Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ କମୁଛି ସଂକ୍ରମଣ : ୨୪ ଘଣ୍ଟାରେ ଚିହ୍ନଟ ହେଲେ ୫୦୫୭ କୋଭିଡ୍ ପଜିଟିଭ୍, ୧୨୩୬୨୨୬ରେ ପହଞ୍ଚିଲା ସଂଖ୍ୟା
  • ||
  • ପାକିସ୍ତାନ: ବଲୁଚିସ୍ତାନ ଚେକ୍ ପୋଷ୍ଟ ଉପରେ ଆତଙ୍କୀ ହମଲା, ୧୦ ସୈନିକଙ୍କ ମୃତ୍ୟୁ
  • ||
  • ରାଉରକେଲା : ଭିଜିଲାନ୍ସ ଜାଲରେ ଲ୍ୟାମ୍ପ୍ସ ଏମ୍‌ଡି, ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଚଢାଉ
  • ||
  • ଭି. ଅନନ୍ତ ନାଗେଶ୍ୱରନ ହେବେ ଭାରତର ଆଗାମୀ ମୁଖ୍ୟ ଆର୍ଥିକ ପରାମର୍ଶଦାତା, ଅତିଶୀଘ୍ର ଘୋଷଣା କରିପାରନ୍ତି ସରକାର
  • ||
  • ସୋର : ଦେଶୀ ମଦ ଦୋକାନରେ ପଶି କର୍ମଚାରୀଙ୍କୁ କଟୁରୀରେ ହାଣିଲେ ଦୁର୍ବୃତ୍ତ, ଛଡାଇନେଲେ ୭୦ହଜାର ଟଙ୍କା
  • ||
  • କଣ୍ଟାବାଞ୍ଜି : ଚାଲାଣ ବେଳେ ୧୪ ଶ୍ରମିକ ଉଦ୍ଧାର, ଷ୍ଟେସନ ଯିବା ବାଟରେ ଧରିଲା ପୋଲିସ
  • ||
  • ରାଜ୍ୟରେ ୩ ଦିନ ଯାଏଁ ହାଡଭଙ୍ଗା ଶୀତ, ୬ ଜିଲ୍ଲା ବେଶୀ ଥରିବ
  • ||

ବିରୋଧି ଦଳ ପଦକୁ ନେଇ ବିଜେପିରେ ବଡ ବିସ୍ଫୋରଣ : ଜୟନାରାୟଣ ମିଶ୍ରଙ୍କ ଖୋଲା ବୟାନ ଦଳର ଫାଟକୁ ପଦାରେ ପକାଇଲା

12/07/2019 at 5:33 PM

ଭୁବନେଶ୍ବର ୧୨|୭: ବିରୋଧି ଦଳ ପଦକୁ ନେଇ ବିଜେପିରେ ବଡ ବିସ୍ଫୋରଣ । ଦଳର ବରିଷ୍ଠ ବିଧାୟକ ଜୟନାରାୟଣ ମିଶ୍ରଙ୍କ ଖୋଲା ବୟାନ ଦଳର ଫାଟକୁ ପଦାରେ ପକାଇଛି । ଜୟ ନାରାୟଣ ସ୍ପଷ୍ଟ ଭାବେ ସଂକେତ ଦେଇଛନ୍ତି ଯେ ତାଙ୍କୁ ବିରୋଧି ଦଳ ନେତା ପଦରେ ବସାଇବାକୁ ଏକପ୍ରକାର ନିଷ୍ପତ୍ତି ହୋଇ ସାରିଥିଲା । କେନ୍ଦ୍ରୀୟ ନେତୃତ୍ବଙ୍କ କହିବା ଅନୁସାରେ ହିଁ ସେ କାମ ଆରମ୍ଭ କରିସାରିଥିଲେ । କିନ୍ତୁ ଶେଷ ମୂହୁର୍ତ୍ତରେ ଘୁରି ଯାଇଥିଲା ଚକ । ଏହାପଛରେ ଏକ ବଡ ଡିଲ ଥାଇପାରେ ବୋଲି ସନ୍ଦେହ ପ୍ରକଟ କରିଛନ୍ତି ଜୟନାରାୟଣ । କିନ୍ତୁ ରହସ୍ୟ ପଛରେ କିଏ ନାଁ ନେବାକୁ କୁଣ୍ଠିତ।

ଜୟ ନାରାୟଣ ମିଶ୍ରଙ୍କ ଏଭଳି ବୟାନ ବିଜେଡି ବିଜେପି ପଛର ଗୁମର ଆଡ଼କୁ ଇଙ୍ଗୀତ କରୁଛି ।  ରାଜ୍ୟ ସରକାରଙ୍କୁ ସୁହାଇବା ଭଳି ଜଣେ ନରମ ସ୍ବଭାବର ବ୍ୟକ୍ତିତ୍ବଙ୍କୁ ଏହି ପଦବୀରେ ବସାଗଲା ବୋଲି ସଙ୍କେତ ଦେଇଛନ୍ତି ଜୟନାରାୟଣ । ସେପଟେ କିନ୍ତୁ ବିରୋଧିଦଳ ନେତା ପ୍ରଦୀପ୍ତ ନାଏକଙ୍କ ଯୁକ୍ତି ଯେ କେନ୍ଦ୍ରୀୟ ନେତୃତ୍ବ କଣ ପାଇଁ ତାଙ୍କୁ ବିରୋଧି ଦଳ ନେତା କଲେ ତାହା ସେମାନେ କହିବେ । ତାମାନେ ନୁହେଁ ସେ ବିରୋଧିଦଳ ନେତା ଦାୟିତ୍ବ ତୁଲାଇପାରିବେ ନାହିଁ।

ବୟାନ ବାଜିରୁ ଜଣା ପଡୁଛି ବିରୋଧି ଦଳ ନେତା ପଦକୁ ନେଇ ବିଜେପିରେ କେଁ ରହିଛି । ଦଳ ଭିତରେ କିଛି ବିଧାୟକ ଏହାକୁ ନେଇ ଅସନ୍ତୁଷ୍ଟ ଅଛନ୍ତି । କିନ୍ତୁ କେନ୍ଦ୍ରୀୟ ନେତୃତ୍ବ ଚାପରେ ଚାପି ହୋଇ ରହିଛନ୍ତି ।

   Related Posts