ବିଲରୁ ଉଦ୍ଧାର ହେଲା ବିରଳ ପ୍ରଜାତିର କଇଁଛ
19/07/2020 at 8:26 AM

ସୋର ୧୯।୦୭: ବିରଳ ପ୍ରଜାତି କଇଁଛ ଉଦ୍ଧାର । ବାଲେଶ୍ବର ଜିଲ୍ଲା ସୋର ବ୍ଲକ ସାଜନପୁର ପଞ୍ଚାୟତ ସୁଜନପୁର ଗ୍ରାମରୁ ବିରଳ କଇଁଛ ଉଦ୍ଧାର ହୋଇଥିବା ଜଣାପଡିଛି ।
ସୂଚନାଯୋଗ୍ୟ ଯେ, ସୁଜନପୁର ଗ୍ରାମର ବାସୁଦେବ ମହାପାତ୍ର ନିଜ ବିଲରେ କାମ କରୁଥିବା ବେଳେ ଏହି କଇଁଛଟିକୁ ଉଦ୍ଧାର କରିଥିଲେ । ବିଲରେ ହଳ କରୁଥିବା ବେଳେ କଇଁଛଟିକୁ ହିଡ଼ ପାଖରେ ଦେଖିଥିଲେ । ସଙ୍ଗେ ସଙ୍ଗେ ତାକୁ ଉଦ୍ଧାର କରି ଘରେ ରଖିଥିବା ଜଣାପଡିଛି । ଉକ୍ତ କଇଁଛ ଟିକୁ ଦେଖିବାକୁ ଗ୍ରାମବାସୀ ମାନେ ଭିଡ ଜମାଇଛନ୍ତି । କଇଁଛଟିକୁ ବାସୁଦେବ ଆଜି ବନ ବିଭାଗକୁ ହସ୍ତାନ୍ତର କରିବେ ବୋଲି ଜଣାପଡିଛି।
Related Posts
ଅଭିଯୋଗକାରିଣୀଙ୍କୁ ଲାଞ୍ଚ ମାଗି ନିଲମ୍ବିତ ହେଲେ ଏଏସଆଇ
5 March 2021