁକ୍ତ ଟ୍ୟୁସନ ମାଷ୍ଟର ଗତିକୃଷ୍ଣ ସେଠୀକୁ ମଙ୍ଗଳବାର ମାଉସୀ ଘର ମୟୁରଭଞ୍ଜ ଜିଲ୍ଲା  ଯଶୀପୁର ଥାନା ମାଟିଆଗଡ଼ ଗ୍ରାମରୁ ଗିରଫ କରି କୋର୍ଟ ଚାଲାଣ କରାଯାଇଥିବା ପୋଲିସ କହିଛି।

ଅଭିଯୋଗରେ ପାଟଣା ପୋଲିସ କେସ୍ ନମ୍ବର ୬୮/ ୨୧ ଆଇ, ପି ସି ୩୬୩,୩୭୬( ୪ ) ପୋସ୍କୋ ଆକ୍ଟ ରେ ଉଦୟପୁର ଗ୍ରାମର ଅଭିଯୁକ୍ତ  ଟ୍ୟୁସନ ମାଷ୍ଟର ଗତିକୃଷ୍ଣ ସେଠୀ କୁ ଗିରଫ କରି କୋର୍ଟ ଚାଲାଣ କରିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.