ଛାତ୍ରଙ୍କ ସହ ବଳପୂର୍ବକ ଯୌନ ସମ୍ପର୍କ ରଖୁଥିଲେ ଟ୍ୟୁସନ୍ ସାର୍, ଘରୁ ଉଠାଇନେଲା ପୋଲିସ

Published By : Prameya-News7 Bureau | May 29, 2021 IST

ଚନ୍ଦ୍ରଶେଖରପୁର,୨୯/୦୫: ଛାତ୍ରଙ୍କ ସହ ଅପ୍ରାକୃତିକ ଶାରୀରକ ସମ୍ପର୍କ । ନୀଳାଦ୍ରିବିହାର ପଣ୍ଡା ପାର୍କ ବସ୍ତିରେ ଘଟିଛି ଏଭଳି ଏକ ଅଭାବନୀୟ ଘଟଣା । ଜଣେ ଷଷ୍ଠ ଶ୍ରେଣୀ ଛାତ୍ରଙ୍କ ସହ ଅପ୍ରାକୃତିକ ଯୌନ ସମ୍ପର୍କ ରଖିବା ଅଭିଯୋଗରେ ଟ୍ୟୁସନ ଶିକ୍ଷକଙ୍କୁ ଅଟକ ରଖିଛି ଚନ୍ଦ୍ରଶେଖରପୁର ଥାନା ପୁଲିସ । ସେ ହେଲେ ଜିନେସ ଲିମା (୨୪) । ପୁଲିସ ପେକ୍ସୋ ଆକ୍ଟରେ ଏକ ମାମଲା ରୁଜୁ କରିଛି ।

ପୁଲିସ ସୂଚନା ଅନୁଯାୟୀ ୧୨ ବର୍ଷୀୟ ଏହି ନାବାଳକ ଛାତ୍ର ଜଣଙ୍କ ସବୁଦିନ ପରି ଗତକାଲି ରାତିରେ ପଣ୍ଡା ପାର୍କ ବସ୍ତିରେ ରହୁଥିବା ଜିନେସଙ୍କ ପାଖକୁ ଟ୍ୟୁସନ ଯାଇଥିଲେ । କେହି ନଥିବାର ସୁଯୋଗ ନେଇ ଜିନେସ ଛାତ୍ରଙ୍କ ସହ ବଳପୂର୍ବକ ଅପ୍ରାକୃତିକ ଯୌନ ସମ୍ପର୍କ ରଖିଥିଲେ । ତେବେ କୌଶଳ କ୍ରମେ ଛାତ୍ର ଜଣଙ୍କ ସେଠାରୁ ଖସି ଆସି କାନ୍ଦି କାନ୍ଦି ପରିବାର ଲୋକଙ୍କୁ ଘଟଣା ସଂପର୍କରେ ଜଣାଇଥିଲେ । ପରିବାର ଲୋକ ଜିନେସଙ୍କୁ ଏ ବିଷୟରେ ଯାଇ ପଚାରିବାରୁ ସେ ଗାଳିଗୁଲଜ କରିଥିଲେ ।

ଏନେଇ ଛାତ୍ରଙ୍କ ମା ଚନ୍ଦ୍ରଶେଖରପୁର ଥାନାରେ ଲିଖିତ ଅଭିଯୋଗ କରିଥିଲେ । ପୁଲିସ ଶୁକ୍ରବାର ସକାଳୁ ଅଭିଯୁକ୍ତ ଶିକ୍ଷକଙ୍କୁ ବସ୍ତିରୁ ଉଠାଇ ନେଇ ଯାଇଥିଲା । ପୋଲିସ ଛାତ୍ରଙ୍କ ବୟାନ ରେକର୍ଡ କରିବା ସହ ଡାକ୍ତରୀ ମାଇନା କରିଛି । ଶନିବାର ତାଙ୍କୁ କୋର୍ଟଚାଲଣ କରାଯିବ ବୋଲି ପୋଲିସ କହିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.