Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କେନ୍ଦୁଝର : ଶିଶୁ କନ୍ୟାର ଉଲଗ୍ନ ମୃତଦେହ ଉଦ୍ଧାର, ବୁଧବାରଠୁ ଝୁମର ନାଚ ଦେଖିବାକୁ ଯାଇ ନିଖୋଜ ଥିଲେ
  • ||
  • ପାକିସ୍ତାନ ବିପକ୍ଷରେ ଭାରତ ଫେଭରେଟ୍, ବିଜୟ ସମ୍ଭାବନା ଅଧିକ : ଅନୁମାନ ଲଗାଇଲେ ମହମ୍ମଦ ଅମିର
  • ||
  • କଣ୍ଟାବାଞ୍ଜି : ଝରଣୀ ଗାଁରେ ମମିତା ମେହେରଙ୍କ ପରିବାରକୁ ଭେଟିଲେ ରାଜ୍ୟ ମହିଳା ଆୟୋଗ ଅଧ୍ୟକ୍ଷାଙ୍କ ସହ ୪ଜଣିଆ ଟିମ୍
  • ||
  • ପନିପରିବା ଖାଇଦେଉଛନ୍ତି ବାର୍‌ହା, ଚିନ୍ତାରେ ଚାଷୀ
  • ||
  • କଳାହାଣ୍ଡି : ମମିତା ମର୍ଡର ମିଷ୍ଟ୍ରି : କ୍ରାଇମ୍ ସିନ୍ ରିକ୍ରିଏସନ୍ ପରେ ପୋଲିସ ହାତରେ ଲାଗିଛି ଅନେକ ତଥ୍ୟ, ରାଧେ ଘରୁ ମିଳିଥିବା ସାମଗ୍ରୀର ଚାଲିଛି ଖୋଳତାଡ
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୪ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୪୪୧ କୋଭିଡ୍ ପଜିଟିଭ୍
  • ||
  • ଆଠଗଡ : ନରସିଂହପୁର ଥାନାରେ ଭଙ୍ଗାରୁଜା ଘଟଣା : ବିଜେପି ନେତାଙ୍କ ସମେତ ୩ ଗିରଫ
  • ||
  • ସିରିଆ ଡ୍ରୋନ୍ ଆଟାକ୍‌: ଅଲକାଏଦାର ବରିଷ୍ଠ ନେତା ଅବଦୁଲ ହମିଦ ଅଲ-ମାତାର ମୃତ
  • ||
  • ନିଶ୍ଚିନ୍ତକୋଇଲିରେ ହାତୀ ଆତଙ୍କ, ନଷ୍ଟ କରୁଛନ୍ତି ଫସଲ
  • ||

ଛାତ୍ରୀଙ୍କୁ ଅପହରଣ କରିନେଇଥିଲେ ଟ୍ୟୁସନ ସାର୍, ସ୍ତ୍ରୀର ପରିଚୟ ଦେଇ ରଖିଥିଲେ : ନାବାଳିକାଙ୍କୁ ଉଦ୍ଧାର କରି ଶିକ୍ଷକଙ୍କୁ ବାନ୍ଧିଲା ପୋଲିସ

11/10/2021 at 11:48 AM

ବାଲିଗୁଡା ୧୧।୧୦: ଗୁରୁଙ୍କ ନାଁରେ କଳଙ୍କ । ଟ୍ୟୁସନ ଛାତ୍ରୀଙ୍କୁ ଅପହରଣ କରି ଜେଲ୍ ଗଲେ ଶିକ୍ଷକ । ଏହିଭଳି ଅଭାବନୀୟ ଘଟଣା ଘଟିଛି ଦାରିଙ୍ଗବାଡିରେ । ଅପହୃତ ନାବାଳିକାଙ୍କୁ ଉଦ୍ଧାର କରି ଦାରିଙ୍ଗବାଡି ପୋଲିସ କୋର୍ଟ ଚାଲାଣ କରିଛି ।

ସୂଚନାଯୋଗ୍ୟ ଯେ, ଗତ ୧୮ ତାରିଖ ଦିନ ଦାରିଙ୍ଗବାଡି ଥାନା ଗ୍ରୀନବାଡ଼ି ଗାଁର ସରିଫ ଡିଗାଲ ନାମକ ଜଣେ ଟ୍ୟୁସନ ଶିକ୍ଷକ ଜଣେ ନାବାଳିକାକୁ ବିଭିନ୍ନ ପ୍ରଲୋଭନ ଦେଖାଇ ପ୍ରେମଜାଲରେ ଫସାଇ ଅପହରଣ କରିନେଇଥିବା ନେଇ ଦାରିଙ୍ଗବାଡି ଥାନାରେ ଅଭିଯୋଗ ହୋଇଥିଲା ଏନେଇ ଦାରିଙ୍ଗବାଡି ଥାନାରେ ପରିବାର ଲୋକେ ଲିଖିତ ଅଭିଯୋଗ କରିଥିଲେ ଦାରିଙ୍ଗବାଡି ଥାନା ପୋଲିସ ମାମଲା ରୁଜୁ କରି ତଦନ୍ତ ଚଳାଇଥିଲା  ଏବଂ ବିଭିନ୍ନ ଅଞ୍ଚଳରେ ଖୋଜାଖୋଜି ପରେ କୋରାପୁଟ ଦାମନଯୋଡି ଅଞ୍ଚଳରୁ ପୋଲିସ ନାବାଳିକାଙ୍କୁ ଉଦ୍ଧାର କରିବା ସହିତ ଅଭିଯୁକ୍ତ ରସିକିଆ ଟ୍ୟୁସନ ଶିକ୍ଷକଙ୍କୁ ଗିରଫ କରିଥିଲା । ଦାମନଯୋଡିରେ ଉଭୟେ ସ୍ବାମୀ-ସ୍ତ୍ରୀର ପରିଚୟ ଦେଇ ରହୁଥିଲେ । ଥାନା ଅଧିକାରୀ କୌଶିକ ମାଝୀଙ୍କ ନେତୃତ୍ବରେ ଏସଆଇ ସୌମ୍ୟରଞ୍ଜନ ପଣ୍ଡା ଏହାର ନେତୃତ୍ବ ନେଇଥିଲେ ।

   Related Posts