Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ସାଲେପୁର : ଆମ୍ବୁଲାନ୍ସକୁ ପିଟିଲା କାର୍, ଡ୍ରାଇଭର ଆହତ
  • ||
  • କଟକ : ସି-ସୋର ଘାଟରୁ ଅଜଣା ମୃତଦେହ ଉଦ୍ଧାର, ଭାସି ଆସିଥିବା ସନ୍ଦେହ
  • ||
  • ଚଣ୍ଡିଗଡ : ପଦ୍ମ ବିଭୂଷଣ ଫେରାଇଲେ ପଞ୍ଜାବର ପୂର୍ବତନ ମୁଖ୍ୟମନ୍ତ୍ରୀ ପ୍ରକାଶ ସିଂହ ବାଦଲ
  • ||
  • ନୂଆଦିଲ୍ଲୀ : ଅନଲାଇନ୍‌ରେ ହେବନାହିଁ CBSE ବୋର୍ଡ ପରୀକ୍ଷା, ପୂର୍ବଭଳି ପରୀକ୍ଷା ଦେବେ ଛାତ୍ରଛାତ୍ରୀ
  • ||
  • ଝାରସୁଗୁଡା : ବାପା ନା’ ରାକ୍ଷସ, ନିଶାଶକ୍ତ ଅବସ୍ଥାରେ ୧୧ ବର୍ଷର ଝିଅ ସହ କଲା ଦୁଷ୍କର୍ମ !
  • ||
  • କନ୍ଧମାଳ : ହଜିଗଲା ମା’ର ମମତା, ୪ ବର୍ଷ ଝିଅର ଗାଲ କାଟିଦେଲା ସାବତ ମା’ !
  • ||
  • ବଡବିଲ : ହାତୀ ଆକ୍ରମଣରେ ଚାଲିଗଲା ଜଣଙ୍କ ଜୀବନ, ଆତଙ୍କ ଖେଳାଇଛନ୍ତି ୧୧ଟିକିଆ ହାତୀ ପଲ
  • ||
  • ଓ୍ବାଶିଂଟନ୍ : ‘ପିଜ୍ଜା ହଟ୍’ର ଶୁଭାରମ୍ଭ କରିଥିବା ଫ୍ରାଙ୍କ୍ କାର୍ନିଙ୍କ ପରଲୋକ
  • ||
  • ବଲାଙ୍ଗୀର : ଭିଜିଲାନ୍ସ ପଞ୍ଝାରେ ରେଞ୍ଜର, ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଏକକାଳୀନ ୩ଟି ସ୍ଥାନରେ ଚଢାଉ
  • ||
  • ଭୁବନେଶ୍ବର : ଅଫଲାଇନ୍‌ରେ ହେବ ମାଟ୍ରିକ୍ ଏବଂ ଯୁକ୍ତ ୨ ପରୀକ୍ଷା : ଗଣଶିକ୍ଷା ମନ୍ତ୍ରୀ
  • ||

ଜଣେ ରାଷ୍ଟ୍ରମୁଖ୍ୟ ୫୦ ଫୁଟ୍ ଉଚ୍ଚର ଏହି ବିରାଟ କୁକୁର ମୂର୍ତ୍ତି କାହିଁକି ପ୍ରତିଷ୍ଠା କଲେ, ଏହାର ରହସ୍ୟ କ’ଣ ?

13/11/2020 at 2:07 PM

ନୂଆଦିଲ୍ଲୀ, ୧୩|୧୧:  କୁକୁରର ସୁନା ମୂର୍ତ୍ତି । ଆଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ ସତ । ତୁର୍କମେନିସ୍ତାନର ରାଷ୍ଟ୍ରପତି ନିଜ ପୋଷା କୁକୁରର ୫୦ ଫୁଟ୍ ମୂର୍ତ୍ତି ପ୍ରତିଷ୍ଠା କରିଛନ୍ତି ।

କେବଳ ଭାରତ ନୁହେଁ, ଅନ୍ୟ ଦେଶରେ ମଧ୍ୟ ନେତାଙ୍କର ମୂର୍ତ୍ତି ପ୍ରତି ଦୁର୍ବଳତା ରହିଛି । ତୁର୍କମେନିସ୍ତାନର ଶାସନ ମୁଖ୍ୟ ତଥା ରାଷ୍ଟ୍ରପତି ନିଜ ପୋଷା କୁକୁରର ୫୦ ଫୁଟ୍ ଉଚ୍ଚର ମୂର୍ତ୍ତି ପ୍ରତିଷ୍ଠା କରି ଚର୍ଚ୍ଚାରେ ରହିଛନ୍ତି । କେବଳ ଏତିକି ନୁହେଁ ଏହି ମୂର୍ତ୍ତିକୁ ତୁର୍କମେନିସ୍ତାନର ରାଜଧାନୀ ଅଶଗାବାତରେ ପ୍ରତିଷ୍ଠା କରାଯାଇଛି । ୨୦୦୭ରେ ଶାସନ ଗାଦିରେ ବସିଥିବା ଗୁରବାଙ୍ଗୁଲୀ ବୈର୍ଦୟମୁହମେଦୋ  ଗତ ବୁଧବାର ଅଲଓ୍ୱି ପ୍ରଜାତିର ଏହି କୁକୁରର ବିଶାଳ ମୂର୍ତ୍ତିକୁ ଅନାବରଣ କରିଛନ୍ତି ।  

ତୁର୍କମେନିସ୍ତାନ ସରକାରଙ୍କ କହିବାନୁସାରେ, ଏହି ମୂର୍ତ୍ତିକୁ କାଂସ୍ୟରେ ପ୍ରସ୍ତୁତ କରାଯାଇଛି । ଏଥିରେ ୨୪ କ୍ୟାରେଟ ସୁନାର ପରସ୍ତ ରହିଛି । କେବଳ ମୂର୍ତ୍ତିର ଉଚ୍ଚତା ହେଉଛି ୨୦ ଫୁଟ୍ । କୁକୁରର ଏହି ମୂର୍ତ୍ତିକୁ ଅଶଗାବତରେ ସ୍ଥାପିତ କରାଯାଇଛି । ସୂଚନାଯୋଗ୍ୟ, ଏହି ଅଞ୍ଚଳରେ ସରକାରୀ ଅଧିକାରୀଙ୍କ ରହିବ ବ୍ୟବସ୍ଥା କରାଯାଇଛି ।

ଏହି ପ୍ରଜାତିକୁ ସେଠାକାର ଲୋକେ ଖୁବ୍ ପସନ୍ଦ କରନ୍ତି । ଏହି କୁକୁର କେବଳ ତୁର୍କମେନିସ୍ତାନରେ ହିଁ ଜନ୍ମ ହୋଇଥାନ୍ତି । ଏହି ପ୍ରଜାତିର କୁକୁରଙ୍କୁ ରାଷ୍ଟ୍ରୀୟ ପରିଚୟ ସହ ଜଡିତ କରି ଦେଖାଯାଏ ।

ତୁର୍କମେନିସ୍ତାନ ସରକାର କୁକୁରଙ୍କ ପାଇଁ ଆର୍ଥିକ ପ୍ୟାକେଜ୍ ଘୋଷଣା କରୁଛନ୍ତି । କିନ୍ତୁ ସେଠାକାର ଲୋକେ ଦୁର୍ଦ୍ଦିନରେ ସମୟ କାଟୁଛନ୍ତି । ତୈଳ ଓ ପାକୃତିକ ଗ୍ୟାସ୍ ପାଇଁ ଦେଶର ଅର୍ଥବ୍ୟବସ୍ଥାର ବିସ୍ତାର ହେଉଥିଲେ ମଧ୍ୟ ଏହାର ଲାଭ କେବଳ ଧନୀକ ଶ୍ରେଣୀର ଲୋକଙ୍କୁ ମିଳିଥାଏ ।

   Related Posts