କଇଁଚ ସୂରକ୍ଷା ପାଇଁ ଆରମ୍ଭହେଲା କଟକଣା ;ସମୁଦ୍ର କୂଳରୁ ୨୦ କି.ମି.ଭିତରେ ମାରିହେବନି ମାଛ, ଶହ ଶହ ମତ୍ସ୍ୟଜୀବି ଜୀବିକା ହରେଇବା ଆଶଙ୍କା

Published By : Prameya-News7 Bureau | November 01, 2018 IST

ପାରାଦୀପ;୧/୧୧- କଇଁଚ ସୂରକ୍ଷା ପାଇଁ ଆରମ୍ଭହେଲା କଟକଣା । ପାରାଦ୍ଵୀପରେ  ଫିସିଙ୍ଗ ଉପରେ ଲାଗିଲା ରୋକ୍ । ଯାହାକୁ ନେଇ ଚିନ୍ତାରେ ଏବେ ମତ୍ସ୍ୟଜୀବି  ଓ ବ୍ୟବସାୟୀ । ପାରାଦୀପ କଳକାରଖାନା ଓ ବନ୍ଦରପାଇଁ ଯେତିକେ ପ୍ରସିଦ୍ଧ ସେତିକି ମଧ୍ୟ ମାଛ ଓ ଶୁଖୁଆ ପାଇଁ ପ୍ରସିଦ୍ଧ । ଦେଶ ବିଦେଶକୁ ମାଛ ଶୁଖୁଆ ରପ୍ତାନୀ କରି ପାରାଦୀପ ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିପାରିଛି । ହେଲେ ଏବେ ଏହି ମାଛ ଧରା ଉପରେ ଧୀରେ ଧୀରେ ସରକାରଙ୍କ ଅଙ୍କୁଶ ଏଠାକାର ମତ୍ସ୍ୟଜିବୀ ଓ ମତ୍ସ୍ୟବ୍ୟବସାୟୀଙ୍କର ଚିନ୍ତା ବଢାଇ ଦେଇଛି । ନଭେମ୍ବର ୧ ତାରିଖ ଠାରୁ ମଇ ୩୧ ତାରିଖ ପର୍ଯ୍ୟନ୍ତ କଇଁଚ ସୁରକ୍ଷା ପାଇଁ  ଫିସିଙ୍ଗ ଉପରେ ଲାଗିଛି କଟକଣା । ତେବେ ସମୁଦ୍ର ମୁହାଁଣମୁହଁ ପୋତି ହୋଇଯିବାରୁ ମତ୍ସ୍ୟଜିବୀ ମାନଙ୍କୁ ଜଟିଳ ସମସ୍ୟାରେ ଛନ୍ଦି ଦେଇଛି । ଏହି ସମୟରେ ଗଭିର ଜଳରାଶିରୁ କୂଳକୁ  କଇଁଚ ମାନେ ଆସି ଅଣ୍ଡା ଦେଇଥାନ୍ତି । କଇଁଚ ମାନଙ୍କ ସୁରକ୍ଷାପାଇଁ ସମୁଦ୍ର କୂଳରୁ ୨୦ ନଟିକାଲ ମାଇଲ ଅର୍ଥାତ ୨୨ କିଲୋମିଟର ପର୍ଯ୍ୟନ୍ତ ଫିସିଙ୍ଗ କରିବାପାଇଁ ବାରଣ କରାଯାଇଥାଏ । ସେଥିପାଇଁ ବରୁଣେଇ ବାଟଦେଇ ମାଛଧରା ବୋର୍ଟ ଗୁଡିକ ଯିବାଆସିବା ଚାଲୁରଖିଥିବାବଳେ ଏବେ ସେହି ବାଟକୁ କଇଁଚ ସୁରକ୍ଷା ପାଇଁ ସମ୍ପୁର୍ଣ ବନ୍ଦ କରିଦିଆଯାଇଛି । ଫଳରେ ମାଛଧରା ଟ୍ରଲର ଗୁଡିକ ବାଧ୍ୟ ହୋଇ ମୁହାଁଣମୁହଁ ର ବିପଦ ରାସ୍ତା ଦେଇ ଯିବାକୁ ବାଧ୍ୟ ହେଉଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.