Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ୨୫ ବର୍ଷ ପରେ ଦୁର୍ଲଭ ନାଗାର୍ଜୁନ ବେଶରେ ସଜେଇ ହେବେ ଶ୍ରୀଜିଉ, ଆରମ୍ଭ ହେଲା ପ୍ରସ୍ତୁତି
  • ||
  • କୋଇଲା ଖଣି ଆବଣ୍ଟନ ଦୁର୍ନୀତି ମାମଲାରେ ପୂର୍ବତନ କେନ୍ଦ୍ର ମନ୍ତ୍ରୀ ଦିଲ୍ଲୀପ ରାୟଙ୍କୁ ମିଳିଲା ଜାମିନ
  • ||
  • ମାଲକାନଗିରି : ମାଟି ତଳୁ ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର ସହ ବିସ୍ଫୋରକ ସାମଗ୍ରୀ ଜବତ
  • ||
  • ରାଜନଗର : ଭୋଗ ଖାଇ ୧୫୦ ଅସୁସ୍ଥ, ୩୦ ଜଣଙ୍କ ଅବସ୍ଥା ଗୁରୁତର
  • ||
  • ପାରାଦୀପ : ସମୁଦ୍ରରେ ବୁଡିଗଲା ମାଛଧରା ଟ୍ରଲର, ୫ ମତ୍ସ୍ୟଜୀବୀ ଉଦ୍ଧାର, ୪ ନିଖୋଜ
  • ||
  • ରାଜ୍ୟରେ ଆଉ ୧୪ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ରାଜ୍ୟରେ ଆଉ ୧୪୮୦କରୋନା ସଂକ୍ରମିତ ଚିହ୍ନଟ
  • ||
  • ଟ୍ରେନ୍‌ରେ କଟି ବାପା-ଝିଅ-ପୁଅର ମୃତ୍ୟୁ, ଆତ୍ମହତ୍ୟା ସନ୍ଦେହ
  • ||
  • ବାଇକ୍‌କୁ ଧକ୍କାଦେଲା ହାଇଓ୍ୱା ଟ୍ରକ, ଆରୋହୀ ମୃତ
  • ||

ଜାତି ସଂଘ ମହାସଭାରେ କାଶ୍ମୀର ଉପରେ ପୁଣି ଥରେ ବିଷ ଓଗାଳିଲେ ତୁର୍କୀ ରାଷ୍ଟ୍ରପତି, କହିଲେ- ଏହା ଏକ ଜ୍ଵଳନ୍ତ ପ୍ରସଙ୍ଗ

22/09/2020 at 9:42 PM

ନ୍ୟୁୟର୍କ ୨୨।୦୯: ତୁର୍କୀର ରାଷ୍ଟ୍ରପତି ରେଚପ ତୈୟପ ଆର୍ଦୋଗେନ୍ ମିଳିତ ଜାତିସଂଘ ମହାସଭା ମଞ୍ଚରୁ ପୁଣି ଥରେ କାଶ୍ମୀରକୁ ନେଇ ବିଷ ଓଗାଳିଛନ୍ତି। ସେ କହିଛନ୍ତି କାଶ୍ମୀର ଏକ ଜ୍ଵଳନ୍ତ ପ୍ରସଙ୍ଗ। ଜାମ୍ମୁ-କାଶ୍ମୀରରୁ ଅନୁଚ୍ଛେଦ ୩୭୦ ଉଚ୍ଛେଦ ପରଠୁ ରାଜ୍ୟରେ ସମସ୍ୟା ଆହୁରି ଗମ୍ଭୀର ହୋଇଛି। ଆମେ ଏହି ସମସ୍ୟାର ସମାଧାନ ଜାତିସଂଘ ପ୍ରସ୍ତାବ ଆଧାରରେ ଚାହୁଁଛୁ। ନିଜର ସମ୍ବୋଧନରେ ସେ ପାକିସ୍ତାନର ଉଚ୍ଚ ପ୍ରଶଂସା କରିଛନ୍ତି।

ଅଗଷ୍ଟରେ ଇଦ ଉଲ ଅଜହା ଅବସରରେ ତୁର୍କୀ ରାଷ୍ଟ୍ରପତି ଆର୍ଦୋଗେନ ପାକିସ୍ତାନୀ ରାଷ୍ଟ୍ରପତି ଆରିଫ ଅଲଭି ଓ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ସହ ଆଲୋଚନା କରି କାଶ୍ମୀର ପ୍ରସଙ୍ଗରେ ସମର୍ଥନ ଦେବାକୁ ଆଶ୍ଵସନା ଦେଇଥିଲେ।

ଆର୍ଦୋଗେନ ପୂର୍ବରୁ ମଧ୍ୟ ଅନେକ ଥର କାଶ୍ମୀରର ତୂଳନା ଫିଲିସ୍ତିନ ସହ କରିଛନ୍ତି। କେବଳ ଏତିକି ନୁହେଁ ସେ ଭାରତ ଉପରେ କରୋନା ସଂକ୍ରମଣ ସମୟରେ ମଧ୍ୟ କାଶ୍ମୀରରେ ଅତ୍ୟାଚାର ହେଉଥିବାର ମିଥ୍ୟା ଅଭିଯୋଗ ଲଗାଇଥିଲେ। ମାତ୍ର ବାସ୍ତବ ଏହା ଯେ, କାଶ୍ମୀର ଉପରେ ଭାରତକୁ ଗଣତାନ୍ତ୍ରିକ ପାଠ ପଢାଇବାକୁ ଉଦ୍ୟମ କରୁଥିବା ଆର୍ଦୋଗେନ ତୁର୍କୀରେ ନିଜେ ଜଣେ କଟ୍ଟର ଇସଲାମିକ ଏକଛତ୍ରବାଦ ଶାସକ ଭାବେ ପରିଚିତ।

ତୁର୍କୀ ଏବେ ପାକିସ୍ତାନ ପରେ ଭାରତ ବିରୋଧୀ ଗତିବିଧିର ଦ୍ଵିତୀୟ ସବୁଠୁ ବଡ କେନ୍ଦ୍ର ଭାବେ ଆର୍ବିଭାବ ହୋଇଛି। ଇଂରାଜୀ ଓ୍ଵେବ୍‌ସାଇଟ୍ ହିନ୍ଦୁସ୍ତାନ ଟାଇମ୍ସର ରିପୋର୍ଟ ଅନୁଯାୟୀ କେରଳ ଓ କାଶ୍ମୀର ସମେତ ଦେଶର ଅନେକ ଅଞ୍ଚଳରେ କଟ୍ଟର ଇସଲାମି ସଂଗଠନକୁ ତୁର୍କୀଠୁ ଫଣ୍ଡ ମିଳୁଛି।

   Related Posts