ଆଲପ୍ପୁଝା - କେରଳର ୱାୟନାଡରେ ରାହୁଲ ଗାନ୍ଧୀଙ୍କ ବିରୋଧରେ ଏନ୍ଡିଏର ପ୍ରାର୍ଥୀ ହୋଇଥିବା ଭାରତ ଧର୍ମ ଜନ ସେନାର ମୁଖ୍ୟ ତୁଷାର ଭେଲ୍ଲାପାଲିଙ୍କୁ ୟୁଏଇରେ ଗିରଫ କରାଯାଇଛି ।
ଏକ ଚେକ୍ ବାଉନ୍ସ ମାମଲାରେ ତାଙ୍କୁ ଗିରଫକରାଯାଇଛି । ତାଙ୍କର ପିତା ତଥା ନାରାୟଣ ଧର୍ମ ପରିପାଳନ ସଂସ୍ଥାର ସାଧାରଣ ସମ୍ପାଦକ ଭେଲ୍ଲାପାଲି ନଟସେନ ଖୁବ ଶୀଘ୍ର ତାଙ୍କ ପୁଅଙ୍କୁ ଜାମିନ ମିଳିଯିବ ବୋଲି କହିଛନ୍ତି । ଏଥିପାଇଁ ୟୁଏଇରେ ଆଇନ ସହାୟତା ନିଆଯାଇଛି । ସେଠାରେ ଥିବା ତାଙ୍କର ଶୁଭେଚ୍ଛୁ ଏଥିପାଇଁ ଚେଷ୍ଟା କରୁଥିବା ସେ ପ୍ରାକଶ କରିଛନ୍ତି । ୟୁଏଇରେ ତୁଷାରଙ୍କର ରିୟଲ ଇଷ୍ଟେଟ ବ୍ୟବସାୟ ରହିଛି । ୨୦୦୯ର ଏକ ଚେକ୍ ବାଉନ୍ସ ମାମାଲାରେ ତାଙ୍କୁ ଗିରଫ କରାଯାଇଥିବା ସୂଚନା ମିଳିଛି ।
ତୁଷାରଙ୍କ ବାପା ନଟସେନ ଟିଓଆଇକୁ ଏହି ସୂଚନା ଦେଇଛନ୍ତି । ୟୁଏଇର ଅଜମାନରେ ତୁଷାରଙ୍କର ରିଅଲ୍ ଇଷ୍ଟେଟ ବ୍ୟବସାୟ ରହିଛି । ଚଳିତ ସାଧାରଣ ନିର୍ବାଚନରେ ତୁଷାର ଭେଲ୍ଲାପଲି ରାହୁଲ ଗାନ୍ଧୀଙ୍କ ବିରୋଧରେ ଓ୍ୱାୟନାଡରେ ପ୍ରାର୍ଥୀ ଥିଲେ ।